କେବସି ତୃତୀୟ ସିଜିନ୍‌ରେ ଅମିତାଭ କାହିଁକି ହୋଷ୍ଟ କରି ନ ଥିଲେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

କେବସି ତୃତୀୟ ସିଜିନ୍‌ରେ ଅମିତାଭ କାହିଁକି ହୋଷ୍ଟ କରି ନ ଥିଲେ?

ମୁମ୍ବାଇ: ଆଜି ଭାରତର ସବୁଠାରୁ ବଡ଼ ଗେମ୍‌ ସୋ’ ବିଷୟରେ ଆଲୋଚନା କରିବୁ। ଯାହାର ନାମ ହେଉଛି କୌନ୍‌ ବନେଗା କରୋଡ଼ପତି। ଯାହା କେବସି ନାମରେ ବେଶୀ ପରିଚିତ। ଏହା ଏମିତି ଏକ ଗେମ୍‌ ସୋ’ ଯାହାକୁ ଖେଳି ଜରେ ଫକୀରରରୁ  ଧନୀ ହୋଇଯାଏ। ଆଉ ପ୍ରତିଯୋଗୀମାନେ ରାତାରାତି କୋଟିପତି ହୋଇଯାଏ। ଏହି ସୋ’ ୨୦୦୦ ଜୁଲାଇ ୩ରେ ଆରମ୍ଭ ହୋଇଥିଲା। ଷ୍ଟାର ନେଟୱର୍କରେ ଏହି ସୋ’ ପ୍ରସାରଣ ହୋଇଥିଲା। ଏହି ସୋ’କୁ ବଲିଉଡ୍‌ର ମହାନାୟକ ଅମିତାଭ୍ ବଚ୍ଚନ ଉପସ୍ଥାପନ କଲେ। ଅମିତାଭ୍ ବଚ୍ଚନଙ୍କ କ୍ୟାରିଅରରେ କେବିସି ଏକ ଭିନ୍ନ ଗୁରୁତ୍ୱ ବହନ କଲା। କାରଣ ଏହି ସୋ’ ସହିତ ପ୍ରଥମଥର ପାଇଁ ଅମିତାବ ବଚ୍ଚନ ଛୋଟ ପରଦାରେ ପାଦ ଥାପିଥିଲେ। ହେଲେ ଅନେକ ଲୋକ ଅମିତାଭ୍ ବଚ୍ଚନଙ୍କ ଏହି ନିଷ୍ପତି ତାଙ୍କ କ୍ୟାରିଅରର ସବୁଠୁ ବଡ଼ ଭୁଲ ଥଲା ବୋଲି କହିଥିଲେ।

କିନ୍ତୁ ଅମିତାଭ୍ ବଚ୍ଚନ ଏହି ସୋ’ର ଗୁରୁତ୍ୱକୁ ବୁଝିପାରିଥିଲେ ଏବଂ ନିଜର ଚମତ୍କାର ଉପସ୍ଥାପନାରେ ଏହାକୁ ନମ୍ବର ୱାନ୍‌ କରିପାରି ଥିଲେ। ଆଉ ଏହି କେବସି ହିଁ ଅମିତାଭଙ୍କୁ ଏକ ବଡ଼ ପରିଚୟ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଲା। କେବିସିର ଫାଷ୍ଟ ସିଜିନ୍‌ ୨୦୦୧ରେ ସରିଥିଲା। ହେଲେ ଦର୍ଶକଙ୍କ ଡିମାଣ୍ଡକୁ ଦେଖି ୫ ଅଗଷ୍ଟ ୨୦୦୫ରେ ଏହି ସୋ’ ପୁଣି ଥରେ ଛୋଟ ପରଦାକୁ ଫେରିଲା। ତେବେ ପ୍ରଥମ ସିଜିନ୍‌ଠାରୁ ଦ୍ୱିତୀୟ ପର୍ଯ୍ୟାୟରେ କିଛିଟା ପରିବର୍ତ୍ତନ କରାଗଲା। ଏହାର ବିଜୟ ପୁରସ୍କାର ଅର୍ଥର ପରିମାଣ ୧ କୋଟିରୁ ବୃଦ୍ଧି କରି ୨ କୋଟିକୁ କରାଗଲା।

ଏହି ସଜିନ୍‌ ପ୍ରଥମଠାରୁ ଅଧିକ ସଫଳତାର ସହ ଚାଲିଲା। କିନ୍ତୁ ଏହି ସୋ’ ସମୟରେ କାର୍ଯ୍ୟକ୍ରମର ଉପସ୍ଥାପକ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଗଲା। ଯେଉଁଥିପାଇଁ ଏହି ସିଜିନ୍‌କୁ ବନ୍ଦ କରିବାକୁ ପଡ଼ିଲା। କିନ୍ତୁ ଲୋକଙ୍କ ମନରୁ କେବସି ହଟି ନଥିଲା। ତେଣୁ ୨୦୦୭ରେ ଅମିତାଭର ତୃତୀୟ ସିଜିନ୍‌ ଆରମ୍ଭ ହେଲା। ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗମ୍ଭୀର ହେବାରୁ ସେ ଏହି ସୋ’ରେ ହୋଷ୍ଟ କରିପାରି ନଥିଲେ। ତେଣୁ ଷ୍ଟାର ନେଟୱର୍କ ଏହି ସୋ’କୁ ହୋଷ୍ଟ ପାଇଁ ଶାହାରୁଖ୍‌ ଖାନ୍‌ଙ୍କୁ ଅଫର ଦେଇଥିଲା।

କିନ୍ତୁ ଅମିତାଭ ବଚ୍ଚନଙ୍କ ଭଳି ଶାହାରୁଖଙ୍କ ଏହି ସୋ’ ସେତେଟା ଲୋକପ୍ରିୟ ହୋଇପାରିଲା ନାହିଁ। ହଟ ସିଟ୍‌ରେ ଦଶର୍କ ଅମିତାବ ବଚ୍ଚନଙ୍କୁ ଖୋଜିଲେ। ତେଣୁ କେବିସିର ଏହି ସୋ’ ଫ୍ଲପ୍‌ ହୋଇଗଲା। କେବସି ଇତିହାସରେ ଏହା ସବୁଠୁ ଖରାପ ସମୟ ଥିଲା। ପରେ ଲୋକେ ଭାବିଲେ କେବିସିର ଆଉ ନୂଆ ସିଜିନ୍ ଆସିବ ନାହିଁ। କିନ୍ତୁ ୨୦୧୦ରେ କେବସି ପୁଣିଥରେ ପରଦାକୁ ଫେରିଲା। ଆଉ ଏଥର ପୁରୁଣା ହୋଷ୍ଟ ଅମିତାଭ ବଚ୍ଚନ ଆସିଲେ। ଏହା ବେଶ ସଫଳତାର ସହ ଚାଲିଲା। ଏହା ପରେ ଗୋଟିଏ ପରେ ଗୋଟିଏ କେବିସି ସୋ’ ଆସିଲା। ଏହି ସୋ’କୁ ଆଧାର କରି ‘ସ୍ଲମ ଡଗ୍‌ ମିଲେନିୟାରି’ ରିଲିଜ୍‌ ହୋଇଥିଲା। ଆଉ ଏହି ଫିଲ୍ମ ୨ଟି ଆୱାର୍ଡ଼ ହାସଲ କରିଥିଲା। ଏବେ କେବିସିର ଦଶମ ସିଜିନ୍‌ ଚାଲୁଛି।



from Odisha Reporter https://ift.tt/2QT4wQ7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages