ନିଜଠାରୁ ୧୮ ବର୍ଷର ସାନ ଯୁବତୀଙ୍କୁ ତୃତୀୟ ବିବାହ କଲେ ରାହୁଲ୍‌ ମହାଜନ୍‌, ଏମିତି କିଛି କହିଲେ ଦ୍ୱିତୀୟ ପତ୍ନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

ନିଜଠାରୁ ୧୮ ବର୍ଷର ସାନ ଯୁବତୀଙ୍କୁ ତୃତୀୟ ବିବାହ କଲେ ରାହୁଲ୍‌ ମହାଜନ୍‌, ଏମିତି କିଛି କହିଲେ ଦ୍ୱିତୀୟ ପତ୍ନୀ

rahul

ମୁମ୍ବାଇ: ବିଜେପିର ଦିବଙ୍ଗତ ନେତା ପ୍ରମୋଦ ମହାଜନଙ୍କ ପୁଅ ତଥା ପୂର୍ବତନ ବିଗ୍‌ବସ୍‌  ପ୍ରତିଯୋଗୀ  ରାହୁଲ୍‌ ମହାଜନ ତୃତୀୟ ଥର ବବାହ କରିଛନ୍ତି। ଦୁଇଥର ବିବାହ ବିଚ୍ଛେଦ ପରେ ସେ ପୁଣି ଥରେ ବିବାହବନ୍ଧନରେ ଆବଦ୍ଧ ହୋଇଛନ୍ତି। ୪୩ ବର୍ଷୀୟ ରାହୁଲ ନିଜଠାରୁ ୧୮ ବର୍ଷ ସାନ କାଜକୀସ୍ଥାନୀ ମଡେଲ୍‌ ନତାଲ୍ୟା ଇଲିନାଙ୍କ ହାତ ଧରିଛନ୍ତି। ଦୁହିଁଙ୍କ ଫଟୋ ଏବେ ଭାଇରାଲ୍‌ ହେଉଛି।

ସୂଚନା ମୁତାବକ ଦୁହେଁ ମାଲାବାର ସ୍ଥିତ ଏକ ମନ୍ଦିରରେ ଏମାନଙ୍କ ବିବାହ ଅନୁଷ୍ଠିତ ହୋଇଛି। ଏଥିରେ ରାହୁଲ୍‌ଙ୍କ ପରିବାର ସମେତ କିଛି ବନ୍ଧୁ ସାମିଲ୍‌ ହୋଇଥିଲେ।

rahul4ରାହୁଲ୍‌ ନିଜ ବାହାଘର ବିଷୟରେ  କହିଛନ୍ତି, – ‘‘ମୋର ପ୍ରଥମ ଦୁଇଟି ବିବାହ  ଖୁବ୍‌ ଆଡ଼ମ୍ବରରେ ହୋଇଥିଲା। କିନ୍ତୁ ସେହି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ନଥିଲା। ସେଥିପାଇଁ ମୁଁ ଏଥର ନିରାଡ଼ମ୍ବର ବିବାହ କରୁଛି।’’

ରାହୁଲ୍‌ଙ୍କ କହିବା ଅନୁଯାୟୀ ସେ ଆଉ ନାତାଲ୍ୟା ବର୍ଷେ ହେବ ପରସ୍ପର ସହ ପରିଚିତ।  ସେମାନେ ପରସ୍ପରକୁ ଖୁବ୍‌ ଭଲ ଭାବେ ବୁଝନ୍ତି।  ଆଉ ସେମାନଙ୍କ ମଧ୍ୟରେ ବୟସର ଏକ ଲମ୍ବା ବ୍ୟବଧାନ ଥାଇ ମଧ୍ୟ କିଛି ଫରକ ପଡ଼େ ନାହିଁ ବୋଲି ସେ କହିଛନ୍ତି।

ରାହୁଲ୍‌ ପ୍ରଥମେ ସ୍ୱେତା ସିଂହଙ୍କୁ୨୦୦୬ରେବିବାହ କରିଥିଲେ। ୨ ବର୍ଷ ପରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା। ପୁଣି  ୨୦୧୦ରେ ସେ ଡିମ୍ପି ଗାଙ୍ଗୁଲିଙ୍କୁ ଦ୍ୱିତୀୟ ବିବାହ କରିଥିଲେ।

dimpiରାହୁଲ ମହାଜନଙ୍କ ତୃତୀୟ ବିବାହରେ ନିଜ ପ୍ରତିକ୍ରିୟା ରଖି ଡିମ୍ପି କହିଛନ୍ତି, ‘‘ତାଙ୍କ ସାହସ ପାଇଁ ମୁଁ ତାଙ୍କୁ ଶ୍ରେୟ ଦେଉଛି। ମୁଁ ଆଶା କରୁଛି ରାହୁଲ୍‌ ଏହି ବିବାହରେ ଖୁସିରେ ରୁହନ୍ତୁ। ଆଉ ମତେ ଯାହା ସବୁ ସହିବାକୁ ପଡ଼ିଛି ନାତାଲ୍ୟାକୁ ସେ ସବୁ ସହିବାକୁ ନ ପଡ଼ୁ। ’’ ଏହା ସହ ଦୁହିଁଙ୍କୁ ବିବାହର ଶୁଭକାମନା ଜଣାଇଥିଲେ ଡିମ୍ପି।

ଖବର ଅନୁଯାୟୀ ବୈବାହିକ ଜୀବନରେ  ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହେବା ପରେ ଡିମ୍ପି ରାହୁଲ୍‌ଙ୍କ ଉପରେ ମାରପିଟ୍‌ ଅଭିଯୋଗ ଆଣିଥିଲେ।  ଏହା ପରେ ଦୁହିଁଙ୍କ ବିବାହ ବିଚ୍ଛେଦ ହୋଇଥିଲା। ପରେ ଡିମ୍ପି ବ୍ୟବସାୟୀ ରୋହିତ୍ ରୟଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପିଲା ଓ ପରିବାର  ସହ ସେ ଫ୍ରାନ୍ସରେ ରହୁଛନ୍ତି।



from Odisha Reporter https://ift.tt/2zkbebd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages