ହୃଦ୍‌ଘାତ ସମସ୍ୟାରୁ ମୁକୁଳିବାକୁ ମନଖୋଲି ହସନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ହୃଦ୍‌ଘାତ ସମସ୍ୟାରୁ ମୁକୁଳିବାକୁ ମନଖୋଲି ହସନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହସିବା ଆମ ଶରୀର ପାଇଁ ଖୁବ୍‌ ଭଲ। ଏହା ସ୍ୱାସ୍ଥ୍ୟ ପାଇଁ ସବୁଠୁ ଭଲ ଔଷଧ ବୋଲି ମଧ୍ୟ ବିବେଚନା କରାଯାଏ। ଏହାଦ୍ୱାରା ଅନେକ ମାନସିକ ସମସ୍ୟାରୁ ମୁକ୍ତି ମିଳିଥାଏ। ଆମେ ହସିବା ସମୟରେ ଆମ ମସ୍ତିଷ୍କର ସବୁ ମାଂସପେଶୀ ସକ୍ରିୟ ହୋଇଥାଏ ଏବଂ ରକ୍ତ ସଞ୍ଚାଳନର ଗତି ମଧ୍ୟ ବଢ଼ିଥାଏ।

ଏଥିଯୋଗୁ ଆମ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍‌ ପହଞ୍ଚିବାକୁ ଲାଗିଥାଏ। ଏହା ବ୍ୟତୀତ ମନ ଖୋଲି ହସିବାର ଆହୁରି ଅନକ ଲାଭ ମିଳିଥାଏ,  ତେବେ ଚାଲନ୍ତୁ ଜାଣିବା ସେହି ଉପକାର ସମ୍ପର୍କରେ।

ହୃଦ୍‌ଗାତକୁ ରୋକିଥାଏ: ହସିବା ଦ୍ୱାରା ହୃଦୟର ବ୍ୟାୟାମ ହୋଇଥାଏ। ଏହା ସହିତ ଶରୀରରେ ଏଣ୍ଡୋର୍ଫିନ୍‌ ନାମକ ରସ ନିର୍ଗତ ହୋଇଥାଏ, ଯାହା ହୃଦୟକୁ ମଜବୁତ୍‌ କରିଥାଏ। ଯାହା ହୃଦ୍‌ଘାତର ଆଶଙ୍କା କମାଇଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି।

ଚାପ(ଡିପ୍ରେସନ୍‌) କମ୍‌ କରିଥାଏ: ମସ୍ତିଷ୍କରେ  ହେଉଥିବା ରସାୟନିକ ଅସନ୍ତୁଳନ କାରଣରୁ ମଣିଷ ଚାପରେ ପଡ଼ିଥାଏ।  ଏଥିପାଇଁ ଆପଣ ଉଦାସ ଓ ମାନସିକ ସ୍ତରରେ ଥକା ଅନୁଭବ କରିଥାନ୍ତି।  ଏହିଭଳି ସମସ୍ୟାରୁ ଲଢ଼ିବା ପାଇଁ ହସ ସବୁଠାରୁ ଭଲ ଉପଚାର ବୋଲି ବିଜ୍ଞାନ କୁହେ।

ମାନସିକ ରୋଗରେ ଲଢ଼ିବାକୁ ଶକ୍ତି ଦେଇଥାଏ: ମାନସିକ ବିକାରଗ୍ରସ୍ତ ହୋଇପଡିଥିବା ବ୍ୟକ୍ତି ଛୋଟ ଛୋଟ କଥାରେ ଚିଡ଼ି ଉଠନ୍ତି। କେବଳ ଏତିକି ନୁହେଁ, ଏହି ରୋଗୀ ଅନେକ ସମୟରେ ଘର ବାହାରକୁ ଯାଇ ନିଜର କ୍ଷତି କରିବାକୁ ବସିଥାନ୍ତି ଏବଂ ଏକୁଟିଆ ରହିବାକୁ ପସନ୍ଦ କରନ୍ତି।  ଏହି ଭଳି ମାନସିକ ରୋଗୀଙ୍କୁ ଭଲ କରିବା ପାଇଁ ହସ ଏକ ଔଷଧ ରୂପରେ କାର୍ଯ୍ୟ କରିଥାଏ। ଏଣୁ ଯଥାସମ୍ଭବ ତାଙ୍କୁ ହସାଇବାକୁ ଚେଷ୍ଟା କରିବା ଭଲ।

ଭଲ ନିଦ ହୋଇଥାଏ: ଯଦି ଆପଣଙ୍କୁ ରାତିରେ ନିଦ ହେଉନି ତେବେ ଆପଣଙ୍କ ପାଇଁ ହସ  ଔଷଧ ସ୍ୱରୂପ କାମ କରିପାରେ ହସ। ହସିବା ଦ୍ୱାରା ମେଲାଟୋନିନ୍‌ ନାମକ ରସାୟନ ମସ୍ତିଷ୍କରେ ସ୍ରାବ ହୋଇଥାଏ। ଯାହା ଯୋଗୁ ଆପଣଙ୍କୁ ଭଲ ନିଦ ହୋଇଥାଏ।

ତ୍ୱଚା ପାଇଁ ଭଲ: ପ୍ରତିଦିନ ହସିବା ତ୍ୱଚା ପାଇଁ ବହୁତ ଭଲ। କାରଣ ହସିବା ଦ୍ୱାରା ଆମ ତ୍ୱଚାର ୧୫ ପ୍ରକାର ମାଂସ ପେଶୀ ଏକା ସହ କାମ କରିବାକୁ ଲାଗିଥାଏ ଓ ତ୍ୱଚାରେ ରକ୍ତ ସଞ୍ଚାଳନର ଗତି ବଢ଼ିଥାଏ। ଆପଣଙ୍କ ତ୍ୱଚା ସବୁବେଲେ ତାଜା ଓ ଉଜ୍ୱଳ  ଦେଖା ଯାଇଥାଏ।



from Odisha Reporter https://ift.tt/2r46Vfs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages