ଜେଲ୍‌ରେ ଥାଇ ବଡ଼ ପୁଅଙ୍କୁ ଦଳର ବହିଷ୍କାର କଲେ ଏହି ରାଜନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ଜେଲ୍‌ରେ ଥାଇ ବଡ଼ ପୁଅଙ୍କୁ ଦଳର ବହିଷ୍କାର କଲେ ଏହି ରାଜନେତା

ଚଣ୍ଡିଗଡ଼: ଆଇଏନ୍‌ଏଲ୍‌ଡିରେ ଚାଲିଥିବା ପାରିବାରିକ ବିବାଦ ଆଜି ତୀବ୍ର ରୂପ ଧାରଣ କରିଛି। ଦଳ ବିରୋଧରେ କାର୍ଯ୍ୟ ପାଇଁ ଆଇଏନ୍‌ଏଲ୍‌ଡି ସୁପ୍ରିମୋ ତଥା ପୂର୍ବତନ ହରିଆଣା ମୁଖ୍ୟମନ୍ତ୍ରୀ ଓମ୍‌ ପ୍ରକାଶ ଚୌତାଲା ଆଜି ତାଙ୍କ ବଡ଼ ପୁଅ ଅଜୟ ସିଂହ ଚୌତାଲାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଏବେ ଓମ୍‌ ପ୍ରକାଶ ଜେଲ୍‌ରେ ରହିଥିଲେ ହେଁ ସେଠାରୁ ହିଁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ପଞ୍ଜାବ ଓ ହରିଆଣାର ଆଇଏନ୍‌ଏଲ୍‌ଡି ମୁଖ୍ୟ ଅଶୋକ ଅରୋରା ଏଭଳି ବହିଷ୍କାର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ସମୟରେ ଦଳର ବରିଷ୍ଠ ନେତା ତଥା ଅଜୟ ସିଂହଙ୍କ ସାନଭାଇ ଅଭୟ ସିଂହ ଚୌତାଲା ଉପସ୍ଥିତ ରହିଥିଲେ। ଏହି ନିଷ୍ପତ୍ତି ପରେ ଆଇଏଲ୍‌ଏନ୍‌ଡି ପକ୍ଷରୁ ଆସନ୍ତା ୧୭ ତାରିଖରେ ଦଳୀୟ ବୈଠକ ଡକାଯାଇଛି। ଏହା ପୂର୍ବରୁ ନଭେମ୍ବର ୨ରେ ଅଜୟ ସିଂହଙ୍କ ଦୁଇ ପୁଅ ଦୁଷ୍ୟନ୍ତ ଚୌତଲା ଏବଂ ତାଙ୍କ ଭାଇ ଦିଗବିଜୟ ଚୌତାଲାଙ୍କୁ ମଧ୍ୟ ଆଇଏନ୍‌ଏଲ୍‌ଡି ପକ୍ଷରୁ ବହିଷ୍କାର କରାଯାଇଥିଲା



from Odisha Reporter https://ift.tt/2TanRxK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages