ଅବସର ପରେ ଆଇଏଏସଙ୍କୁ ଥଇଥାନ ସରକାରଙ୍କ ଅଘୋଷିତ ନୀତି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ଅବସର ପରେ ଆଇଏଏସଙ୍କୁ ଥଇଥାନ ସରକାରଙ୍କ ଅଘୋଷିତ ନୀତି ?

ଓଡ଼ିଶା ସରକାରରେ ଥିବା ଆଇଏଏସ୍ ବାବୁମାନେ କିଛି କାମ କରନ୍ତୁ କି ନାହିଁ ସୁବିଧାସୁଯୋଗ ନେବାରେ ଆଦୌ କାର୍ପଣ୍ୟ କରନ୍ତି ନାହିଁ। ସରକାରଙ୍କ ରାଜକୋଷରୁ ଯେଉଁଭଳି ଭାବେ ଅର୍ଥ ଖର୍ଚ୍ଚ ହେଉଛି ତାହା ଦେଖିଲେ ଆପଣ ନିଜେ ଏକଥା ଅନୁଭବ କରିପାରିବେ। ଚାକିରୀରୁ ଅବସର ନେବା ପରେ ସବୁ ସୁବିଧାସୁଯୋଗ ସହ ପୁଣିଥରେ ମୋଟାଅଙ୍କର ଦରମାରେ ଥଇଥାନର ସୁବିଧା ଅନ୍ୟ କେଉଁଠି ନଥିଲେ ବି ଓଡ଼ିଶାର ଆଇଏଏସ୍ ବାବୁଙ୍କ ପାଇଁ ରାଜ୍ୟରେ ଢେର ବ୍ୟବସ୍ଥା ରହିଛି।

ଶୁଣିବାକୁ ମିଳୁଛି, ଅଳ୍ପ ଦିନ ପରେ ସରକାରୀ ଚାକିରୀରୁ ଅବସର ନେବାକୁ ଯାଉଥିବା ଜଣେ ଉଚ୍ଚ ପଦବୀରେ ଅବସ୍ଥାପିତ ଆଇଏଏସ ବାବୁ କୁଆଡ଼େ ଯେତିକି ମେଡିକାଲ ଆଲାଉନ୍ସ ନେଇଛନ୍ତି ତାହା ତାଙ୍କର ଦରମାଠୁ ଢେରଗୁଣ ବଳିଯାଉଛି। ସେ କୁଆଡ଼େ ପ୍ରତିମାସରେ ଦରମାକୁ ବାଦ୍ ଦେଇ ହଜାର ହଜାର ଟଙ୍କାର ମେଡିକାଲ ଭତ୍ତା ନେଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ବାବୁ ଚାକିରୀରୁ ଅବସର ନେବା ପରେ ତାଙ୍କୁ ରାଜ୍ୟ ମାନବାଧିକାର କମିଶନରେ ସଦସ୍ୟ ଭାବେ ଅବସ୍ଥାପିତ କରିବାକୁ ସରକାର କୁଆଡ଼େ ଯୋଜନା କରିସାରିଲେଣି।

ଚର୍ଚ୍ଚା ହେଉଛି,ବାବୁ କୁଆଡ଼େ ଏହି ପଦବୀ ନେବାକୁ କୁଣ୍ଠାବୋଧ କରୁଛନ୍ତି। ଓଡ଼ିଶା ସରକାରଙ୍କ ପରାମର୍ଶଦାତା କିମ୍ବା ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି(ଓଏସଡି) ଭଳି କୌଣସି ପଦବୀରେ ଅବସ୍ଥାପିତ ହୋଇ ଅବସର ଜୀବନକୁ ସେ ପରିବାର ସହ କଟାଇବାକୁ ଚାହୁଁଛନ୍ତି। ସିଏ କୁଆଡ଼େ ନିଜ ପାରିବାରିକ ସମସ୍ୟା ପାଇଁ ପ୍ରତି ସପ୍ତାହରେ ନିଜ ଗୃହ ରାଜ୍ୟକୁ ଯା’ଆସ କରିଥାନ୍ତି। ସେଇଥିପାଇଁ ସେ କୁଆଡ଼େ ଏଭଳି ପଦବୀରେ ଅବସ୍ଥାପିତ ହେବାକୁ ଚାହୁଁନାହାନ୍ତି ଯେଉଁଠି ତାଙ୍କ ଉପରେ କାର୍ଯ୍ୟଚାପ କିମ୍ବା ସାଧାରଣ ଲୋକଙ୍କ ଚାପ ରହିବ ବୋଲି ଚର୍ଚ୍ଚା।

ଅବଶ୍ୟ ତୃତୀୟ ମହଲା ବାବୁ ତଥା ବିଜେଡିର ସୁପର ସିଏମ୍ କୁଆଡ଼େ ତାଙ୍କର ଶିଷ୍ୟ ହୋଇଥିବାରୁ ସିଏ ଯେଉଁ ପଦବୀ ଚାହିଁବେ ତାହା ସହଜରେ ମିଳିଯିବ ବୋଲି ଆଶ୍ୱସ୍ତ ଅଛନ୍ତି। ଏହି ମଉକାରେ ଚାକିରି ସରିଲେ ବି ବାବୁ ସମସ୍ତ ପ୍ରକାରର ସରକାରୀ ସୁବିଧା ପାଇବାକୁ ହକଦାର ହୋଇପାରିବେ।

ଚର୍ଚ୍ଚା ହେଉଛି, ଆଇଏଏସଙ୍କ ପ୍ରତି ସରକାରଙ୍କ ଦରଦ ଏତେ ଯେ ପ୍ରତିମାସରେ କେବଳ ୮୦ରୁ ୯୦ଜଣ ଆଇଏଏସଙ୍କ ମେଡିକାଲ ଭତ୍ତା ବାବଦରେ ରାଜକୋଷ ଉପରେ କୁଆଡ଼େ ଅତିରିକ୍ତ କୋଟିଏରୁ ଦେଢ଼ କୋଟି ଟଙ୍କାର ବୋଝ ପଡ଼ୁଛି। ତଥାପି ସେମାନେ ଅବସର ପରେ ଯେଭଳି ଚାକିରିଟିଏ ପାଇବେ, ସେ ଦିଗରେ ସରକାର କାର୍ଯ୍ୟ ଜାରି ରଖିଛନ୍ତି।

ଚର୍ଚ୍ଚା ହେଉଛି ଆଜିକାଲି ବାବୁମାନଙ୍କ ହାତରେ ଶାସନ ଡୋରି, ତେଣୁ ଯେମିତି ଚାହିଁବେ ସେମିତି କରିବେ, ଯେତିକି ପାରିବେ ସେତିକି ନେବେ, ସେଥିରେ ଅସୁବିଧା ରହିଲା କେଉଁଠି ? ଆମେ କହିଲେ ବା କାନ୍ଦିଲେ, ଏସବୁ ବନ୍ଦ ହୋଇଯିବନା କ’ଣ?



from Odisha Reporter https://ift.tt/2TNkH3b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages