ବାଜି ମାରିଲା ଅଷ୍ଟ୍ରେଲିଆ; ଚତୁର୍ଥ ଥର ପାଇଁ ଜିତିଲା ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

ବାଜି ମାରିଲା ଅଷ୍ଟ୍ରେଲିଆ; ଚତୁର୍ଥ ଥର ପାଇଁ ଜିତିଲା ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌

aus

ଆଣ୍ଟିଗୁଆ: ବାଜି ମାରି ନେଲା ଅଷ୍ଟ୍ରେଲିଆ। ଜିତିଲା ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌। ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳ ଏହାକୁ ମିଶାଇ ଚତୁର୍ଥ ଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଜିତିଛି।

ଗତକାଲି ଫାଇନାଲ୍‌ ମ୍ୟାଚ୍‌ରେ ଦଳ ଇଂଲଣ୍ଡକୁ ୮ ୱିକେଟ୍‌ରେ ହରାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ମାତ୍ର ୧୦୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆର ବୋଲରଙ୍କ ଆଗରେ ଇଂଲଣ୍ଡର ବ୍ୟାଟିଂ ଲାଇନ୍ ତିଷ୍ଠି ପାରି ନଥିଲା। ୧୯.୪ ଓଭରରେ ଟିମ୍ ଅଲ୍‌ ଆଉଟ୍ ହୋଇଯାଇଥିଲା।
ଇଂଲଣ୍ଡ ପକ୍ଷରୁ ଡାନିଏଲ୍ ୱାୟଟ୍ଟ ସର୍ବାଧିକ ୪୩ ରନ୍ କରିଥିଲେ। ଅଧିନାୟିକା ହିଥର ନାଇଟ୍ ୨୫ ରନ୍ କରିଥିଲେ। ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ଅଫ୍ ସ୍ପିନର ଏଶଲେଗ ଗାର୍ଡନର ୨୨ ରନ୍ ଦେଇ ତିନି ୱିକେଟ୍ ନେଇଥିବା ବେଳେ ଲେଗ୍ ସ୍ପିନର ଜର୍ଜିୟା ୱେୟରହେବ ୧୧ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ପେସ୍ ବୋଲର ମେଗାନ୍ ଶୁଟ୍‌ ବି ଦୁଇଟି ୱିକେଟ୍ ନେଇଥିଲେ।

୧୦୬ ରନ୍‌ର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ଦୁଇ ୱିକେଟ୍ ହରାଇ ୧୫.୧ ଓଭରରେ ହାସଲ କରି ନେଇଥିଲା। ଦଳ ପକ୍ଷରୁ ଏଲିଆ ହିଲି ୨୨ ରନ୍ କରିଥିବା ବେଳେ ବେଥ୍ ମୂନୀ ୧୪ ରନ୍ କରିଥିଲେ। ତେବେ ଏଶଲଗ ଗାର୍ଡନର ଓ ଅଧିନାୟିକା ମେଗ୍ ଲାନିଙ୍ଗ ଅପରାଜିତ ରହି ମ୍ୟାଚ୍‌କୁ ଜିତାଇ ଦେଇଥିଲେ। ଗାର୍ଡନର ୩୩ ରନ୍ ଓ ମେଗ୍ ୨୮ ରନ୍ କରିଥିଲେ।

ଏହା ପୂର୍ବରୁ ଅଷ୍ଟ୍ରେଲିଆ ୨୦୧୦, ୨୦୧୨ ଓ ୨୦୧୪ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଥିଲା। ଗତ ବିଶ୍ୱକପ୍ ୱେଷ୍ଟଇଣ୍ଡିଜ୍ ଜିତିଥିଲା। ସେହିଭଳି ୨୦୦୯ରେ ଅନୁଷ୍ଠିତ ପ୍ରଥମ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଇଂଲଣ୍ଡ ବିଜୟୀ ହୋଇଥିଲା।



from Odisha Reporter https://ift.tt/2TI7poE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages