‘ଅତିଥି ଦେବୋ ଭବ’ ଏମିତି : ରାଜ୍ୟରେ ବିଦେଶିନୀଙ୍କଠାରୁ ଲୁଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

‘ଅତିଥି ଦେବୋ ଭବ’ ଏମିତି : ରାଜ୍ୟରେ ବିଦେଶିନୀଙ୍କଠାରୁ ଲୁଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଅତିଥି ଦେବୋ ଭବ’- ବିଦେଶୀ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ସରକାର ଦେଉଛନ୍ତି ଏପରି ନାରା। ଏହା ସତ୍ତ୍ୱେ ଜଣେ ବିଦେଶିନୀ ଆଜି ଓଡ଼ିଶାରେ ଲୁଟ୍‌ର ଶିକାର ହୋଇଛନ୍ତି। ନରୱେରୁ ଆସିଥିବା ଜଣେ ଛାତ୍ରୀ ଭୁବନେଶ୍ୱରରେ ଏକ ବିଶ୍ୱବିଦ୍ୟାଳୟରେ ଇଣ୍ଟର୍ଣ୍ଣସିପ୍‌ କରିବା ପାଇଁ ଆସି ଲୁଟ୍‌ର ଶିକାର ହୋଇଛନ୍ତି। ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ତାଙ୍କ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଇଣ୍ଟର୍ଣ୍ଣସିପ୍ କରି ନରେଓ୍ୱର ସଂପୃକ୍ତ ବିଦେଶିନୀ ଛାତ୍ରୀ ଜଣକ ଅଟୋରେ ଫେରୁଥିଲେ। ଏହି ସମୟରେ ଖଣ୍ଡଗିରି ଅଞ୍ଚଳରେ ତାଙ୍କଠାରୁ ଲୁଟ୍‌ ହୋଇଥିଲା। ଲୁଟେରାମାନେ ତାଙ୍କଠାରୁ ୪ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ଲ୍ୟାପଟପ୍ ଓ ଅନ୍ୟାନ୍ୟ ଉପକରଣ ତଥା କାଗଜପତ୍ର ଛଡ଼ାଇ ନେଇଯାଇଥିଲେ। ଛାତ୍ରୀଙ୍କ ଅଭିଯୋଗ କ୍ରମେ ଖଣ୍ଡଗିରି ଥାନା ପୁଲିସ ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ଓ ସଂପୃକ୍ତ ଅଟୋଚାଳକକୁ ପଚରା ଉଚରା କରି ତଥ୍ୟ ସଂଗ୍ରହ କରିବାକୁ ଉଦ୍ୟମ ଜାରି ରଖିଛି।

ଲୁଟ୍‌ର ଶିକାର ବିଦେଶିନୀ ଗଣମାଧ୍ୟମକୁ ଏ ସମ୍ପର୍କରେ କିଛି କହିନଥିଲେ ମଧ୍ୟ ପୁଲିସ ଘଟଣାର ଖୋଲତାଡ଼ ଆରମ୍ଭ କରିଛି।



from Odisha Reporter https://ift.tt/2Fpi84w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages