ସ୍ୱାମୀଙ୍କ ମୃତଦେହ ପାଖରେ ମହାପ୍ରୟାଣ ଗାଡ଼ିଭଡ଼ା ପାଇଁ ଭିକ ମାଗିଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ସ୍ୱାମୀଙ୍କ ମୃତଦେହ ପାଖରେ ମହାପ୍ରୟାଣ ଗାଡ଼ିଭଡ଼ା ପାଇଁ ଭିକ ମାଗିଲେ ମହିଳା

ପଟ୍ଟାମୁଣ୍ଡାଇ (ପ୍ରଵୀର କୁମାର ନାୟକ): ମୃତଦେହକୁ ସମ୍ମାନ ଜଣାଇବା ପାଇଁ ରାଜ୍ୟ ସରକାର ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିଛନ୍ତି। ହେଲେ ସ୍ୱାମୀଙ୍କ ମୃତଦେହ ନେବା ପାଇଁ ମିନତୀ ମୁଣ୍ଡାଙ୍କୁ ମିଳିଲାନି ମହାପ୍ରୟାଣ ଗାଡ଼ି। ଏଥିପାଇଁ ସେ ସ୍ୱାମୀଙ୍କ ମୃତଦେହ ପାଖରେ କାନି ପାତି ଭିକ ମାଗିଛନ୍ତି। ଆଜି ଏପରି ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଉପଖଣ୍ଡ ଡାକ୍ତରଖାନାରେ।

କେନ୍ଦୁଝର ଜିଲ୍ଲା ସାହାରପଡ଼ାର ଡାକରାଇ ମୁଣ୍ଡା ଓ ମିନତୀ ମୁଣ୍ଡ କାମ ଅନ୍ୱେଷଣରେ କେନ୍ଦ୍ରାପଡ଼ା ଚାଲି ଆସିଥିଲେ। ପିଲାପିଲିଙ୍କୁ ଗାଁରେ ଛାଡ଼ି ସେମାନେ ପଟ୍ଟାମୁଣ୍ଡାଇରେ ଏକ ଭଡ଼ା ଘରେ ରହି କାମଦାମ କରୁଥିଲେ। ଗତକାଲି ହଠାତ ଡାକରାଇଙ୍କ ଦେହ ଅସୁସ୍ଥ ହୋଇଥିଲା। ମିନତୀ ତାଙ୍କୁ ସଙ୍ଗେ ସଙ୍ଗେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ସ୍ୱାମୀଙ୍କ ମୃତଦେହ ନେବା ପାଇଁ ମିନତୀ ଚାହିଥିଲେ। ମାତ୍ର ପାଖରେ ଅର୍ଥ ନଥିବାରୁ ସେ ନେଇପାରି ନଥିଲେ। ମହାପ୍ରୟାଣ ଗାଡ଼ି ପାଇଁ ସେ ମେଡ଼ିକାଲ୍‌ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ଏଥିପାଇଁ ୩୦୦ ଟଙ୍କା ଜମା କଲେ ମହାପ୍ରୟାଣ ଗାଡ଼ି ମିଳିବ ବୋଲି କର୍ତ୍ତୃପକ୍ଷ ରୋକ୍‌ଠୋକ ଶୁଣାଇ ଦେଇଥିଲେ। ଶେଷରେ କିଛି ଉପାୟ ନପାଇ ମିନତୀ ମେଡ଼ିକାଲ୍‌ରେ ନିଜ କାନି ପାତି ଭିକ ମାଗିଥିଲେ। ଆଦାୟ ହୋଇଥିବା ଟଙ୍କା ମହାପ୍ରୟାଣ ଗାଡ଼ି ପାଇଁ ଜମା କରିଛନ୍ତି। ମାତ୍ର ଶବ ସତ୍କାର ପାଇଁ ଆବଶ୍ୟକ ପଇସା ମିଳି ନଥିବାରୁ ସେ ଏବେ ମଧ୍ୟ ଭିକ ମାଗୁଛନ୍ତି।



from Odisha Reporter https://ift.tt/2QExmUf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages