ପୂର୍ବତନ ସ୍ୱାମୀଙ୍କ ଜଘନ୍ୟକାଣ୍ଡ: ଗଣଦୁଷ୍କର୍ମ ପରେ ମହିଳା ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

ପୂର୍ବତନ ସ୍ୱାମୀଙ୍କ ଜଘନ୍ୟକାଣ୍ଡ: ଗଣଦୁଷ୍କର୍ମ ପରେ ମହିଳା ମୃତ

ଜମତାରା(ଝାରଖଣ୍ଡ): ଝାରଖଣ୍ଡର ଜାମତାରା ଜିଲ୍ଲାର ଏକ ଗାଁରେ ଜଣେ ବ୍ୟକ୍ତି ତାଙ୍କ ପୂର୍ବତନ ପତ୍ନୀଙ୍କ ସହ ଜଘନ୍ୟକାଣ୍ଡ ଘଟାଇଛନ୍ତି। ମହିଳା ଜଣଙ୍କ ଫିଲ୍ମ ଦେଖି ଫେରୁଥିବା ବେଳେ ପୂର୍ବତନ ସ୍ୱାମୀ ଜଣଙ୍କ ତାଙ୍କର ୨ ଜଣ ସାଙ୍ଗ ସହ ମିଶି ତାଙ୍କୁ ଗଣଦୁଷ୍କର୍ମ କରିବା ସହ ଗୁପ୍ତାଙ୍ଗରେ ଏକ କାଠ ଫାଳିଆ ଭର୍ତ୍ତି କରିଦେଇଥିଲେ। ଫଳରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଛି। ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, ମହିଳାଙ୍କ ପୂର୍ବତନ ସ୍ୱାମୀଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି।

କାଳୀପୂଜା ପାଇଁ ବୁଧବାର ମହିଳା ଜଣଙ୍କ ଏକ ସିନେମା ଦେଖିବାକୁ ଯାଇଥିଲେ। ତେବେ ଏହି ସମୟରେ ପୂର୍ବତନ ପତ୍ନୀ ଓ ତାଙ୍କର ଦୁଇ ଜଣ ସାଙ୍ଗ ମହିଳାଙ୍କ ପାଖରେ ପହଞ୍ଚି ପ୍ରଥମେ ତାଙ୍କ ସହ ପାଟିତୁଣ୍ଡ କରିଥିଲେ।

ଏହାପରେ ସେମାନେ ତାଙ୍କୁ ଗାଁ ନିକଟସ୍ଥ ଏକ ପଡ଼ିଆକୁ ଭିଡ଼ି ନେଇ ତାଙ୍କ ସହ ଏଭଳି ଜଘନ୍ୟକାଣ୍ଡ ଘଟାଇଥିଲେ। ତେବେ ଗୁରୁବାର ମହିଳା ଜଣଙ୍କର କାନ୍ଦ ଶୁଣି ଗାଁ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ରକ୍ତାକ୍ତ ଅବସ୍ଥାରେ ମହିଳାଙ୍କୁ ସେମାନେ ନାରାୟଣପୁର ସହରରେ ଥିବା ହସ୍ପିଟାଲ୍‌କୁ ନେଇଥିଲେ। ତେବେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜାମତାରା ସଦର ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଆଜି ଡାକ୍ତରମାନେ ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି।

ଏହି ଘଟଣାକୁ ନେଇ ମୃତ ମହିଳାଙ୍କ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।



from Odisha Reporter https://ift.tt/2PQsTAF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages