
ନୂଆଦିଲ୍ଲୀ: ୫ ଦିନର ଲୁଚକାଳି ଖେଳ ସାରି ସାମ୍ନାକୁ ଆସିଛନ୍ତି ଜେଲରେ ଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜ୍ୟେଷ୍ଠ ପୁତ୍ର ତେଜ୍ ପ୍ରତାପ ଯାଦବ। ସେ ତାଙ୍କ ସାନଭାଇ ତେଜସ୍ୱୀଙ୍କ ୨୯ତମ ଜନ୍ମଦିନରେ ଯୋଗଦେବାପାଇଁ ଦିଲ୍ଲୀରେ ଥିବା ଜଣାଯାଇଛି। ତାଙ୍କ ପତ୍ନୀ ଐଶ୍ୱର୍ଯାଙ୍କୁ ଛାଡ଼ପତ୍ର ଦେବାପାଇଁ ଆବେଦନ କରିବାପରେ ହିଁ ସେ ଗାୟବ୍ ହୋଇଯାଇଥିଲେ।
ସେ ଏହି ଜନ୍ମଦିନ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା କଥା ସ୍ପଷ୍ଟ କରିବା ସହିତ କହିଛନ୍ତି ସେ କୁଆଡ଼େ ହଜିଯାଇନଥିଲେ, ବରଂ ପରିବାର ସହିତ ବାରମ୍ବାର ଯୋଗାଯୋଗରେ ଥିଲେ। ଗଣମାଧ୍ୟମ ହିଁ ତାଙ୍କ ବିଷୟରେ ଏବଂ ତାଙ୍କ ଠିକଣା ବାବଦରେ ବେଶୀ ଚିନ୍ତିତ ହେଉଛି।
ସେ ଐଶ୍ୱର୍ଯ୍ୟାଙ୍କୁ ଛାଡ଼ପତ୍ର ଦେବାକୁ ଆବେଦନ କରିବାର ଖବର ଆସିବା ପରେ ସେ ଲାଲୁଙ୍କୁ ଏହି ନିଷ୍ପତ୍ତି ବାବଦରେ ଜଣାଇଥିଲେ। ଏ ବାବଦରେ ସେ ଆଉଥରେ ଚିନ୍ତା କରନ୍ତୁ ବୋଲି ଲାଲୁ ତାଙ୍କୁ ପରାମର୍ଶ ଦେବା ସତ୍ତ୍ୱେ ସେ ଏହାକୁ ଅମାନ୍ୟ କରିଥିଲେ। ରାଞ୍ଚିରୁ ପାଟନା ଫେରିବା ବାଟରେ ସେ ହଠାତ ଗୟାଠାରେ ଗାୟବ ହୋଇଯାଇଥିଲେ। ଏପରିକି ତାଙ୍କ ସୁରକ୍ଷାକର୍ମୀମାନେ ତାଙ୍କ ଗତିବିଧି ବିଷୟରେ ଜାଣିପାରିନଥିଲେ। ଏହାପରେ ସେ ତାଙ୍କ ଡ୍ରାଇଭରଙ୍କ ସହ ବାରଣାସୀ ଯାଇ କାଶୀ ବିଶ୍ୱନାଥଙ୍କ ଦର୍ଶନ କରିଥିଲେ ମଧ୍ୟ ତାଙ୍କ ଉପସ୍ଥିତି ନେଇ ବାରଣାସୀ ପୁଲିସ୍ ପାଖରେ କୌଣସି ଖବର ନଥିଲା। ସେ ମଥୁରା ଏବଂ ବୃନ୍ଦାବନ୍ ମଧ୍ୟ ଯାଇଥିବା ମଧ୍ୟ ଜଣାପଡ଼ିଛି।
from Odisha Reporter https://ift.tt/2DbVQQL
No comments:
Post a Comment