
ବାଗ୍: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ପୁଣି ତେଜିଛି ପାକିସ୍ତାନ ବିରୋଧୀ ସ୍ୱର। ପାକିସ୍ତାନ ଦୀର୍ଘଦିନଧରି ଏହି ଅଞ୍ଚଳକୁ ବେଆଇନ ଏବଂ ଜୋର ଜବରଦସ୍ତି ଦଖଲରେ ରଖିଛି ବୋଲି ଅଭିଯୋଗ ଆଣି ପିଓକେ ଅଞ୍ଚଳର କିଛି ସାମାଜିକ କର୍ମୀ ବାଗ୍ ଜିଲ୍ଲାରେ ପ୍ରତିବାଦ ଜଣାଇ ଶୋଭାଯାତ୍ରାର ଆୟୋଜନ କରିଛନ୍ତି। ୟୁନାଇଟେଡ୍ କଶ୍ମୀର ପିପୁଲ୍ସ ନ୍ୟାସନାଲ୍ ପାର୍ଟି (ୟୁକେଏନ୍ପି) ବ୍ୟାନରରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବା ଜଣାଯାଇଛି।
ଡ୍ୟାମ୍ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ନିର୍ମାଣରେ ସ୍ଥାନୀୟ ଲୋକ ଏବଂ ମୂଳବାସିନ୍ଦାଙ୍କର ବିକାଶ ବଦଳରେ ବିନାଶର ପ୍ରୟାସ ଚାଲିଥିବା ସେମାନେ ଅଭିଯୋଗ କରିଛନ୍ତି। ଗିଲ୍ଗିଟ୍ ବଲ୍ଟିସ୍ତାନ୍ ଅଞ୍ଚଳରେ ଡାୟମେର୍-ଭାଷା ଡ୍ୟାମ୍କୁ ନେଇ ବିରୋଧ ହେଉଥିବାବେଳେ ପାକିସ୍ତାନ ଏବଂ ଚୀନ୍ ଅର୍ଥନୀତିକ କରିଡର ଲୋକଙ୍କ ବିକାଶ ପାଇଁ ନୁହେଁ, ବରଂ କୂଟନୀତିକ ଏବଂ ସାମରିକ ଅଭିସନ୍ଧି ରଖି ନିର୍ମାଣ କରାଯାଉଛି ବୋଲି ସେମାନେ କହିଛନ୍ତି। ଏହି ଅବସରରେ ସେମାନେ ପାକିସ୍ତାନ ବିରୋଧରେ ନାରାବାଜି ମଧ୍ୟ କରିଛନ୍ତି।
People chanting slogans against Pakistan military on slain SP- Tahir Dawar @ShafiNaqiJamie @BBCUrdu pic.twitter.com/6NnHJke3PK
— Jamil Maqsood (@JamilMaqsood) November 16, 2018
ବର୍ତ୍ତମାନ ନିର୍ବାସନରେ ଥିବା ୟୁକେଏନ୍ପିର ଅଧ୍ୟକ୍ଷ ସର୍ଦ୍ଦାର ସୌକତ୍ ଅଲ୍ଲୀ କଶ୍ମୀରୀ ଆଜି ବିକ୍ଷୋଭକାରୀମାନଙ୍କୁ ଫୋନ୍ ଯୋଗେ ଉଦ୍ବୋଧନ ଦେଇ କହିଥିଲେ. “ବର୍ତ୍ତମାନ ଜେଲ୍ରେ ଥିବା ବାବା ଜାନ୍ଙ୍କ ସମେତ ସମସ୍ତ ଆନ୍ଦୋଳନକାରୀଙ୍କୁ ମୁକ୍ତ କରିବାପାଇଁ ବିକ୍ଷୋଭକାରୀମାନେ ଦାବି କରୁଛନ୍ତି। ଗିଲ୍ଗିଟ୍-ବଲ୍ଟିସ୍ତାନ୍ ଏବଂ ମୁଜାଫରବାଦ ଅଞ୍ଚଳରେ ଶାନ୍ତିପୂର୍ଣ୍ଣଭାବରେ ବିକାଶ ହେଉ ଏବଂ ଲୋକଙ୍କୁ ସଶକ୍ତ କରାଯାଉ। ”
ଜମ୍ମୁକଶ୍ମୀରରେ କିଶନ୍ ଗଙ୍ଗାଭାବେ ପରିଚିତ ନୀଲମ୍-ଝେଲମ୍ର ଗତିପଥ ବଦଳାଇବାକୁ ନେଇ ଏହି ଅସନ୍ତୁଷ୍ଟ ଗୋଷ୍ଠୀ ଅଭିଯୋଗ ଆଣିଛନ୍ତି ଯେ ପାକିସ୍ତାନ ଏପରି ଡ୍ୟାମ୍ ନିର୍ମାଣ କରୁଛି ଯାହା ଲୋକଙ୍କର କୌଣସି କାମରେ ଲାଗୁନି। ସେମାନେ ନା ଲୋକଙ୍କ ରୋଜଗାର କଥା ଚିନ୍ତା କରୁଛନ୍ତି ନା ଜୀବନଜୀବିକା କଥା। ଏପରି ସ୍ଥିତିରେ ବେକାରୀ ବଢ଼ିବାରେ ଲାଗିଛି ବୋଲି ୟୁକେଏନ୍ପିର ପୂର୍ବତନ ବୈଦେଶିକ ସଚିବ ଜାମିଲ୍ ମକ୍ସୁଦ୍ କହିଛନ୍ତି।
from Odisha Reporter https://ift.tt/2qT1nEt
No comments:
Post a Comment