
ନୂଆଦିଲ୍ଲୀ: ଦେଶରୁ ପର୍ଣ୍ଣଗ୍ରାଫିର ମୂଳପୋଛ କରି ଏକ ସୁସ୍ଥ ସମାଜ ଗଠନ କରିବାକୁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି। ପ୍ରଥମେ କିଛି ନିର୍ଦ୍ଦିଷ୍ଟ ପର୍ଣ୍ଣଗ୍ରାଫି ୱେବ୍ସାଇଟ୍କୁ ବ୍ୟାନ୍ କରିଥିବା ଭାରତ ସରକାର ଏବେ ନୂଆ ଆଇନ୍ ପ୍ରଣୟନ କରିବାକୁ ଯାଉଛନ୍ତି।
ଯଦି କେହି ଶିଶୁଙ୍କ ଅଶ୍ଳୀଳ ଭିଡିଓ କିମ୍ବା ଫଟୋକୁ ବ୍ୟବସାୟିକ କାର୍ଯ୍ୟରେ ବ୍ୟବହାର କରିବ କିମ୍ବା ଏହାକୁ ଦେଖିବ ଅବା ମୋବାଇଲ୍ ଓ କମ୍ପ୍ୟୁଟର୍ରେ ଷ୍ଟୋର କରିବେ, ତା’ହେଲେ ତାଙ୍କୁ କଠିନରୁ କଠିନ ଦଣ୍ଡ ଭୋଗିବାକୁ ପଡ଼ିବ।
ଏଭଳି ବ୍ୟକ୍ତିଙ୍କୁ ୫ ବର୍ଷ ଯାଏ ଜେଲ୍ଦଣ୍ଡ ସହ ଜୋରିମାନା ଦେବାକୁ ପଡ଼ିପାରେ। ଏଥିସହ ଏହା ଏକ ଜାମିନ୍ ବିହୀନ ଅପରାଧ ଭାବେ ମଧ୍ୟ ବିବେଚନା କରାଯିବ। ପ୍ରଥମ ଥର ଶିଶୁ ପର୍ଣ୍ଣଗ୍ରାଫି ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ୫ ବର୍ଷ ଯାଏ ଜେଲ୍ଦଣ୍ଡର ବ୍ୟବସ୍ଥା ଥିବା ବେଳେ ଦ୍ୱିତୀୟ ଥର ଏହା ୭ ବର୍ଷକୁ ବୃଦ୍ଧି ପାଇବ।
କେନ୍ଦ୍ର ସରକାର ଆଣିବାକୁ ଥିବା ଅଧ୍ୟାଦେଶରେ ଯଦି କେହି ହ୍ୱାଟସ୍ଆପ୍ରେ ଶିଶୁଙ୍କ ଅଶ୍ଳୀଳ ଛବି କିମ୍ବା ଭିଡିଓ ନେଣଦେଣ କରିବେ, ତାଙ୍କୁ ମଧ୍ୟ ଜୋରିମାନା ଭୋଗିବାକୁ ପଡ଼ିବ।
ପ୍ରାଥମିକ ପର୍ଯ୍ୟାୟରେ ଏଥିପାଇଁ ୧ ହଜାର ଟଙ୍କାର ଜୋରିମାନା ବ୍ୟବସ୍ଥା ରହିଥିବା ବେଳେ ବାରମ୍ବାର ଭୁଲ୍ କଲେ ୫ ହଜାର ଟଙ୍କା ଯାଏ ଫାଇନ ଦେବାକୁ ପଡ଼ିବ।
ସେହିପରି କେବଳ କୋର୍ଟରେ ପ୍ରମାଣ ସୂରୁପ ଶିଶୁ ପର୍ଣ୍ଣଗ୍ରାଫି ବା ଅଶ୍ଳୀଳ ଫଟୋକୁ ଦେଖାଇ ହେବ। ଅନ୍ୟଥା ବ୍ୟବହାର କଲେ ଜେଲଦଣ୍ଡ ଭୋଗିବାକୁ ପଡ଼ିବ।
ଏହି ପ୍ରସ୍ତାବଟି ଚୂଡ଼ାନ୍ତ ରୂପରେ ପହଞ୍ଚିଥିବା ବେଳେ କେବଳ ଆଇନ୍ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରଣାଳୟ ମଞ୍ଜୁରୀକୁ ଅପେକ୍ଷା କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହରେ ବସିବାକୁ ଥିବା କ୍ୟାବିନେଟ୍ରେ ଏହି ନୂଆ ନିୟମକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିବେ।
from Odisha Reporter https://ift.tt/2r1Jmnz
No comments:
Post a Comment