ହ୍ୱାଟ୍ସଆପ୍ ଆଣିଲା ଆଉ ଏକ ଆକର୍ଷଣୀୟ ଫିଚର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

ହ୍ୱାଟ୍ସଆପ୍ ଆଣିଲା ଆଉ ଏକ ଆକର୍ଷଣୀୟ ଫିଚର

ମୁମ୍ବାଇ: ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ସବୁବେଳେ କିଛି ନା କିଛି ନୂଆ ଫିଚର ଲଞ୍ଚ କରିଥାଏ। ଏବେ କମ୍ପାନୀ ଆଣିଛି ଆଉ ଏକ ନୂଆ ଫିଚର। ଯାହାଦ୍ୱାରା ୟୁଜର ହ୍ୱାଟ୍ସଆପ୍‌ ନ ଖୋଲି ମଧ୍ୟ ଆସିଥିବା ଭିଡିଓ ଦେଇପାରିବେ। ବର୍ତ୍ତମାନ ଆପଣଙ୍କୁ ଯଦି କେହି ଭିଡିଓ ପଠାଇଛନ୍ତି, ତେବେ ଆପଣ ଏହାର ସ୍ନାପସଟ୍ ନୋଟିଫିକେଶନ୍ ପ୍ୟାନେଲ୍‌ରେ ଦେଖିପାରୁଛନ୍ତି। ହେଲେ ଏହି  ନୂଆ ଫିଚର ଅନୁଯାୟୀ, ଆପଣ ନୋଟିଫିକେଶନ୍ ପ୍ୟାନେଲରେ ଭିଡିଓଟିକୁ ଦେଖିପାରିବେ।

ଏହି ଫିଚର ଅନୁଯାୟୀ, ନୋଟିଫିକେଶନ୍ ପ୍ୟାନେଲରେ ଭିଡିଓଟି କିଛି ସମୟ ପାଇଁ ପ୍ରିଭ୍ୟୁ ଭାବେ ପ୍ଲେ ହେବ। କେବଳ ଏତିକି ନୁହେଁ, ଯଦି ଆପଣ ନୋଟିଫିକେଶନ୍ ଅନ୍ ରଖନ୍ତି, ତେବେ ଲକ୍ ସ୍କ୍ରିନ୍‌ରେ ମଧ୍ୟ ଟାପ୍ କରି ଭିଡିଓର ପ୍ରିଭ୍ୟୁ ଦେଖାଯାଇପାରିବ। ଅନେକ ସମୟରେ ୟୁଜର ନିଜକୁ ଆସିଥିବା ଭିଡିଓକୁ ପ୍ରାଇଭେଟ୍ ରଖିବାକୁ ପସନ୍ଦ କରନ୍ତି ବା କାହା ସହ ସେୟାର କରିବାକୁ ଚାହାନ୍ତି ନାହିଁ। ତେଣୁ ଯଦି ଆପଣ ମଧ୍ୟ ଭିଡୁଓକୁ ସିକ୍ରେଟ୍ ରଖିବାକୁ ଚାହାଁନ୍ତି, ତେବେ ସେଟିଂରେ ଯାଇ ଏହି ଫିଚରକୁ ସିକ୍ରେଟ୍ କରିପାରିବେ। ଏହା ବ୍ୟତୀତ ହ୍ୱାଟ୍ସଆପ୍‌ରେ ‘ଅଟୋ ଡାଉନଲୋଡ୍‌’ ଅପସନ୍‌କୁ ଡିସେବଲ୍ କରିପାରିବେ।

ସୂଚନା ଅନୁଯାୟୀ, ଏହି ଫିଚରଟି ବର୍ତ୍ତମାନ ପାଇଁ କେବଳ iOS ୟୁଜରଙ୍କ ପାଇଁ ରହିଛି।  ଯେଉଁମାନଙ୍କ ପାଖରେ 2.18.102.5 ଭର୍ଜନ ଅଛି, ସେମାନେ ହିଁ ଏହାକୁ ବ୍ୟବହାର କରିପାରିବେ। ଖୁବ୍‌ଶୀଘ୍ର ଏହା ଅନ୍ୟସବୁ ଭର୍ଜନ୍ ପାଇଁ ମଧ୍ୟ ଉପଲବ୍ଧ ହେବ।

 

 

 

 



from Odisha Reporter https://ift.tt/2FEorkB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages