
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବରପୁତ୍ରମାନଙ୍କୁ ଗତ ୧୮ବର୍ଷ ଧରି ରାଜ୍ୟ ସରକାର ଅପମାନିତ କରୁଛନ୍ତି।ଏହାର ଜବାବ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଜନ ଆନ୍ଦୋଳନ ମାଧ୍ୟମରେ ଦିଆଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଡ. ହରେକୃଷ୍ଣ ମହତାବଙ୍କର ଏକ ପ୍ରତିମୂର୍ତ୍ତି ତାଙ୍କ ଜନ୍ମଭୂମି ଓ କର୍ମଭୂମି ଭଦ୍ରକ ଜିଲ୍ଲାର ଅଗରପଡ଼ା ଠାରେ ସ୍ଥାପନ କରିବା ପାଇଁ ସେଠାକାର ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ବହୁ ଦିନରୁ ଦାବି କରିବା ସହ ପ୍ରୟାସ କରି ଆସୁଛନ୍ତି। ଏପରିକି ସରକାର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ କରିବା ସହ ଜମି ପ୍ରଦାନ ମଧ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ସ୍ଥାନୀୟ ଶାସକ ଦଳ ନେତୃତ୍ୱ ଓ ଜିଲ୍ଲା ପ୍ରଶାସନ ସେହି ସ୍ଥାନଟିକୁ ଖାରଜ କରିବା ସହ ପ୍ରତିମୂର୍ତ୍ତି ସଂପୃକ୍ତ ସ୍ଥାନରେ ସ୍ଥାପନ କରିବା ପାଇଁ ଅନୁମତିକୁ ପ୍ରତ୍ୟାହାର କରି ନେଇଛନ୍ତି।
ପ୍ରଶାସନ ଡ. ମହତାବଙ୍କର ସ୍ମୃତି ସଂରକ୍ଷଣ କରିବା ପରିବର୍ତ୍ତେ ଏହି ହୀନ ପ୍ରୟାସ ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ। ଯଥାଶୀଘ୍ର ଡ. ମହତାବଙ୍କ ମୂର୍ତ୍ତି ସ୍ଥାପନ ପାଇଁ ନିରୂପିତ ଜମି ପ୍ରଦାନ କରିବାକୁ ସ୍ଥାନୀୟ ପ୍ରଶାସନ ପାଖରେ ଦାବି କରାଯାଇଛି। ଯଦି ଆଗାମୀ ନଭେମ୍ବର ୨୭ ତାରିଖ ସୁଦ୍ଧା ସ୍ଥାନୀୟ ପ୍ରଶାସନ ପ୍ରତିମୂର୍ତ୍ତି ପାଇଁ ଜମି ପ୍ରଦାନ ନକରେ ତେବେ ପ୍ରଦେଶ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।
ଏହି ଅବସରରେ କଂଗ୍ରେସ ବାର୍ତ୍ତା ଟ୍ରଷ୍ଟ ପକ୍ଷରୁ ପ୍ରକାଶିତ ‘କଂଗ୍ରେସ ବାର୍ତ୍ତା’ର ସ୍ୱତନ୍ତ୍ର ସଂଖ୍ୟାକୁ ସେ ଉନ୍ମୋଚନ କରିଛନ୍ତି। କଂଗ୍ରେସ ବାର୍ତ୍ତାର ସଂପାଦକ ତଥା ପ୍ରଦେଶ କଂଗ୍ରେସ ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।
from Odisha Reporter https://ift.tt/2BpQY9s
No comments:
Post a Comment