
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଗତକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ‘ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ’। ଏହି ମେଗା ଇଭେଣ୍ଟରେ ଯୋଗଦେଇଥିବା ଶିଳ୍ପପତି ଓ ଶିଳ୍ପ ସଂସ୍ଥାର କର୍ମକର୍ତ୍ତାମାନେ ରାଜ୍ୟ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଆଉ ସମସ୍ୟାର ପାହାଡ଼ ବି ଠିଆ କରାଇଛନ୍ତି। ରାଜ୍ୟରେ ଶିଳ୍ପାୟନ ବାତାବରଣକୁ ନେଇ ସରକାରଙ୍କୁ ଆଜି ଶିଳ୍ପଜଗତ ହେଭିୱେଟମାନେ ସେମାନେ ଭୋଗୁଥିବା ସମସ୍ୟାକୁ ଉଠାଇ ଶିଳ୍ପାୟନର ସ୍ୱପ୍ନ ଓ ବାସ୍ତବତା ଭିତରେ ଥିବା ଫରକକୁ ଉଜାଗର କରିଛନ୍ତି।
କଞ୍ଚାମାଲକୁ ନେଇ ସମସ୍ୟା ଘେରରେ ଛନ୍ଦି ହୋଇଛି ବେଦାନ୍ତର ଲାଞ୍ଜିଗଡ ପ୍ଲାଣ୍ଟ। ଆବଶ୍ୟକ କଞ୍ଚାମାଲ୍ର ମାତ୍ର ୨୦ ପ୍ରତିଶତ ମିଳୁଛି ବୋଲି ସ୍ୱୀକାର କରିଛନ୍ତି ବେଦାନ୍ତର ମୁଖ୍ୟ ଅନିଲ ଅଗ୍ରଓ୍ୱାଲ। କଞ୍ଚାମାଲ ଦେବା ବେଳେ ଭେଦଭାବ ନ କରିବାକୁ ବି ପ୍ରସ୍ତାବ ଦେଉଛନ୍ତି। ନିଜେ ଭୋଗୁଥିବା ନିଅଣ୍ଟିଆ ବିଜୁଳି ସ୍ଥିତିର ମଧ୍ୟ ଅବତାରଣା କରିଥିଲେ ବେଦାନ୍ତ ଅଧ୍ୟକ୍ଷ ଅନିଲ୍ ଅଗ୍ରଓ୍ୱାଲ।
ବେଦାନ୍ତ ପରି ଜିନ୍ଦଲ ଷ୍ଟିଲ ଅଧ୍ୟକ୍ଷ ନବୀନ ଜିନ୍ଦଲ ମଧ୍ୟ କଞ୍ଚାମାଲ୍କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବହୁ ଦିନ ହେବ ନିଜ ପ୍ରକଳ୍ପ ଭୋଗୁଥିବା ସମସ୍ୟାକୁ ନେଇ ସରକାରଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରି ବି ଜିନ୍ଦଲ ଷ୍ଟିଲ ପାଇଁ ସମାଧାନର ରାସ୍ତା ବାହାରୁନି। ତେଣୁ ‘ଶିଳ୍ପ କଲେ ଚ୍ୟାଲେଞ୍ଜ ରହିବ’ ବୋଲି ନିଜ ମନର ବେଦନାକୁ ଏମିତି ଢଙ୍ଗରେ ପ୍ରକାଶ କରିଛନ୍ତି ନବୀନ ଜିନ୍ଦଲ।
from Odisha Reporter https://ift.tt/2zIm7Tm
No comments:
Post a Comment