କ୍ରିକେଟ୍‌ ମ୍ୟାଚ୍‌ ବିବାଦକୁ ନେଇ ବଲ୍‌ ବଦଳରେ ଚାଲିଲା ଗୁଳି, ୭ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

କ୍ରିକେଟ୍‌ ମ୍ୟାଚ୍‌ ବିବାଦକୁ ନେଇ ବଲ୍‌ ବଦଳରେ ଚାଲିଲା ଗୁଳି, ୭ ମୃତ

ପେଶାୱାର: କ୍ରିକେଟ୍‌ ମ୍ୟାଚ୍‌ରେ ଦୁଇ ଦଳ ମଧ୍ୟରେ ଆରମ୍ଭ ହୋଇଥିବା ଯୁକ୍ତିତର୍କ ଭୟଙ୍କର ରୂପ ଧାରଣ କରି ଶେଷରେ ବଲ୍ ବଦଳରେ ଚାଲିଲା ଗୁଳି। ଆଉ ଝିମିଟି ଖେଳରୁ ମହାଭାରତ ପରି ଖେଳ ଖେଳରେ ଚାଲିଗଲା ୭ ଜୀବନ।

ଶନିବାର ପାକିସ୍ତାନର ଖାଇବର ପଖ୍‌ତୁନ୍‌ଖ୍ୱା ରାଜ୍ୟରେ ଘଟଛି ଏହି ଘଟଣା। ଛୋଟପିଲାଙ୍କ ଦୁଇଟି ଦଳ ମଧ୍ୟରେ ଚାଲିଥିବା ଏକ କ୍ରିକେଟ୍‌ ମ୍ୟାଚ୍‌ରୁ ବିବାଦ ଉପୁଜିବା ପରେ ଏଭଳି ଭୟଙ୍କର ଘଟଣା ଘଟିଛି।

ବିବାଦ ପଡ଼ିଆରୁ ଆରମ୍ଭ ହୋଇଥିଲା ଏବଂ ଉଭୟ ଦଳର ପିଲାଙ୍କ ସହ ସେମାନଙ୍କ ଅଭିଭାବକ ଓ ସମର୍ଥକମାନେ ପୁଲିସ୍‌ରେ ଅଭିଯୋଗ କରିବାକୁ ଥାନାକୁ ଆସିଥିଲାବେଳେ ଦୁଇଗୋଷ୍ଠୀ ମଧ୍ୟରେ ପୁଣି ବଚସା ହୋଇଥିଲା। ଏହାପରେ ଗୋଟିଏ ପକ୍ଷ ଗୁଳିଚାଳନା କରିବାରୁ ଅସ୍ତ୍ରସଜ୍ଜିତ ଅନ୍ୟ ଗୋଷ୍ଠୀ ମଧ୍ୟ ଗୁଳି ଚାଳନା କରିଥିଲେ। ଚାହୁଁ ଚାହୁଁ ଥାନା ପରିସର ପାଲଟିଥିଲା ରଣଭୂମି।

ଏଥିରେ ଗୋଟିଏ ଗୋଷ୍ଠୀର ୩ ଜଣ ଏବଂ ଅନ୍ୟ ଗୋଷ୍ଠୀରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଜଣେ ଗୁରୁତରଭାବେ ଆହତ ହୋଇଥିବା ଜଣାଯାଇଛି।



from Odisha Reporter https://ift.tt/2KtxCTO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages