୧୮ବର୍ଷ ଧରି ଅନୁଭବ ଡାଇବେଟିସ୍‌ରେ ପୀଡ଼ିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

୧୮ବର୍ଷ ଧରି ଅନୁଭବ ଡାଇବେଟିସ୍‌ରେ ପୀଡ଼ିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଜି ବିଶ୍ୱ ଡାଇବେଟିସ୍‌ ଦିବସ। ସାରା ବିଶ୍ୱରେ ମଧୁମେହ ବା ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଣୁ ପ୍ରତିବର୍ଷ ନଭେମ୍ୱର ୧୪କୁ ଡାଇବେଟିସ୍‌ ସମ୍ପର୍କରେ ଜନସଚେତନା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ସୂଚନା ଅନୁସାରେ ଭାରତରେ ୬୨ମିଲିୟନରୁ ଅଧିକ ଲୋକ ଡାଇବେଟିସ୍‌ରେ ପୀଡ଼ିତ।

କିନ୍ତୁ ଜୀବନଶୈଳୀ ଓ ଖାଦ୍ୟ ଗ୍ରହଣରେ ଆବଶ୍ୟକ ପରିବର୍ତ୍ତନ କରି ପାରିଲେ, ଯେ କେହି ଡାଇବେଟିସ୍‌କୁ ନିଯନ୍ତ୍ରଣରେ ରଖି ପାରିବେ।

ଆପଣ ବୋଧହୁଏ ଜାଣି ନଥିବେ ଯେ ଓଲିଉଡ୍‌ ସୁପରଷ୍ଟାର୍‌ ଅନୁଭବ ମହାନ୍ତି ମଧ୍ୟ ଜଣେ ମଧୁମେହ ବା ଡାଇବେଟିସ୍‌ ରୋଗୀ। ୧୮ବର୍ଷ ଧରି ସେ ଏଥିରେ ପୀଡ଼ିତ । ସେ ଏଥିପାଇଁ ନିୟମିତ ଇନ୍‌ସୁଲିନ୍‌ ମଧ୍ୟ ନେଉଛନ୍ତି।

ତେବେ ଅନୁଭବଙ୍କ କହିବା ଅନୁଯାୟୀ “ଡାଇବେଟିସ୍‌ ଏକ ମାରାତ୍ମକ ରୋଗ ନୁହେଁ। ଶରୀରରେ ଇନ୍‌ସୁଲିନ୍‌ ଅଭାବରୁ ଆମେ ଏହି ରୋଗରେ ଆକ୍ରାନ୍ତ ହୋଇଥାଉ। କିନ୍ତୁ ଡାଇବେଟିସ୍‌ ହେବା ପରେ ଯଦି ଆମେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ନ ହେବା, ତେବେ ଏହା ଭୟଙ୍କର ରୂପ ନେବାର ଆଶଙ୍କା ରହିଛି ଏବଂ ଏହି କାରଣରୁ ବଡ ରୋଗ ଶରୀରକୁ ସହଜରେ ଆକ୍ରାନ୍ତ କରିପାରେ। ଆମେ ମାନେ ଡାଇବେଟିସ୍‌ର ପ୍ରତିକାର କାରିପାରିଲେ, ସାଧାରଣ ଲୋକଙ୍କଠାରୁ ମଧ୍ୟ ଅଧିକ ଦିନ ବଞ୍ଚିପାରିବା।”



from Odisha Reporter https://ift.tt/2zhSFEH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages