ଅଷ୍ଟ୍ରେଲିଆରେ ରୋହିତ ଶର୍ମା ଆରମ୍ଭ କରିବେ ନୂଆ ଟେଷ୍ଟ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ଅଷ୍ଟ୍ରେଲିଆରେ ରୋହିତ ଶର୍ମା ଆରମ୍ଭ କରିବେ ନୂଆ ଟେଷ୍ଟ ଜୀବନ

ନୂଆଦିଲ୍ଲୀ: ବର୍ଷ ଆରମ୍ଭରୁ ଯେଉଁ ଉତ୍ସାହ ନେଇ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ୍‌ ସିରିଜ୍ ଖେଳିବାକୁ ସୀମିତ ଓଭର୍‌ ଫର୍ମାଟର ଓପନର୍‌ ରୋହିତ ଶର୍ମା ଯାଇଥିଲେ ଠିକ ସେହିଭଳି ଉତ୍ସାହ ସେ ଅଷ୍ଟ୍ରେଲିଆ ଗସ୍ତକୁ ନେଇ ଦେଖାଇଛନ୍ତି। କାରଣ ସେ ଦୀର୍ଘ ୧୦ ମାସରୁ ଅଧିକ ଦିନ ପରେ ଟିମ୍‌ ଇଣ୍ଡିଆର ଟେଷ୍ଟ ସ୍କ୍ୱାଡ୍‌ରେ ସାମିଲ ହୋଇଛନ୍ତି ଏବଂ ଡିସେମ୍ବର ୬ରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ ମ୍ୟାଚ୍‌ ଖେଳିବେ ବୋଲି ଆଶାବାଦୀ ରହିଛନ୍ତି।

ଏହି ଗସ୍ତ ସମୟରେ ରୋହିତ ନୂଆ କରି ତାଙ୍କ ଟେଷ୍ଟ କ୍ୟାରିୟର୍‌ର ଆରମ୍ଭ କରିବେ ବୋଲି କହିଛନ୍ତି। କାରଣ ସୀମିତ ଓଭର୍‌ରେ ନିଜର ଦବଦବା ଦେଖାଇଥିବା ରୋହିତ ଏଯାଏ କ୍ରିକେଟ୍‌ର ଲଙ୍ଗେଷ୍ଟ ଫର୍ମାଟ କୁହାଯାଉଥିବା ଟେଷ୍ଟ୍‌ରେ ନିଜର ଛାପ ଛାଡ଼ିବାରେ ସକ୍ଷମ ହୋଇନାହାନ୍ତି।

ଚଳିତ ବର୍ଷର ଦକ୍ଷିଣ ଆଫ୍ରିକା ଗସ୍ତ କାଳରେ ରୋହିତଙ୍କ ଟେଷ୍ଟ୍‌ ମ୍ୟାଚ୍‌ ସ୍କୋର ଯଥାକ୍ରମେ ୧୧,୧୦,୧୧ ଓ ୪୭ ରହିଥିଲା। ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ରୋହିତଙ୍କୁ ଟିମ୍‌ରୁ ବିଦା କରାଯାଇଥିଲା। ହେଲେ ଚଳିତ ବର୍ଷ ରୋହିତ ୧୯ଟି ଦିନିକିଆରେ ୭୩.୫୭ ହାରରେ ୧୦୩୦ ରନ୍‌ କରିଛନ୍ତି। ସେହିପରି ୧୬ ଟି-୨୦ରେ ୫୬୦ ରନ୍‌ ହାସଲ କରିଛନ୍ତି। ଏହି ଚମତ୍କାର ପ୍ରଦର୍ଶନ ପାଇଁ ରୋହିତଙ୍କୁ ଅଷ୍ଟ୍ରେଲିଆରେ ଟେଷ୍ଟ୍‌ ଖେଳିବାକୁ ଡାକରା ମିଳିଛି।

ଟିମ୍‌ ମ୍ୟାନେଜ୍‌ମେଣ୍ଟ ମଧ୍ୟ ମୁମ୍ବାଇର ଏହି ଡାହଣହାତୀ ବ୍ୟାଟସ୍‌ମ୍ୟାନ୍‌ ଅଷ୍ଟ୍ରେଲିଆରେ କେମିତି ଭଲ କରିବେ, ସେଥିପ୍ରତି ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ରୋହିତଙ୍କୁ ଅଷ୍ଟ୍ରେଲିଆ ଟେଷ୍ଟ୍‌ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡକୁ ୪ ଦିନିଆ ଟେଷ୍ଟ୍‌ ମ୍ୟାଚ୍‌ ଖେଳିବାକୁ ଭାରତୀୟ ଏ ଦଳରେ ସାମିଲ କରାଯାଇଛି। ନଭେମ୍ବର ୧୬ରୁ ୧୯ ଯାଏ ଏହି ମ୍ୟାଚ୍‌ ଚାଲିବ। ଅବଶ୍ୟ ଏଥିପାଇଁ ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦, ଯାହା ୨୧ ତାରିଖରେ ଅନୁଷ୍ଠିତ ହେବ, ତାକୁ ମିସ୍‌ କରିପାରନ୍ତି। କିନ୍ତୁ ଟିମ୍‌ ମ୍ୟାନେଜମେଣ୍ଟ ରୋହିତଙ୍କ ଟେଷ୍ଟ ଭବିଷ୍ୟତ ପାଇଁ ଏଭଳି ମିସ୍‌କୁ ମଧ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ରହିଛି। ରୋହିତ ଗୋଟିଏ ଟି-୨୦ ମିସ୍‌ କଲେ କିଛି ବି ଅସୁବିଧାନାହିଁ ବୋଲି ପରୋକ୍ଷରେ ମଧ୍ୟ ସୂଚାଇ ଦେଇଛନ୍ତି।

ରୋହିତ କହିଛନ୍ତି, “ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ମୁଁ ଦୀର୍ଘଦିନ ଅପେକ୍ଷା କରିଥିଲି। ଏବେ ଭାରତ ପକ୍ଷରୁ ଟେଷ୍ଟ୍‌ ଖେଳିବାକୁ ମୋତେ ପୁଣିଥରେ ସୁଯୋଗ ମିଳିଛି। କିନ୍ତୁ ଏହା ପୂର୍ବରୁ ଟି-୨୦ ଓ ଅଭ୍ୟାସ ମ୍ୟାଚ୍‌ ରହିଛି। ତେଣୁ ମୁଁ ଭବିଷ୍ୟତରେ କ’ଣ ହେବ ସେକଥା ଏବେଠାରୁ ଚିନ୍ତା କରିନାହିଁ। ହେଲେ ମୁଁ ଅଷ୍ଟ୍ରେଲିଆରୁ ନୂଆ ଟେଷ୍ଟ କ୍ୟାରିୟର ଆରମ୍ଭ କରିବାକୁ ନିଶ୍ଚିତ ଚେଷ୍ଟା କରିବି।”

ରୋହିତ ବର୍ତ୍ତମାନ ସୁଦ୍ଧା ୨୫ଟି ଟେଷ୍ଟ ମ୍ୟାଚ୍‌ରେ ୧୪୭୯ ରନ୍‌ କରିଛନ୍ତି। ତାଙ୍କର ବ୍ୟାଟିଂ ହାର ୩୯.୯୭ ରହିଛି। ଟେଷ୍ଟ କ୍ୟାରିୟର୍‌ରେ ରୋହିତ ଏଯାଏ ୩ଟି ଶତକ ହାସଲ କରିଛନ୍ତି।



from Odisha Reporter https://ift.tt/2PTmPYk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages