ଛତିଶଗଡ଼ରେ ମାଓବାଦୀଙ୍କ ଘନଘନ ଆକ୍ରମଣ, ୭ ନକ୍ସଲ ସଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ଛତିଶଗଡ଼ରେ ମାଓବାଦୀଙ୍କ ଘନଘନ ଆକ୍ରମଣ, ୭ ନକ୍ସଲ ସଫା

ରାୟପୁର: ଛତିଶଗଡ଼ରେ ମତଦାନକୁ ଭଣ୍ଡୁର କରିବା ପାଇଁ ମାଓବାଦୀମାନେ ଆଜି ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି। ଭୋଟ ଗ୍ରହଣ ଚାଲିଥିବା ବେଳେ ବିଜାପୁର ପାମେଡ୍‌ ଅଞ୍ଚଳରେ ନକ୍ସଲ ଓ ସୁରକ୍ଷା ବାହିନୀ ମୁହାଁମୁହିଁ ହୋଇଥିଲେ। ଏଥିରେ କୋବ୍ରା ବାହିନୀର ୩ ଜଣ ଯବାନ ଆହତ ହୋଇଥିବା ବେଳେ ୫ ନକ୍ସଲ ନିହତ ହୋଇଥିଲେ।

ମାଜିଗୁଡ଼ା ଗାଁର ଘଞ୍ଚ ଜଙ୍ଗଲ ମଧ୍ୟରେ ସିଆର୍‌ପିଏଫ୍‌ର ୨୦୪ କୋବ୍ରା ଟିମ୍‌ ସର୍ଚ୍ଚ ଅପରେସନ୍‌ କରୁଥିଲେ। ମଧ୍ୟାହ୍ଣ ପ୍ରାୟ ୧୨.୨୦ରେ ମାଓବାଦୀମାନେ ଅତର୍କିତ ଭାବେ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟ ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ।

ତେବେ ସର୍ଚ୍ଚ ପଅରେସନ୍‌ ବେଳେ ୫ ଜଣ ମାଓବାଦୀଙ୍କ ମୃତଦେହ ମିଳିଛି। ଆହତ ୩ ଜଣ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥିତ ହସ୍ପିଟାଲ୍‌କୁ ଅଣାଯାଇଛି।

ମାଓବାଦୀମାନେ ପୁଣିଥରେ ସୁକମାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଥିଲେ। ପାଲଟା ଗୁଳିରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ନିକଟରୁ ଦୁଇ ରାଇଫଲ ଜବତ ହୋଇଥିବା ସୂଚନା ମିଳିଛି। ଏବେ ବି ଅପରେସନ ଜାରି ରହିଥିବାରୁ ବିସ୍ତୃତ ସୂଚନା ମିଳିନାହିଁ।

ଏହାବାଦ୍‌ ଛତିଶଗଡ଼ ଦାନ୍ତେୱାଡାର ତୁମୁକାପାଲ୍‌ରେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଥିଲେ। ତେବେ ଏହି ବିସ୍ଫୋରଣରେ ସୁରକ୍ଷାକର୍ମୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେହିପରି ମାଓବାଦୀମାନେ ବିଛାଇଥିବା କିଛି ଲ୍ୟାଣ୍ଡମାଇନ୍‌କୁ ସୁରକ୍ଷାକର୍ମୀମାନେ ଡିଫ୍ୟୁଜ କରିଦେଇଥିଲେ।



from Odisha Reporter https://ift.tt/2T7Pbgi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages