ରାଜସ୍ଥାନରେ ବିଜେପିକୁ ମାତ୍‌ ଦେଇ କ୍ଷମତାକୁ ଫେରିବ କଂଗ୍ରେସ: ସର୍ଭେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ରାଜସ୍ଥାନରେ ବିଜେପିକୁ ମାତ୍‌ ଦେଇ କ୍ଷମତାକୁ ଫେରିବ କଂଗ୍ରେସ: ସର୍ଭେ

ଜୟପୁର: ସାଧାରଣ ନିର୍ବାଚନ ପୂର୍ବରୁ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି ପରାସ୍ତ ହେବ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ସଚିନ୍‌ ପାଇଲଟ୍‌ଙ୍କ ଯୋଡ଼ି କ୍ଷମତାସୀନ ବସୁନ୍ଧରା ରାଜେ ସରକାରଙ୍କୁ ଗାଦିଚ୍ୟୁତ କରିବେ। ବିଧାନସଭା ନିର୍ବାଚନ ପୂର୍ବରୁ ଟାଇମ୍ସ ନାଓ-ସିଏନ୍‌ଏକ୍ସ ସର୍ଭେରୁ ଏଭଳି ପୂର୍ବନୁମାନ କରାଯାଇଛି।

ସର୍ଭେ ଅନୁସାରେ ପୁଣିଥରେ ରାଜସ୍ଥାନରେ କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଥିବା ବିଜେପି ଚଳିତ ନିର୍ବାଚନରେ ମାତ୍ର ୭୦ରୁ ୮୦ଟି ଆସନ ପାଇବ। ସେହିପରି ରାଜ୍ୟର ୨୦୦ଟି ବିଧାନସଭା ଆସନରୁ କଂଗ୍ରେସ ୧୧୦ରୁ ୧୨୦ଟି ଆସନ ପାଇବ ବୋଲି ସର୍ଭେ ସଂସ୍ଥା ପକ୍ଷରୁ କୁହାଯାଇଛି।

ଟାଇମ୍ସ ନାଓ-ସିଏନ୍‌ଏକ୍ସ ପକ୍ଷରୁ ୬୭ଟି ନିର୍ବାଚନ ମଣ୍ଡଳୀରୁ ୮,୦୪୦ ଜଣ ମତଦାତାଙ୍କୁ ନେଇ ସର୍ଭେ କରାଯାଇଥିଲା। ସର୍ଭେରୁ ଜଣାପଡ଼ିଛି ଯେ କଂଗ୍ରେସର ଭୋଟ ଭାଗ ୪୩.୫% ରହିବ। ସେହିପରି ବିଜେପି ୪୦.୩୭% ଓ ଅନ୍ୟମାନେ ୧୩.୫୫% ଭୋଟ ପାଇବେ। ରାଜସ୍ଥାନରେ କଂଗ୍ରେସ ସହ ମେଣ୍ଟ ନ କରି ଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ମୟାବତୀଙ୍କ ବିଏସ୍‌ପି ମାତ୍ର ୧ରୁ ୩ଟି ଆସନ ପାଇବ ଏବଂ ଦଳର ଭୋଟ୍‌ ଭାଗ ୨.୮୮% ରହିବ ବୋଲି ସର୍ଭେ ସଂସ୍ଥା ପକ୍ଷରୁ ପୂର୍ବାନୁମାନ କରାଯାଇଛି।

୨୦୧୩ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି ଏକପାଖିଆ ଭାବେ ୧୬୩ ଆସନରେ ଜିତି କ୍ଷମତା ଦଖଲ କରିଥିଲା। ଅପରପକ୍ଷେ, କଂଗ୍ରେସ ମାତ୍ର ୨୧ଟି ଆସନ ପାଇଥିଲା। ତେବେ ଏଥର ବେକାରୀକୁ ପ୍ରସଙ୍ଗ କରି କଂଗ୍ରେସ ସ୍ଥିତି ଓଲଟାଇ ଦେବାରେ ସକ୍ଷମ ହେବ ବୋଲି ସର୍ଭେ ସଂସ୍ଥା ପକ୍ଷରୁ କୁହାଯାଇଛି।

ରାଜସ୍ଥାନର ଭୋଟରମାନେ ବସୁନ୍ଧରା ରାଜେଙ୍କ ବଦଳରେ କଂଗ୍ରେସର ସଚିନ ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଅଧିକ ପସନ୍ଦ କରିଛନ୍ତି। ସଚିନ୍‌ ପାଇଲଟ୍‌ ହିଁ ବସୁନ୍ଧରାଙ୍କ ବିକଳ୍ପ ବୋଲି ଲୋକେ ବିଚାର କରୁଥିବା ସର୍ଭେରୁ ଜଣାପଡ଼ିଛି।

୩୨% ଲୋକ ସଚିନ୍‌ ପାଇଲଟ୍‌ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଥିବା ବେଳେ ୩୧% ଲୋକ ବସୁନ୍ଧରା ରାଜେ ପୁଣି ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି କହିଛନ୍ତି। ତେବେ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଅଶୋକ ଗେହଲଟ୍‌ଙ୍କୁ ମାତ୍ର ୧୬% ଲୋକ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି ସର୍ଭେରୁ ଜଣାପଡ଼ିଛି।

ରାଜସ୍ଥାନରେ ଡିସେମ୍ବର ୭ରେ ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ ୧୧ ତାରିଖରେ ଫଳାଫଳ ପ୍ରକାଶ ପାଇବ।



from Odisha Reporter https://ift.tt/2Qjozqs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages