ଦ୍ୱାର ଖୋଲି ଦେଲେ ବିଜେଡି-ବିଜେପି: ପଢ଼ନ୍ତୁ କ’ଣ କହିଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ଦ୍ୱାର ଖୋଲି ଦେଲେ ବିଜେଡି-ବିଜେପି: ପଢ଼ନ୍ତୁ କ’ଣ କହିଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପ୍ରଶାସନିକ କ୍ଷେତ୍ରରୁ ରାଜନୀତି ମୈଦାନକୁ ଓହ୍ଲାଇ ପାରନ୍ତି ଚର୍ଚ୍ଚିତ ଆଇଏଏସ୍‌ ଅପରାଜିତା ଷଡଙ୍ଗୀ। ଚାକିରକୁ ଆହୁରି ୧୦ ବର୍ଷ ବାକି ଥିବା ବେଳେ ତା’ ପୂର୍ବରୁ ଅପରାଜିତା ସ୍ୱେଚ୍ଛାକୃତ ଅବସର ନେବା ପରେ ଏ ଚର୍ଚ୍ଚା ଜୋର୍ ଧରିଛି। ଅପରାଜିତା ଯଦି ରାଜନେତା ଭାବେ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରନ୍ତି, ତେବେ ସେ କେଉଁ ଦଳକୁ ଯିବେ ତାକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ଅପରାଜିତାଙ୍କ ଭଳି ଦକ୍ଷ ପ୍ରଶାସକଙ୍କୁ ଦଳରେ ସାମିଲ କରିବାକୁ ଉଭୟ ବିଜେପି ଓ ବିଜେଡି ନିଜ ନିଜ ଦ୍ୱାର ଉନ୍ମୁକ୍ତ ରଖିଥିବା ବେଳେ କଂଗ୍ରେସ ଦଳ ବି ପ୍ରତିକ୍ରିୟା ରଖିଛି।

ଅପରାଜିତାଙ୍କ ଭଳି ଜଣେ ଦକ୍ଷ ପ୍ରଶାସକଙ୍କୁ ନିଜ ଦଳରେ ସାମିଲ କରିବାକୁ ତତ୍ପରତା ଦେଖାଇଛନ୍ତି ଉଭୟ ବିଜେପି ଓ ବିଜେଡି। କଂଗ୍ରେସ୍ କହିଛି ଅପରାଜିତାଙ୍କୁ ନେଇ ବିଜେପି-ବିଜେଡି ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ, ଯଦି ଆଗାମୀ ଦିନରେ ସେ ଭାରତୀୟ ଜନତା ପାର୍ଟିରେ ଆବେଦନ କରିବେ ତେବେ ନିଶ୍ଚିତ ରୂପେ ରାଜ୍ୟ ନେତୃତ୍ୱ ବିଚାର କରିବ। ଅପରାଜିତା ଷଡ଼ଙ୍ଗୀଙ୍କ ଭଳି ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଯିଏ ଲୋକଙ୍କ ପାଇଁ କାମ କରିଛନ୍ତି , ସେ ଯଦି ଭାରତୀୟ ଜନତା ପାର୍ଟିରେ କାମ କରନ୍ତି ଆମେ ତାଙ୍କୁ ଗ୍ରହଣ କରିବୁ।

ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ଏପର୍ଯ୍ୟନ୍ତ ଅପରାଜିତା ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି।  ସେ ଯଦି ବିଜେଡିକୁ ଆବେଦନ କରିବେ ତାଙ୍କ କଥା ବିଚାରକୁ ନିଆଯିବ। ଦଳ ସେ ବିଷୟରେ ନିଷ୍ପତ୍ତି ନେବ। କଂଗ୍ରେସ ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ବିଜେଡି ଏବଂ ବିଜେପି କିଏ କେଉଁ ଆଇଏଏସ ଅଫିସରଙ୍କୁ ନେବ ଏବଂ କିଏ ଆଇପିଏସ ଅଫିସରଙ୍କୁ ନେବ ଇଏ ଗୋଟେ ପ୍ରତିଯୋଗିତା ଚାଲିଛି। କଂଗ୍ରେସ ଏହି ପ୍ରତିଯୋଗିତାରେ ନାହିଁ।

ତେବେ ଚାକିରିରୁ ଅବସର ପୂର୍ବରୁ କେନ୍ଦ୍ରୀୟ ଡେପୁଟେସନରେ ଥିବା ଅପରାଜିତାଙ୍କ ଓଡ଼ିଶା ପ୍ରଶାସନିକ ସେବାରେ ଲମ୍ବା ଅଭିଜ୍ଞତା ରହିଛି। ଏଠାକାର ଶାସନ ବ୍ୟବସ୍ଥା ଓ ରାଜନୀତିକ ପାଣିପାଗ ସହ ସେ ବେଶ୍ ଭଲ ଭାବେ ପରିଚିତ। ଅପରାଜିତାଙ୍କ ସବୁଠୁ ବଡ଼ ପ୍ଳସ୍ ପଏଣ୍ଟ ହେଲା-ରାଜ୍ୟବାସୀଙ୍କ ନିକଟରେ ସେ ଜଣେ ଦକ୍ଷ ଓ ସଚ୍ଚୋଟ ପ୍ରଶାସକ ଭାବେ ବେଶ୍ ଜଣାଶୁଣା ।

ସ୍ୱଚ୍ଛ ଭାବମୂର୍ତ୍ତି ଥିବା ଏହି ଆଇଏଏସ୍ ଜଣଙ୍କ ବିଏମସି କମିଶନର୍ ଥିବା ବେଳେ ରାଜଧାନୀର ଉନ୍ନତି, ସୌନ୍ଦର୍ଯ୍ୟକରଣ, ଭେଣ୍ଡିଂଜୋନ୍ ପ୍ରତିଷ୍ଠା ପାଇଁ ଠୋସ୍ ପଦକ୍ଷେପ ନେଇଥିଲେ। ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ତାଙ୍କ କାର୍ଯ୍ୟକୁ ଏବେ ବି ଜିଲ୍ଲାବାସୀ ମନେ ରଖିଛନ୍ତି। ସେହିଭଳି ଗଣଶିକ୍ଷା ବିଭାଗର ସଚିବ ଥିବା ସମୟରେ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଲାଗି ୟୁନିଫର୍ମ ବ୍ୟବସ୍ଥାର ପ୍ରଚଳନ ହୋଇଥିଲା। ଏହାବ୍ୟତୀତ ବିଭିନ୍ନ ବିଭାଗରେ ସଫଳତାର ସହ ଦାୟିତ୍ୱ ନିର୍ବାହ କରି ପାଓ୍ୱାର କରିଡରରେ ବେଶ୍ ନାଁ କରିଥିଲେ ଅପରାଜିତା । ତେଣୁ ଅପରାଜିତା ଯେଉଁ ଦଳକୁ ବି ଯିବେ,ସେ ଦଳ ପାଇଁ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2OOiPDG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages