ରାମ ମନ୍ଦିର ନିର୍ମାଣ ପାଇଁ ବିଲ୍‌ ଆଣିବ ବିଜେପି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ରାମ ମନ୍ଦିର ନିର୍ମାଣ ପାଇଁ ବିଲ୍‌ ଆଣିବ ବିଜେପି !

ନୂଆଦିଲ୍ଲୀ: ଅଯୋଧ୍ୟାର ବିବାଦୀୟ ଜମିରେ ରାମ ମନ୍ଦିର ହେବ କି ନାହିଁ, ତା’ର ଶୁଣାଣି ସୁପ୍ରିମକୋର୍ଟ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦେଇଛନ୍ତି। ଅର୍ଥାତ ୨୦୧୯ ନିର୍ବାଚନ ପୂର୍ବରୁ ରାମ ମନ୍ଦିର ନିର୍ମାଣ ସଂକ୍ରାନ୍ତ ଚୂଡ଼ାନ୍ତ ଶୁଣାଣି ହେବାର ସମ୍ଭାବନା କମ୍‌। ସୁପ୍ରିମକୋର୍ଟଙ୍କ ଏଭଳି ରୁଲିଂ ପରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି।

ବିଜେପିର ଭୋଟ୍‌ ବ୍ୟାଙ୍କ କୁହାଯାଉଥିବା ହିନ୍ଦୁ ସଂଗଠନଗୁଡ଼ିକ ଦଳ ଉପରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ, ତାକୁ ନେଇ ପ୍ରଶ୍ନବାଣ ଛାଡ଼ିବାରେ ଲାଗିଛନ୍ତି। ଏସବୁରୁ ବଞ୍ଚିବା ପାଇଁ ଦଳ ଏବେ ପ୍ଲାନ୍‌ ବି ଆପଣାଇବାକୁ ଲକ୍ଷ୍ୟ ରଖିଛି।

ଦଳ ଆସନ୍ତା ଡିସେମ୍ବରରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନରେ ରାମ ମନ୍ଦିର ନିର୍ମାଣ ସଂକ୍ରାନ୍ତ ବିଲ୍‌ ଆଣିବ ବୋଲି ଏକ ପ୍ରକାରର ନିଷ୍ପତ୍ତି ନେଇଛି। ଏକଥାକୁ ଦଳର ରାଜ୍ୟସଭା ସାଂସଦ ତଥା ଆର୍‌ଏସ୍‌ଏସ୍‌ର ବିଚାରକ ରାକେଶ ସିହ୍ନା ଘୋଷଣା କରିଛନ୍ତି।

ସେ ଟ୍ୱିଟ୍‌ କରି କହିଛନ୍ତି, “ସାଂସଦଙ୍କ ଅଧିକାର ପରିସରରେ ଥିବା ପ୍ରାଇଭେଟ୍‌ ମେମ୍ବର ବିଲ୍‌ ଅନୁସାରେ ରାମ ମନ୍ଦିର ନିର୍ମାଣ ସଂକ୍ରାନ୍ତ ବିଲ୍‌ ଗୃହରେ ଆଗତ କରିବି। ଯେଉଁମାନେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ଆଧାର କରି ବିଜେପି ଓ ଆର୍‌ଏସ୍‌ଏସ୍‌କୁ ସମାଲୋଚନା କରୁଛନ୍ତି, ସେମାନେ କ’ଣ ଏହି ବିଲ୍‌କୁ ଏବେ ସମର୍ଥନ କରିବେ? ଏବେ କ୍ଷୀରରୁ ପାଣିକୁ ଅଲଗା କରିବାର ସମୟ ଆସି ଯାଇଛି।” ସେ ଏହି ଟ୍ୱିଟ୍‌ରେ ରାହୁଲ ଗାନ୍ଧି, ସୀତାରାମ ୟେଚୁରୀ, ଅଖିଲେଶ ଯାଦବ ଓ ଲାଲୁ ପ୍ରସାଦ ଯାଦବଙ୍କୁ ଟ୍ୟାଗ୍‌ କରିଛନ୍ତି।

ସେ ଆହୁରି କହିଛନ୍ତି, ଅଯୋଧ୍ୟା ପ୍ରସଙ୍ଗ ସୁପ୍ରିମକୋର୍ଟଙ୍କ ପ୍ରାଥମିକତା ନୁହେଁ। ସୁପ୍ରିମକୋର୍ଟ ଧାରା ୩୭୭, ଜାଲ୍ଲିକାଟୁ,ସାବରୀମାଲା ଆଦି ଉପରେ କେତେ ଦିନରେ ରାୟ ଦେଲେ ଆପଣମାନେ ସମସ୍ତେ ଦେଖିଲେ। କିନ୍ତୁ ଦଶନ୍ଧି ଦଶନ୍ଧି ଧରି ଅଯୋଧ୍ୟା ସୁପ୍ରିମକୋର୍ଟଙ୍କ ପାଇଁ ଗୁରୁତ୍ୱ ବହନ କରୁନାହିଁ। ହେଲେ ହିନ୍ଦୁ ସମାଜ ପାଇଁ ଅଯୋଧ୍ୟା ପ୍ରସଙ୍ଗ ବେଶ ଗୁରୁତ୍ୱବହନ କରେ ବୋଲି ସେ କହିଛନ୍ତି।

ବୁଧବାର ଏକ ଜାତୀୟ ଗଣମାଧ୍ୟମର ବିତର୍କରେ ସାମିଲ ହୋଇ ଶ୍ରୀ ସିହ୍ନା କହିଥିଲେ, ବିଜେପି ଆରମ୍ଭରୁ ଅଯୋଧ୍ୟା ପ୍ରସଙ୍ଗରେ ନିଜର ମତ ସ୍ପଷ୍ଟ କରିଛି। ଅଯୋଧ୍ୟାର ବିବାଦୀୟ ଜମି ଭଗବାନ ରାମଙ୍କର ଥିଲା ଓ ରହିବ। ଆମର ଦାବି ପୂରା ଜମି ଆମକୁ ମିଳୁ। ସେହି ଜମି ରାମ ଲଲାଙ୍କର ବୋଲି ସେ କହିଥିଲେ। ସିହ୍ନାଙ୍କ ଏଭଳି ବୟାନ୍‌ ପରେ ମୁଲାୟମ୍‌ ସିଂହଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ବିଜେପିକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ଦରକାର। ତେବେ ବିଶ୍ୱାସର ସହ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2EWABoz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages