ରୋଜଗାରିଆ ପୁଅକୁ ହରାଇ ଝୁରି ହେଉଛନ୍ତି ପରିବାର ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ରୋଜଗାରିଆ ପୁଅକୁ ହରାଇ ଝୁରି ହେଉଛନ୍ତି ପରିବାର ଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାଙ୍ଗିଗଲା ସାହାରା। ରୋଜଗାରିଆ ପୁଅକୁ ହରାଇ କାନ୍ଦୁଛି ମାଆ। ଆମେ କହୁଛୁ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ପରିବାରର କଥା।

ହତଭାଗିନୀ ମାଆ କହିଛନ୍ତି, “ପୁଅ ମୋର କଥା ଦେଇଥିଲା, ନିର୍ବାଚନ ଡ୍ୟୁଟି ସରିଲେ ମୋତେ ସାଙ୍ଗରେ ଦିଲ୍ଲୀ ନେଇଯିବ। ସେଠାରେ ଅପରେସନ୍‌ କରି ମୋତେ କିଡନୀ ଯନ୍ତ୍ରଣାରୁ ମୁକ୍ତି ଦେବ। ହେଲେ ମୋ ଆଖି ଆଗରେ ସେ ଚାଲିଗଲା।…”

ଏବେ ରୁଗ୍‌ଣ ଶରୀର ଓ ଭଗ୍ନ ମନର ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଅଚ୍ୟୁତାନନ୍ଦଙ୍କ ମାଆ ସୁରଭି। ଆଉ ଅଚ୍ୟୁତଙ୍କ ପତ୍ନୀ ହିମାଞ୍ଚଳୀ ଏବେ ଯେମିତି ମୂକ ପାଲଟି ଯାଇଛନ୍ତି। ଏଭଳି ଦୁଃସ୍ଥିତିରେ ରାଜ୍ୟ ସରକାର ତାଙ୍କ ପରିବାର ପ୍ରତି ଅବିଚାର ନକରିବାକୁ ଗୁହାରି କରିଛନ୍ତି ସହିଦଙ୍କ ମାଆ ସୁରଭି ଓ ପତ୍ନୀ ହିମାଞ୍ଚଳୀ।

ଦେଶ ସୁରକ୍ଷା କାର୍ଯ୍ୟରେ ସାମିଲ ହୋଇ ନଥିଲେ ଅଚ୍ୟୁତ। କିନ୍ତୁ କାର୍ଯ୍ୟରତ ଅବସ୍ଥାରେ ପ୍ରାଣବଳି ଦେଇଥିବାରୁ ଦୂରଦର୍ଶନ କ୍ୟାମେରାମ୍ୟାନ୍‌ ଅଚ୍ୟୁତାନନ୍ଦ ସାହୁଙ୍କୁ ସହିଦର ମର୍ଯ୍ୟାଦା ଦେବାକୁ ଭୁଲି ନଥିଲେ ଛତିଶଗଡ଼ ସରକାର। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ହେଲେ ଅଚ୍ୟୁତାନନ୍ଦଙ୍କ ନିଜ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତାର ନାଁ ଗନ୍ଧ ନାହିଁ। କେବଳ ଯାହା ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରିଥିଲେ। ଏଭଳି ଦୁଃସ୍ଥିତିରେ ଅଚ୍ୟୁତଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟିଥିଲେ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂହଦେଓ। ଦିଲ୍ଲୀରେ ଅଚ୍ୟୁତଙ୍କ ସହ ବିତାଇଥିବା କିଛି ଅଭୂଲା ମୁହୂର୍ତ୍ତ କଥା ପରିବାର ଲୋକଙ୍କୁ ଜଣାଇଥିଲେ କଳିକେଶ। ହେଲେ ସହାୟତାର ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦେଇ ପାରିନଥିଲେ। ସ୍ୱତନ୍ତ୍ର ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।

ସେପଟେ କାର୍ଯ୍ୟରତ ସାମ୍ବାଦିକ ଅଚ୍ୟୁତାନନ୍ଦଙ୍କ ହତ୍ୟାକୁ ନିନ୍ଦା କରିବା ସହ ମାଓବାଦୀଙ୍କୁ ଟାର୍ଗେଟ୍ କରିଛି ଓଡ଼ିଶା ହିଂସାମୁକ୍ତ ଅଭିଯାନ। ସଂଗଠନ ପକ୍ଷରୁ ଚିତ୍ରକୋଣ୍ଡା ଓ କାଲିମେଳାର ଦୁର୍ଗମ ଅଞ୍ଚଳରେ ନକ୍ସଲ ବିରୋଧୀ ପୋଷ୍ଟର ମରାଯାଇ ଆଗକୁ ଜବାବ ଦିଆଯିବ ବୋଲି ଲେଖା ଯାଇଛି। ଗତକାଲି ମାଓବାଦୀଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ, ସେମାନଙ୍କ ଟାର୍ଗେଟ୍‌ରେ ମିଡିଆ ଟିମ୍ ନଥିଲା ବୋଲି କୁହାଯାଇଥିଲା।



from Odisha Reporter https://ift.tt/2F3K51r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages