ଗୋଟିଏ ଝିଅକୁ ଭଲ ପାଉଥିଲେ ଦୁଇଜଣ, ମିଳିଲା ଜଣଙ୍କର କଟାମୁଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

ଗୋଟିଏ ଝିଅକୁ ଭଲ ପାଉଥିଲେ ଦୁଇଜଣ, ମିଳିଲା ଜଣଙ୍କର କଟାମୁଣ୍ଡ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ଏକ ଫୁଲ୍‌ ଦୋ ମାଲୀ’ ଆପଣ ଦେଖିଥିବେ ବା ତା’ ନାଁ ଶୁଣିଥିବେ। ରିୟଲ ଲାଇଫ୍‌ରେ ଯଦି ଏମିତି ପରିସ୍ଥିତି ସୃଷ୍ଟି ହୁଏ, ତା’ହେଲେ ଏହାର ପରିଣତି ଯେ କେତେ ଭୟଙ୍କର ହୋଇଥାଏ, ତା’ର ଏକ ଲୋମଟାଙ୍କୁରା ଚିତ୍ର ମୁମ୍ବାଇରେ ଦେଖିବାକୁ ମିଳିଛି।

ଗୋଟିଏ ଝିଅକୁ ଦୁଇ ଜଣ ସାଙ୍ଗ ଭଲ ପାଉଥିଲେ। ହେଲେ ଝିଅ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଭଲ ପାଇବାରୁ ଅନ୍ୟ ବନ୍ଧୁ ଜଣଙ୍କ ଈର୍ଷା ଓ କ୍ରୋଧରେ ତାଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ହତ୍ୟା କରିଛି। ବନ୍ଧୁଙ୍କୁ ହତ୍ୟା କରିବା ପରେ ତାଙ୍କ ମୁଣ୍ଡ ଗଣ୍ଡି ଅଲଗା ମଧ୍ୟ କରିଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୧୨.୩୦ରେ ବିକାଶ ଭାବଧାନେ(୧୯)ଙ୍କ ମୁଣ୍ଡବିହୀନ ମୃତଦେହ ବିରାରସ୍ଥିତ ଖାଦନ ରୋଡ୍‌ଠାରୁ ଉଦ୍ଧାର କରାଯାଇଥିଲା। ତାଙ୍କ କଟାମୁଣ୍ଡଟି ମୃତଦେହ ଠାରୁ ୭୦ ମିଟର ଦୂରେ ଏକ ଜରି ମଧ୍ୟରେ ରଖାଯାଇ ଥିଲା।

ତେବେ ମୃତଦେହ ନିକଟରେ ଏକ ମେମୋରି କାର୍ଡ ମିଳିଥିଲା। ସେଥିରୁ ପୁଲିସ୍‌ ବିକାଶଙ୍କ ପରିଚୟ ପାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ମେମୋରି କାର୍ଡରେ ଜଣେ ଝିଅ ଓ ଦୁଇଜଣ ପୁଅଙ୍କ ଫଟୋ ମିଳିଥିଲା। ଏହି ଝିଅଟି ପାଇଁ ବିକାଶଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ପୁଲିସ୍‌ ସନ୍ଦେହ କରିବା ସହ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା। ବିକାଶଙ୍କ ସହ ଥିବା ଅନ୍ୟ ପୁଅ ଜଣଙ୍କର ନାଁ ଭରାକ ବୋଲି ଜାଣିବାକୁ ପାଇଥିଲା। ଝିଅଟିକୁ ଉଭୟ ବିକାଶ ଓ ତାଙ୍କ ବନ୍ଧୁ ଭରାକ ଭଲ ପାଉଥିଲେ। ହେଲେ ସେ ଝିଅଟି ବିକାଶଙ୍କୁ ଭଲ ପାଇଥିଲା।

ଏଥିରେ କ୍ରୋଧିତ ହୋଇ ଭରାକ ସୋମବାର ବିକାଶଙ୍କୁ ଫୋନ୍‌ କରି ଏକ ନିରୋଳା ସ୍ଥାନକୁ ଡାକି ତାଙ୍କୁ ସେଠାରେ ହତ୍ୟା କରିଥିଲା। ପୁଲିସ୍‌ ଏହା ଜାଣିବା ପରେ ମୁନ୍ଧେ ଗାଁରୁ ଅଭିଯୁକ୍ତ ଭରାକଙ୍କୁ ଗିରଫ କରିଛି।



from Odisha Reporter https://ift.tt/2R2Uf3P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages