ସୋନିଆଙ୍କୁ ସିଲ୍‌ଭର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

ସୋନିଆଙ୍କୁ ସିଲ୍‌ଭର

sonia

ନୂଆଦିଲ୍ଲୀ: ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନ୍‌ଶିପ୍‌ରେ ୪୮ କିଲୋଗ୍ରାମ୍ ଲାଇଟ୍ ଫ୍ଲାଇୱେଟ୍‌ ବର୍ଗରେ ବିଜୟୀ ହୋଇ ମ୍ୟାରୀ କମ୍‌ ଷଷ୍ଠ ଥର ପାଇଁ ବିଶ୍ୱ ବିଜୟିନୀ ହୋଇଥିବା ବେଳେ ୫୭ କେଜି ବର୍ଗ ଫାଇନାଲ୍‌ରେ ପ୍ରବେଶ କରିଥିବା ସୋନିଆ ଚହଲଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଶ୍ୱଚାମ୍ପିୟନ୍‌ଶିପ୍‌ରେ ଅଂଶଗ୍ରହଣ କରିଥିଲେ।

ସୋନିଆ ସେମି ଫାଇନାଲ୍‌ରେ ଉତ୍ତର କୋରିଆର ଜୋ ସନ୍ ହୁୱାଙ୍କୁ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲେ ଓ ସ୍ୱର୍ଣ୍ଣ ପଦକ ପାଇବାକୁ ଦାବିଦାର ହୋଇଥିଲେ। ଫାଇନାଲ୍‌ରେ ତାଙ୍କର ମୁକାବିଲା ଜର୍ମାନୀର ଓର୍ନିଲା ଗ୍ରାବିଏଲ୍‌ ୱାନରଙ୍କ ସହ ହୋଇଥିଲା। ସେ ଓର୍ନିଲାଙ୍କଠାରୁ ୧-୪ରେ ହାରି ଯାଇଥିଲେ।

ସୋନିଆଙ୍କ ଘର ହରିୟାଣାର ଭିୱାନିରେ। ସେ ୨୦୧୧ରେ ୧୪ ବର୍ଷ ବୟସରେ ବକ୍ସିଂ କ୍ୟାରିଅର ଆରମ୍ଭ କରିଥିଲେ। ସିନିୟର ବର୍ଗରେ ସେ ୨୦୧୬ରେ ପ୍ରଥମେ ପଦକ ଜିତିଥିଲେ।

ଗତକାଲି ଫାଇନାଲ୍‌ରେ ପରାସ୍ତ ହେବା ପରେ ସେ କହିଥିଲେ,“ମୋ ଦୁର୍ବଳତାଗୁଡ଼ିକୁ ସମୀକ୍ଷା କରିବି ଓ ୨୦୨୦ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରିବି।”

ଦିଲ୍ଲୀରେ ଅନୁଷ୍ଠିତ ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନ୍‌ଶିପ୍‌ରେ ଭାରତ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୨ଟି କାଂସ୍ୟ ପଦକ ସହ ଅଭିଯାନ ଶେଷ କରିଛି।

ମ୍ୟାରୀ କମ୍ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ସୋନିଆ ରୌପ୍ୟ ଏବଂ ସିମ୍ରନ୍‌ଜିତ୍ କୌର ବାଥ (୬୪ କେଜି) ଓ ଲଭ୍‌ଲୀନା ବୋରଗୋହାଇଁ (୬୯କେଜି) କାଂସ୍ୟ ପଦକ ଜିତିଛନ୍ତି।



from Odisha Reporter https://ift.tt/2DItMEW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages