୨୯ ଦାଦନ ଶ୍ରମିକ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

୨୯ ଦାଦନ ଶ୍ରମିକ ଉଦ୍ଧାର

nuapada

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ନୂଆପଡ଼ା ଜିଲ୍ଲା ବୋଡେନ ପୁଲିସ୍ ୨୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏମାନଙ୍କ ମଧ୍ୟରେ ୬ଜଣ ନାବାଳକ ଓ ନାବାଳିକା ଅଛନ୍ତି। ବାହାର ରାଜ୍ୟକୁ ଚାଲାଣ ପାଇଁ ଉଦ୍ୟମ ବେଳେ ପୁଲିସ୍‌ ଚଢ଼ଉ କରି ଶ୍ରମିକଙ୍କୁ ଉଦ୍ଧାର କରିଛି।

ମାକରବର୍ଲି ଗାଁରେ ଏହି ଶ୍ରମିକଙ୍କୁ ବନ୍ଧକ ରଖାଯାଇଥିବା ସୂଚନା ପାଇ ପୁଲିସ୍ ଚଢ଼ଉ କରିଥିଲା। ଉଦ୍ଧାର ଶ୍ରମିକମାନେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଓ ବାଉଁଶୁଣି ଅଞ୍ଚଳର ବୋଲି ଜଣାପଡ଼ିଛି।

ଏମାନଙ୍କୁ ଇଟା ଗଢ଼ିବାକୁ ଆନ୍ଧ୍ର ଚାଲାଣ କରୁଥିଲା ଦଲାଲ। ଏହି ଘଟଣାରେ ପୁଲିସ କାହାକୁ ଗିରଫ କରି ପାରିନାହିଁ। ଉଦ୍ଧାର ପରେ ଶ୍ରମିକମାନଙ୍କୁ ପୁଲିସ୍‌ ଗାଁକୁ ପଠାଇ ଦେଇଛି।



from Odisha Reporter https://ift.tt/2z4dmn5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages