
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆର୍ଥିକ ଅନଗ୍ରସର ଓ ଅବେହଳିତ ବର୍ଗର ଛୋଟ ପିଲାଙ୍କ ସହ ଦୀପାବଳି ପାଳୁଛନ୍ତି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ୍ କୋହଲି। ନୂଆ ଡ୍ରେସ୍ ପିନ୍ଧି ବିରାଟ୍ ପିଲାଙ୍କ ସହ ନାଚୁଛନ୍ତି।
ଦେଖିବାକୁ ମିଳିଥିବା ଦୃଶ୍ୟରେ ପିଲାମାନେ ବିରାଟଙ୍କୁ ଗୀତ ଗାଇ ଶୁଣାଉଛନ୍ତି ଏବଂ ଏହି ଗୀତର ତାଳେ ତାଳେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍ ନାଚୁଛନ୍ତି। 
ତେବେ ଅସଲ କଥା ହେଉଛି, ଡ୍ରେସ୍ ପ୍ରସ୍ତୁତକାରୀ କମ୍ପାନୀ ‘ମାନ୍ୟବର’ର ଦୀପାବଳି ବିଜ୍ଞାପନ ଶୁଟିଂ ବେଳେ ବିରାଟ୍ ଏଭଳି ସେଲିବ୍ରେସନ୍ କରିଛନ୍ତି। ବିରାଟ୍ ହେଉଛନ୍ତି ‘ମାନ୍ୟବର’ର ବ୍ରାଣ୍ଡ୍ ଆମ୍ବାସାଡର୍।
ଏହି ବିଜ୍ଞାପନ ଶୁଟିଂରେ କୋହଲିଙ୍କ ସହ ଟିମ୍ ଇଣ୍ଡିଆ ସ୍ପିଡ୍ ଷ୍ଟାର୍ ଉମେଶ ଯାଦବ, ମୁମ୍ବାଇ ତାରକା ଶ୍ରେୟସ୍ ଆୟର୍ ଏବଂ ଇଶାନ୍ କିଷନ୍ଙ୍କ ଭଳି କ୍ରିକେଟର୍ ମଧ୍ୟ ସାମିଲ୍ ଥିଲେ।

ନିଜ ବ୍ୟସ୍ତବହୁଳ ଖେଳ ସୂଚୀରୁ ସମୟ କାଢ଼ି କୋହଲି ‘ମାନ୍ୟବର’କ ଏହି ଦୀପାବଳି ବିଜ୍ଞାପନ ଶୁଟିଂ କରିଛନ୍ତି। ଏହି ଅବସରରେ ଭାରତୀୟ ଅଧିନାୟକ ଶୁଟିଂରେ ଭାଗ ନେଇଥିବା ପିଲାମାନଙ୍କୁ ଦୀପାବଳିର ଉପହାର ମଧ୍ୟ ବାଣ୍ଟିଥିଲେ।
ବିରାଟଙ୍କ କହିବା ଅନୁଯାୟୀ, ବିଜ୍ଞାପନ ଶୁଟିଂ ଅବସରରେ ନିଆରା ଢଙ୍ଗରେ ଦୀପାବଳି ପାଳନ କରି ସେ ବେଶ୍ ଖୁସି । ଏଥର ଦୀପାବଳି ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ। ଏଥି ପାଇଁ ସେ ‘ମାନ୍ୟବର’କୁ ଧନ୍ୟବାଦ ଦେଇଛନ୍ତି।
from Odisha Reporter https://ift.tt/2zoHRnf
No comments:
Post a Comment