ହକି ବିଶ୍ୱକପ୍‌: କଳିଙ୍ଗରେ ମ୍ୟାଚ୍‌ ସହ ହୃଦୟ ଜିତିଲା ଟିମ୍‌ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ହକି ବିଶ୍ୱକପ୍‌: କଳିଙ୍ଗରେ ମ୍ୟାଚ୍‌ ସହ ହୃଦୟ ଜିତିଲା ଟିମ୍‌ ଇଣ୍ଡିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାବାସୀ ଇଣ୍ଡିଆନ୍‌ ହକି ଟିମ୍‌ଠାରୁ ଯାହା ଆଶା କରୁଥିଲେ ଦଳ ପ୍ରଥମ ମ୍ୟାଚ୍‌ରେ ଅନୁରୂପ ପ୍ରଦର୍ଶନ କରିଛି। କଳିଙ୍ଗ ଷ୍ଟାଡିୟମରେ ମନପ୍ରୀତ୍‌ ସିଂହଙ୍କ ଟିମ୍‌ ଇଣ୍ଡିଆ ମ୍ୟାଚ୍‌ ସହ ଦର୍ଶକଙ୍କ ହୃଦୟ ମଧ୍ୟ ଜିତିଛି। ଏଥିସହ ୨୦୧୮ ହକି ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଦଳ ଆଫ୍ରିକାର ୧ ନଂ ଦଳ ଦକ୍ଷିଣ ଆଫ୍ରିକାକୁ ବୃହତ ୫-୦ ଗୋଲ୍‌ରେ ପରାସ୍ତ କରି ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। ଦଳ ପକ୍ଷରୁ ସିମରନଜିତ ସିଂହ ସର୍ବାଧିକ ୨ଟି ଗୋଲ୍‌ ଦେଇଥିବା ବେଳେ ଆକାଶଦୀପ ସିଂହ, ମନଦୀପ ସିଂହ ଓ ଲଳିତ ଉପାଧ୍ୟାୟ ଗୋଟିଏ ଲେଖାଏ ଗୋଲ ଦେଇଛନ୍ତି।

ଘରୋଇ ପରିବେଶରେ ବିଶ୍ୱକପ୍‌ ଖେଳୁଥିବା ଟିମ୍‌ ଇଣ୍ଡିଆ ଅପେକ୍ଷାକୃତ ଦୁର୍ବଳ କୁହାଯାଉଥିବା ଦକ୍ଷିଣ ଆଫ୍ରିକା ଉପରେ ଆରମ୍ଭରୁ ଚାପ ସୃଷ୍ଟି କରିଥିଲା। ଘନଘନ ଆକ୍ରମଣ ସାଙ୍ଗକୁ ସୁନ୍ଦର ପାସ୍‌ ବଳରେ ଦଳ ଦକ୍ଷିଣ ଆଫ୍ରିକା ଡି ଭିତରେ ବାରମ୍ବାର ପ୍ରବେଶ କରିଥିଲା। ଏଥିସହ ଘରୋଇ ଦର୍ଶକଙ୍କ ସମର୍ଥନ ଘରୋଇ ଦଳର ମନୋବଳକୁ ଦ୍ୱିଗୁଣିତ କରିଦେଇଥିଲା। ତେବେ ମ୍ୟାଚ୍‌ର ୯ ମିନିଟ୍‌ରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଦକ୍ଷିଣ ଆଫ୍ରିକା ଗୋଲ କିପର ରୋକିଥିଲେ ହେଁ ମନଦୀପ ସିଂହ ରିବାଉଣ୍ଡରେ ଏହାକୁ ଗୋଲରେ ପରିଣତ କରି ଦଳ ପାଇଁ ବିଶ୍ୱକପ୍‌ରେ ତାଙ୍କର ପ୍ରଥମ ଗୋଲ କରିଥିଲେ।

ଏଥିସହ ଭାରତ ୧-୦ରେ ଆଗୁଆ ହୋଇଯାଇଥିଲା। ଏହାପରେ ଆକାଶଦୀପ ସିଂହ ୧୨ତମ ମିନିଟ୍‌ରେ ଫିଲ୍ଡ ଗୋଲ୍‌ ଦେଇ ଦଳକୁ ୨-୦ରେ ଆଗୁଆ କରିଦେଇଥିଲେ। ପ୍ରଥମ କ୍ୱାର୍ଟରରେ ଭାରତ ଆଉ କୌଣସି ଗୋଲ କରିପାରି ନଥିଲା। ଦ୍ୱିତୀୟ କ୍ୱାର୍ଟରରେ ଅର୍ଥାତ ମ୍ୟାଚ୍‌ର ୨୭ତମ ମିନିଟ୍‌ରେ ନୀଳକଣ୍ଠ ଓ ସୁମିତ ମିଳିତ ଭାବେ ଏକ ସୁଯୋଗ ସୃଷ୍ଟି କରିଥିଲେ ହେଁ ଏହାକୁ ଗୋଲ୍‌ରେ ପରିଣତ କରିପାରି ନଥିଲେ। ହାଫଟାଇମ୍‌ ପର୍ଯ୍ୟନ୍ତ ଭାରତ ୨-୦ ଗୋଲ୍‌ରେ ଆଗୁଆ ରହିଥିଲା।

ତେବେ ତୃତୀୟ କ୍ୱାର୍ଟର ଅର୍ଥାତ ମ୍ୟାଚ୍‌ର ୪୩ତମ ମିନିଟ୍‌ରେ ସିମରନଜିତ୍‌ ଏକ ଚମତ୍କାର ପାସ୍‌କୁ ଗୋଲ୍‌ରେ ପରିଣତ କରି ଭାରତକୁ ୩-୦ରେ ଆଗୁଆ କରିଦେଇଥିଲେ। ଏହାପରେ ଦକ୍ଷିଣ ଆଫ୍ରିକା ଘନଘନ ଆକ୍ରମଣ କରିଥିଲା। କିନ୍ତୁ ଭାରତୀୟ ଡିଫେଣ୍ଡରଙ୍କୁ ଭେଦ କରିବା ଦଳ ପକ୍ଷରେ ସହଜ ହୋଇ ନଥିଲା। ଦକ୍ଷିଣ ଆଫ୍ରିକା ଆକ୍ରମଣ କରିଥିଲେ ହେଁ ମ୍ୟାଚ୍‌ର ୪୫ ତମ ମିନିଟ୍‌ରେ ଲଳିତ ଉପାଧ୍ୟୟ ଏକ ଗୋଲ ଦେଇ ଭାରତର ବିଜୟକୁ ଏକ ପ୍ରକାରର ନିଶ୍ଚିତ କରିଦେଇଥିଲେ।

୪ର୍ଥ କ୍ୱାର୍ଟର ଆରମ୍ଭରୁ ଭାରତ ପାଇଁ ସିମରନଜିତ ଆଉ ଏକ ଫିଲ୍ଡ ଗୋଲ୍‌ ଦେଇ ଗୋଲ୍‌ ବ୍ୟବଧାନକୁ ୫-୦ କରିଦେଇଥିଲେ। ଏହି ଗୋଲ୍‌ ପରେ ଭାରତ ଖେଳ୍‌ର ବେଗକୁ କମାଇ ଦେଇଥିଲା। ଏହାର ସୁଯୋଗରେ ଦକ୍ଷିଣ ଆଫ୍ରିକା ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା। କିନ୍ତୁ ଗୋଲ କିପର୍‌ ପିଆର୍‌ ଶ୍ରୀଜେଶ ଏହାକୁ ଅଟକାଇ ଦେଇଥିଲେ।

ଶେଷରେ ଭାରତ ମ୍ୟାଚ୍‌ଟିକୁ ୫-୦ରେ ଜିତିବା ସଙ୍ଗେସଙ୍ଗେ ବିଜୟ ସହ ନିଜର ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଛି। ଭାରତର ବିଜୟ ପରେ କଳିଙ୍ଗ ଷ୍ଟାଡିୟମ୍‌ରେ ଆତସବାଜି ଦେଖିବାକୁ ମିଳିଥିଲା। ସେହିପରି ଭାରତୀୟ ଟିମ୍‌କୁ ସମର୍ଥନ କରିବାକୁ ଆଜି ପୂରା ଷ୍ଟାଡିୟମ ଦର୍ଶକରେ ଭରିଯାଇଥିଲା।



from Odisha Reporter https://ift.tt/2BDrYM4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages