ଲାଲଚାନ୍ଦ ଗହଣା ଦୋକାନରେ ମାଧୁରୀ ଦୀକ୍ଷିତ, କ’ଣ କିଣିଲେ ଜାଣିଛନ୍ତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ଲାଲଚାନ୍ଦ ଗହଣା ଦୋକାନରେ ମାଧୁରୀ ଦୀକ୍ଷିତ, କ’ଣ କିଣିଲେ ଜାଣିଛନ୍ତି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲିଉଡ୍‌ର ଧଡ଼କନ୍ ମାଧୁରୀ ଦୀକ୍ଷିତଙ୍କୁ ଆଜି ଦେଖିବାକୁ ମିଳିଥିଲା ଭୁବନେଶ୍ୱର ବଜାରରେ। ସେ ଆଜି ବୁଲି ବୁଲି ମାର୍କେଟିଂ କରିଥିଲେ। ଆଉ ତାଙ୍କୁ ଦେଖିବାକୁ ତାଙ୍କ ପଛେ ପଛେ ଗୋଡ଼େଇଥିଲେ ତାଙ୍କ ଫ୍ୟାନ୍।

କୋଟିଏ ହୃଦୟର ଧଡ଼କନ ମାଧୁରୀ ଦୀକ୍ଷିତ ଏବେ ଓଡ଼ିଶାରେ, ପୁଣି ଭୁବନେଶ୍ୱରରେ। ପୁରୁଷ ହକି ବିଶ୍ୱକପ୍ ପାଇଁ ସେ ଏବେ ରାଜ୍ୟର ଅତିଥି। ଗତକାଲି ସେ କଳିଙ୍ଗ ଷ୍ଟାଡିୟମରେ ନିଜର ଜଲୱା ଦେଖାଇ ଓଡ଼ିଶାବାସୀଙ୍କ ମନ ଜିଣିଛନ୍ତି।

ତେବେ ଆଜି ତାଙ୍କୁ ଦେଖିବାକୁ ମିଳିଥିଲା ଭୁବନେଶ୍ୱରରେ ମାର୍କେଟିଂ କରିବାର। କିଛି ଗହଣା କିଣିବାକୁ ସେ ପହଞ୍ଚିଥିଲେ ଓଡ଼ିଶାର ଜଣାଶୁଣା ଜୁଏଲାରୀ ଦୋକାନ ଲାଲ୍‌ଚାନ୍ଦରେ। ସେଠି ସେ ରୂପାରେ ତିଆରି ଏକ ବ୍ୟାଗ ଓ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କର ରୂପା ପ୍ରତିମା କିଣିଥିଲେ।

ଏଥିପାଇଁ ଗହଣା ଦୋକାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ମାଧୁରୀ ଗହଣା ଦୋକାନରେ ଥିବା ଜାଣିବା ପରେ ତାଙ୍କ ଫ୍ୟାନ୍‌ଙ୍କର ଭିଡ଼ ଜମିଥିଲା। ଦୋକାନରୁ ବାହାରି ଗାଡ଼ି ପର୍ଯ୍ୟନ୍ତ ଆସିବାକୁ ମାଧୁରୀଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଥିଲା। ଦେଖନ୍ତୁ ଭିଡିଓ।



from Odisha Reporter https://ift.tt/2DQN2jR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages