“ଆଦି ମହୋତ୍ସବ”କୁ ଉଦ୍‌ଘାଟନ କଲେ ଜୁଏଲ ଓରାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

“ଆଦି ମହୋତ୍ସବ”କୁ ଉଦ୍‌ଘାଟନ କଲେ ଜୁଏଲ ଓରାମ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀର ପ୍ରସିଦ୍ଧ ଦିଲ୍ଲୀ ହାଟରେ ଜନଜାତିଙ୍କ କଳା, ସଂସ୍କୃତି, ଖାଦ୍ୟ ଏବଂ ବାଣିଜ୍ୟ ଆଧାରିତ ‘ଆଦି ମହୋତ୍ସବ’ ଆରମ୍ଭ ହୋଇଛି। ଏହାକୁ କେନ୍ଦ୍ର ଆଦିବାସୀ
ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଉଦଘାଟନ କରିଛନ୍ତି। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ଟ୍ରାଇଫେଡ୍ ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ୨୦୧୮ ନଭେମ୍ବର ୧୬ରୁ ୩୦
ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ହାଟ, ନଭେମ୍ବର ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ନେହରୁ ପାର୍କ, ନଭେମ୍ବର ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ସେଣ୍ଟ୍ରାଲ ପାର୍କଠାରେ ଅନୁଷ୍ଠିତ ହେବ।

ଉଦଘାଟନୀ ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କହିଲେ ଯେ, ଜନଜାତି ଦେଶର ମୋଟ ଜନସଂଖ୍ୟାର ୮%। ବାସ୍ତବରେ ଏହା ୧୦ କୋଟି ଭାରତୀୟ କହିଲେ ଅତ୍ୟୁକ୍ତି ହେବନାହିଁ। ସମଷ୍ଟିଗତ ବିକାଶ (ସବକା ବିକାଶ)ର ଜାତୀୟ ଲକ୍ଷ୍ୟ ହେଲା ଜନଜାତିଙ୍କ ବିକାଶ, ଯାହାକି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହି ମହୋତ୍ସବରେ ଜନଜାତିଙ୍କ କଳା ଓ ଶିଳ୍ପ, ଜନଜାତିଙ୍କ ଔଷଧ ଓ ଉପଶମ, ଜନଜାତିଙ୍କ ଖାଦ୍ୟ ସ୍ଥାନ ପାଇଛି। ଏଥିସହ ଜନଜାତିଙ୍କ ଲୋକନୃତ୍ୟ ପ୍ରଦର୍ଶିତ ହେଉଛି। ୨୩ଟି ରାଜ୍ୟର ଜନଜାତି କଳାକାର, ରୋଷେୟା, ଲୋକନୃତ୍ୟ ଶିଳ୍ପୀ/ସଙ୍ଗୀତକାର ମାନେ ସାମିଲ ହୋଇ ସେମାନଙ୍କ ବୈଭବମୟ ସଂସ୍କୃତିକୁ ପ୍ରଦର୍ଶନ କରୁଛନ୍ତି।
ମନ୍ତ୍ରୀ ଶ୍ରୀ ଓରାମ କହିଛନ୍ତି ଯେ, ଏହି ମହୋତ୍ସବର ପ୍ରସଙ୍ଗ ‘ଜନଜାତି ସଂସ୍କୃତି, ହସ୍ତକଳା, ଖାଦ୍ୟ ଏବଂ ବାଣିଜ୍ୟର ଉତ୍ସବ’। ମହୋତ୍ସବରେ ଜନଜାତିଙ୍କ ହସ୍ତକଳା, କଳା, ରଞ୍ଜିତ ଚିତ୍ର, ବସ୍ତ୍ର, ଅଳଙ୍କାର ଏବଂ ଅନେକ କିଛି ଶହେଟି ଷ୍ଟଲରେ ପ୍ରଦର୍ଶିତ ହେବା ସହ ବିକ୍ରି ମଧ୍ୟ ହେଉଛି। ମହୋତ୍ସବରେ ବିଭିନ୍ନ ରାଜ୍ୟରୁ ଆସିଥିବା ୨୦୦ ରୁ ଅଧିକ ଜନଜାତି କଳାକାର ଏକ କ୍ଷୁଦ୍ର ଭାରତ ସୃଷ୍ଟି କରିଛନ୍ତି।

ମହୋତ୍ସବରେ ସଂସ୍କୃତି ମନ୍ତ୍ରଣାଳୟର ସହଯୋଗିତାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି। ୨୩ଟି ରାଜ୍ୟରୁ ୬ଶହରୁ ଅଧିକ କାରିଗର, ୨୦ଟି ରାଜ୍ୟରୁ ୮୦ରୁ ଅଧିକ ଜନଜାତି ରୋଷେୟା, ୧୪ଟି ଡ୍ୟାନ୍ସ ଟ୍ରୁପର ୨୦୦ରୁ ଅଧିକ କଳାକାର ମହୋତ୍ସବରେ ଭାଗ ନେବେ। ମହୋତ୍ସବର ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନ ହେଲା; ମହୁଲି ମଦ, ତା ରାସ୍ ଏବଂ କାଣ୍ଡି ମହୁଆ ଇମଲି ଚଟନି ପ୍ରସ୍ତୁତି, ଲାଖ ଚୁଡ଼ି ପ୍ରସ୍ତୁତିର ପ୍ରଦର୍ଶନ। ସେହିପରି ଓର୍ଲି, ପିଥୋରା, ଗଣ୍ଡ ଏବଂ ସଉରା ଜନଜାତି ସ୍କୁଲ ପକ୍ଷରୁ ଚିତ୍ରକଳା ପ୍ରସ୍ତୁତିର ପ୍ରଦର୍ଶନ, ଜନଜାତି ବସ୍ତ୍ରର ଫେସନ ଶୋ, ଫେସନ ସାମଗ୍ରୀ, ବିଭିନ୍ନ ରାଜ୍ୟର ଜନଜାତି ଖାଦ୍ୟ ପ୍ରସ୍ତୁତିର ପ୍ରଦର୍ଶନ ଏବଂ ବିକ୍ରି ଏଥିରେ ସ୍ଥାନ ପାଇବ।

ମହୋତ୍ସବରେ ପ୍ରଦର୍ଶିତ ହେଉଥିବା ଜନଜାତି ଉତ୍ପାଦଗୁଡ଼ିକ ମଧ୍ୟରେ ରହିଛି ଓଡ଼ିଶା, ଛତିଶଗଡ଼, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଭଣ୍ଡାରା, ମାହେଶ୍ୱରୀ ବାଗ୍, ସମ୍ବଲପୁରୀ, ଟସର, ସୂତା କନ୍ଥା, ସିଲ୍କ ଏବଂ ସୂତା ପୋଷାକ, ଓଡ଼ିଶା, ହିମାଚଳ, ଉତ୍ତର-ପୂର୍ବ, ତେଲେଙ୍ଗାନା ଏବଂ ମଧ୍ୟପ୍ରଦେଶର ଜନଜାତି ଅଳଙ୍କାର ଆଦି।

(ସୌଜନ୍ୟ: ପିଆଇବି)



from Odisha Reporter https://ift.tt/2qQg6Ah

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages