‘ମୋ କଥା ବୁଝିଲେ, ତୋ କଥା ବୁଝିବି’: ଜଣେ ମହିଳାଙ୍କ ଆଗରେ ଏମିତି ସର୍ତ୍ତ ରଖିଲେ ସାଂସଦଙ୍କ ପ୍ରତିନିଧି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

‘ମୋ କଥା ବୁଝିଲେ, ତୋ କଥା ବୁଝିବି’: ଜଣେ ମହିଳାଙ୍କ ଆଗରେ ଏମିତି ସର୍ତ୍ତ ରଖିଲେ ସାଂସଦଙ୍କ ପ୍ରତିନିଧି !

ଜଳେଶ୍ୱର/ବାଲେଶ୍ୱର (ଅଜିତ ଦାସ/ରଞ୍ଜିତ ପାକଳ): “ମୋ କଥା ବୁଝିଲେ, ତୋ କଥା ବୁଝିବି।” ସ୍ୱାମୀ-ସ୍ତ୍ରୀଙ୍କ ସମସ୍ୟାର ସମାଧାନ କରିବା ପାଇଁ ଜଣେ ମହିଳାଙ୍କ ଆଗରେ ଜଣେ ସାଂସଦଙ୍କ ପ୍ରତିନିଧି ରଖିଥିଲେ ଏପରି ଅଜବ ସର୍ତ୍ତ। କେବଳ ଏତିକି ନୁହେଁ, ଶାରୀରିକ ସମ୍ପର୍କ ରଖିବାକୁ ମଧ୍ୟ ଦେଇଥିଲେ ପ୍ରସ୍ତାବ। ଯାହା ଏବେ ସମଗ୍ର ବାଲେଶ୍ୱର ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଛି।

ପୂରା ଘଟଣା ଏମିତି। ଜଳେଶ୍ୱର ଥାନା ନୂଆଗାଁର ଦୀପକ ରଣା ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଖୁଣ୍ଟା ଗାଁ କରିଶ୍ମା (ଛଦ୍ମନାମ)ଙ୍କୁ ବିବାହ କରିଥିଲେ। ବିବାହ ପରେ ସଂସାର ରଥ ଠିକ୍‌ଭାବେ ଗଡ଼ି ଚାଲିଥିଲା। ତେବେ ହଠାତ ବୋହୂ ଉପରେ ପଡ଼ିଲା ଶ୍ୱଶୂରଙ୍କ ପାପ ନଜର! ସବୁବେଳେ ସେ ବୋହୁଙ୍କୁ ପ୍ରତି ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି। ତେବେ ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମିଳୁଥିଲା। ନିର୍ଯାତନା ଅସହ୍ୟ ହେବାରୁ କରିଶ୍ମା ଘଟଣା ସମ୍ପର୍କରେ ସ୍ୱାମୀଙ୍କୁ ଜଣାଇଥିଲେ। ମାତ୍ର ସ୍ତ୍ରୀର କଥାକୁ ଦୀପକ ବିଶ୍ୱାସ କରିନଥିଲେ। ଯାହାକୁ ନେଇ ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା।

ତେବେ ନିର୍ଯାତନା ଅସହ୍ୟ ହେବାରୁ କରିଶ୍ମା ବାଧ୍ୟ ହୋଇ ବାପ ଘରକୁ ଚାଲି ଯାଇଥିଲେ। ବାପ ଘରେ ତିନି ମାସ ଧରି ରହିବା ପରେ ଉକ୍ତ ସାଂସଦଙ୍କ ପ୍ରତିନିଧି ମହାଦେବ ଦାସଙ୍କ ହସ୍ତକ୍ଷେପ ଯୋଗୁ ଶ୍ୱଶୂର ଘରକୁ ଫେରିଥିଲେ। କିଛି ଦିନ ରହିବା ପରେ ପୁଣି ଆରମ୍ଭ ହେଲା ନିର୍ଯାତନା। ଶ୍ୱଶୂର, ଶାଶୁ ଓ ସ୍ୱାମୀ ମିଶି ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇଥିଲେ। ଶେଷରେ କିଛି ଉପାୟ ନପାଇ କରିଶ୍ମା ପୁଣି ଥରେ ବାପ ଘରକୁ ଚାଲିଯାଇଥିଲେ।

କିଛି ଦିନ ତଳେ କରିଶ୍ମା ପୁନର୍ବାର ମହାଦେବ ଦାସଙ୍କ ପାଖକୁ ଯାଇ ଶ୍ୱଶୂର ଘର ଲୋକଙ୍କୁ ବୁଝାଇବା ପାଇଁ ଅନୁରୋଧ କରିଥିଲେ। କରିଶ୍ମାଙ୍କ ସରଳତାର ସୁଯୋଗ ନେଇ ଶ୍ରୀ ଦାସ ଘଟଣା ସମାଧାନ କରିବା ପରିବର୍ତ୍ତେ କହିଥିଲେ, ‘ମୋ କଥା ବୁଝିଲେ, ତୋ କଥା ବୁଝିବି।’। କିସ୍‌ ଦେବା ସହିତ ଶାରୀରିକ ସମ୍ପର୍କ ରଖିବାକୁ ସେ କରିଶ୍ମାଙ୍କୁ କହିଥିଲେ।

ଶେଷରେ ଆଜି କରିଶ୍ମା ଏ ସମ୍ପର୍କରେ ବିଧିବଦ୍ଧ ଭାବେ ରୁପ୍‌ସା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମହାଦେବ ଦାସ।



from Odisha Reporter https://ift.tt/2JA9Ipq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages