ରାତିରେ ଅଇଁଠା ବାସନ ନ ଧୋଇ ରଖିଲେ, ଏହି ସବୁ କ୍ଷତି ହୋଇଥାଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ରାତିରେ ଅଇଁଠା ବାସନ ନ ଧୋଇ ରଖିଲେ, ଏହି ସବୁ କ୍ଷତି ହୋଇଥାଏ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ଅଧିକାଂଶ ଲୋକ ରାତିରେ ଖାଇ ସାରିବା ପରେ ବାସନକୁ ସକାଳେ ଧୋଇବା ପାଇଁ ଛାଡ଼ି ଦେଇଥା’ନ୍ତି। ବାସ୍ତୁଶାସ୍ତ୍ରରେ କିନ୍ତୁ ଏପରି କରିବା ପାଇଁ ବାରଣ କରାଯାଇଛି।

ବାସ୍ତୁ ଶାସ୍ତ୍ର ଅନୁସାରେ, ଅଇଁଠା ବାସନ ରାତି ସାରା ପକାଇ ରଖିଲେ, ପରିବାର ଉପରେ ଏହାର ଖରାପ ପ୍ରଭାବ ପଡ଼ିବା ସହ ଘରେ ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଏପରିକି ଏହା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ କଥା କଥାରେ ଝଗଡ଼ା ସୃଷ୍ଟି ହୋଇଥାଏ। ଘରର ଲୋକେ ମିଳିମିଶି ରହି ନ ଥା’ନ୍ତି।

ଯଦି ଆପଣ ରାତିସାରା ବାସନକୁ ଅଇଁଠା ପକାଇ ରଖୁଛନ୍ତି, ତେବେ ଘରେ ଥିବା ସକାରାତ୍ମକ ଶକ୍ତି ମଧ୍ୟ ନଷ୍ଟ ହୋଇ ଯାଇଥାଏ। ତେଣୁ ଅଇଁଠା ବାସନ ଘରେ ପକାଇ ନ ରଖିବା ପାଇଁ ବାସ୍ତୁ ଶାସ୍ତ୍ର ବିଶାରଦମାନେ ପରାମର୍ଶ ଦେଇଥା’ନ୍ତି।

କୁହାଯାଏ. ମା’ ଲକ୍ଷ୍ମୀ ସଫାସୁତୁରା ଘରେ ହିଁ ବାସ କରନ୍ତି। ଏଣୁ ଅଇଁଠା ବାସନ ପଡ଼ି ରହିବା ଯୋଗୁ ଘରର ଆର୍ଥିକ ସ୍ଥିତି ଖରାପ ହୋଇଥାଏ। ବ୍ୟବସାୟରେ କ୍ଷତି ହେବା ସହ ଆପଣ କରିବାକୁ ଚାହୁଁଥିବା ନୂଆ କାର୍ଯ୍ୟରେ ମଧ୍ୟ ଅସଫଳ ହୋଇଥା’ନ୍ତି।

ବୈଜ୍ଞାନିକ ଦୃଷ୍ଟିକୋଣରୁ, ରାତିସାରା ଅଇଁଠା ବାସନ ପଡ଼ି ରହିବା ଦ୍ୱାରା ସେଥିରୁ ବିଭିନ୍ନ ପ୍ରକାରର ବ୍ୟାକ୍ଟେରିଆ ସୃଷ୍ଟି ହୁଅନ୍ତି। ଏହି ବ୍ୟାକ୍ଟେରିଆ ବାସନ ସଫା କଲା ପରେ ମଧ୍ୟ ବାସନରୁ ଯାଇ ନ ଥା’ନ୍ତି। ଆଉ ସଫା କରିବା ପରେ ମଧ୍ୟ ଏହି ସବୁ ବାସନରେ ଖାଇବା ଦ୍ୱାରା ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଇଥାଏ।



from Odisha Reporter https://ift.tt/2qUuQxW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages