ଫୁଟବଲ ପଡ଼ିଆ ମଝିରେ ହାତାହାତି, ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ଫୁଟବଲ ପଡ଼ିଆ ମଝିରେ ହାତାହାତି, ଭିଡିଓ ଭାଇରାଲ୍‌

ୱାଶିଂଟନ୍‌: ଇସ୍ତାନବୁଲ ଇଣ୍ଟରକଣ୍ଟିନେଣ୍ଟାଲ୍‌ ଫୁଟବଲ ମ୍ୟାଚ୍‌ରେ ଦୁଇ ଟିମ୍‌ର ଖେଳାଳିଙ୍କ ମଧ୍ୟରେ ହୋଇଥିବା ମାରପିଟ୍‌ର ଭିଡିଓ ଭାଇରାଲ ହେବାରେ ଲାଗିଛି। ଗୋଟିଏ ଦଳର କିଛି ଖେଳାଳି ପ୍ରତିପକ୍ଷ ଟିମ୍‌ର ଜଣେ ଖେଳାଳିଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବାର ଦୃଶ୍ୟ ଭିଡିଓରେ ରହିଛି। ଏହି ଘଟଣା ପରେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକମାନେ ମଧ୍ୟ ପରସ୍ପର ମଧ୍ୟରେ ହାତାହାତି ହୋଇଥିଲେ। ତେବେ ପୁଲିସ୍‌ ଠିକଣା ସମୟରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି।

ଟୁରକ ଟେଲେକୋମ ଷ୍ଟାଡିୟମ୍‌ରେ ଗାଲାଟାସାରାୟା ଓ ଫେନେରବାହେସ ମଧ୍ୟରେ ମ୍ୟାଚ୍‌ ଚାଲିଥିଲା। ଫେନେରବାହେସର ମିଡ୍‌ ଫିଲ୍ଡର ଜାଇଲସନ୍‌ ମ୍ୟାଚ୍‌ ଶେଷ ହେବାର କିଛି ସମୟ ପୂର୍ବରୁ ଏକ ଚମତ୍କାର ଗୋଲ ଦେଇ ହାରିବା ମ୍ୟାଚ୍‌କୁ ଡ୍ର କରି ଦେଇଥିଲେ। ତେବେ ମ୍ୟାଚ୍‌ ଶେଷ ହେବା କ୍ଷଣି ଉଭୟ ଦଳ ପରସ୍ପର ସହ ଭିଡ଼ି ଯାଇଥିଲେ। ଶେଷ ମୁହୂର୍ତ୍ତରେ ଗୋଲ ଦେଇଥିବା ଜାଇଲସନ୍‌ଙ୍କୁ ଗାଲାଟାସାରାୟାର କିଛି ଖେଳାଳି ପଡ଼ିଆ ମଝିରେ ଆକ୍ରମଣ କରିବାକୁ ଦୌଡ଼ିଥିଲେ। ତେବେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ମ୍ୟାଚ୍‌ ଆରମ୍ଭରୁ ଘରୋଇ ଗାଲାଟାସାରାୟା ଜବରଦସ୍ତ ଖେଳ ପ୍ରଦର୍ଶନ କରି ୨-୦ରେ ଆଗୁଆ ଥିଲା। ତେବେ ଫେନେରବାହେସର ଏମ୍‌ ଭାଲବ୍ୟୁଏନା ଓ ଜାଇଲସନ୍‌ ଗୋଲ୍‌ ଦେଇ ସ୍ଥିତି ବରାବର କରିଦେଇଥିଲେ।

ଜିତିବା ମ୍ୟାଚ୍‌ ଡ୍ର ରହିବାରୁ ଘରୋଇ ଗାଲାଟାସାରାୟାର ଖେଳାଳିମାନେ ଫେନେରବାହେସର ଖେଳାଳିଙ୍କୁ ଆକ୍ରମଣ କରିଥିଲେ। ବେଶ କିଛି ସମୟ ହାତାହାତି ପରେ ସ୍ଥିତିରେ ସୁଧାର ଆସିଥିଲା। ମ୍ୟାଚ ରେଫେରୀ ୩ ଜଣ ଖେଳାଳିଙ୍କୁ ରେଡ୍‌ କାର୍ଡ ପ୍ରଦାନ କରିଛନ୍ତି।

ଦେଖନ୍ତୁ ଭିଡିଓ:



from Odisha Reporter https://ift.tt/2AJKxOo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages