ଓଡ଼ିଶା ଓ ପଶ୍ଚିମବଙ୍ଗରେ ବଢ଼ିବ ବିଜେପି, କିନ୍ତୁ ଦେଶରେ କମିବ: ସର୍ଭେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ଓଡ଼ିଶା ଓ ପଶ୍ଚିମବଙ୍ଗରେ ବଢ଼ିବ ବିଜେପି, କିନ୍ତୁ ଦେଶରେ କମିବ: ସର୍ଭେ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ ସର୍ଭେ ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି। ଏହିକ୍ରମରେ ‘ନେତା ଆପ୍‌’ ନାମକ ଏକ ସଂସ୍ଥା ପକ୍ଷରୁ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି।

ଯେଉଁଥିରେ ଆସନ୍ତା ବର୍ଷ ବିଜେପି କେନ୍ଦ୍ରରେ କ୍ଷମତା ଦଖଲ କରିବାକୁ ଅନେକ ସମସ୍ୟାର ସମ୍ମୁଖୀନ ହେବ। କିନ୍ତୁ ଦଳ ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ଅଣ ବିଜେପି ରାଜ୍ୟରେ ଜବରଦସ୍ତ ପ୍ରଦର୍ଶନ କରିବ ବୋଲି କୁହାଯାଇଛି।

ଅର୍ଥାତ ପଶ୍ଚିମବଙ୍ଗରେ ମମତା ସରକାର ଓ ଓଡ଼ିଶାର ନବୀନ ସରକାରଙ୍କୁ ପଦ୍ମଦଳ କଡ଼ା ଟକ୍କର ଦେବ।
୨୦୧୪ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପି ମାତ୍ର ଗୋଟିଏ ଆସନ ଜିତିଥିବା ବେଳେ କ୍ଷମତାସୀନ ବିଜେଡି ୨୦ଟି ଆସନ ଜିତିଥିଲା। କିନ୍ତୁ ନେତା ଆପ୍‌ ସର୍ଭେ ଅନୁଯାୟୀ ବିଜେଡି ଆସନ ସଂଖ୍ୟା ୯କୁ ହ୍ରାସ ପାଇବ। ଯାହା ଦୀର୍ଘ ୧୮ ବର୍ଷ ହେଲା ରାଜ୍ୟରେ କ୍ଷମତା ଦଖଲ କରିଥିବା ବିଜେଡି ସରକାରଙ୍କ ପାଇଁ ଆଦୌ ଶୁଭ ସଙ୍କେତ ନୁହେଁ।

ପାଖାପଖି ଦେଶର ୨ କୋଟି ଲୋକଙ୍କୁ ଉଭୟ ଅଫ୍‌ ଲାଇନ୍‌ ଓ ଅନ୍‌ ଲାଇନ୍‌ ଜରିଆରେ ଏହି ସର୍ଭେରେ ସାମିଲ କରାଯାଇଥିଲା।

ସର୍ଭେ ରିପୋର୍ଟ ଅନୁଯାୟୀ, ଉତ୍ତର ପ୍ରଦେଶ ଓ ବିହାରରେ ୨୦୧୯ରେ ବିଜେପିର ଆସନ ସଂଖ୍ୟା ହ୍ରାସ ପାଇବ। ଦଳ ଉତ୍ତର ପ୍ରଦେଶରେ ୭୧ଟି ଆସନରୁ ଖସି ୪୮ଟିରେ ପହଞ୍ଚିବ। ସେହିପରି ପୂର୍ବଥର ଅପେକ୍ଷା ବିଜେପି ବିହାରରେ ୧୦ଟି ଆସନ ହରାଇବ।

ଅନ୍ୟପକ୍ଷରେ କଂଗ୍ରେସ ୨୦୧୪ ତୁଳନାରେ ଏଥର ଭଲ ପ୍ରଦର୍ଶନ କରିବ ବୋଲି ସର୍ଭେ ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି।

ବିଜେପି ୨୦୧୯ରେ ୨୧୫ଟି ଆସନ ପାଇବାକୁ ଥିବା ବେଳେ କଂଗ୍ରେସ ୧୦୮ ଆସନ ଜିତିବ। ଟିଏମ୍‌ସି ୨୬, ଡିଏମ୍‌କେ ୨୦, ସପା ୧୪, ବିଏସ୍‌ପି ୧୨, ଟିଡିପି ୧୨, ୱାଇଏସ୍‌ଆର କଂଗ୍ରେସ ୧୨, ଶିବସେନା ୧୨, ସିପିଆଇ(ଏମ୍‌) ୧୦, ଏଆଇଏଡିଏମକେ ୯, ବିଜେଡି ୯, ଜେଡିୟୁ ୯, ଟିଆର୍‌ଏସ୍‌ ୯, ଏନ୍‌ସିପି ୯, ଜେଡିୟୁ ୮, ଏଲ୍‌ଜେପି ୪, ଆପ ୩, ଆଇଏନ୍‌ଏଲ୍‌ଡି ୩, ଅକାଳୀ ଦଳ ୩ ଓ ଅନ୍ୟାନ୍ୟ ଦଳ ୨୭ଟି ଆସନ ପାଇବେ ବୋଲି ସର୍ଭେ ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/2r4yRA1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages