ଗାଲରେ ଡିମ୍ପଲ୍‌ ଥିବା ଝିଅମାନଙ୍କୁ ମନପସନ୍ଦର ସାଥୀ ମିଳେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ଗାଲରେ ଡିମ୍ପଲ୍‌ ଥିବା ଝିଅମାନଙ୍କୁ ମନପସନ୍ଦର ସାଥୀ ମିଳେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଅନେକ ଯୁବତୀଙ୍କ ଗାଲରେ ଡିମ୍ପଲ୍‌ ହେଉଥିବା ଆପଣ ଦେଖିଥିବେ। ଏହି ଡିମ୍ପଲ୍‌ ଥିଲେ ମହିଳାମାନେ ସୁନ୍ଦର ଦେଖାଯାଇଥାନ୍ତି। ଗାଲରେ ଡିମ୍ପଲ୍‌ ଥିବା ମହିଳାଙ୍କ ବିଷୟରେ ସମୁଦ୍ର ଶାସ୍ତ୍ରରେ ବିସ୍ତ୍ରୃତ ବିବରଣୀ ରହିଛି। କିଛି ମହିଳା ଯେବେ ହସିଥାନ୍ତି, ତାଙ୍କ ଗାଲରେ ଡିମ୍ପଲ୍‌ ପଡ଼ିଥାଏ। ଏପରି ମହିଳାଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ ବୋଲି ସମୁଦ୍ର ଶାସ୍ତ୍ରରେ କୁହାଯାଇଛି। ଏପରି ମହିଳାଙ୍କୁ ସେମାନଙ୍କ ସ୍ୱାମୀ ତାଙ୍କୁ ଅଧିକ ଭଲ ପାଇଥାନ୍ତି ଏବଂ ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ଖୁବ୍‌ କମ୍‌ ହୋଇଥାଏ।

ସମୁଦ୍ର ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ, ଏହି ମହିଳାଙ୍କର ଶାଶୂଙ୍କ ସହିତ ଭଲ ପଡ଼ି ନ ଥାଏ। ଆହୁରି ମଧ୍ୟ ଏପରି ମହିଳାମାନେ ବହୁତ୍‌ ଖୁସି ମିଜାଜର ହୋଇଥାନ୍ତି। ଏହା ସହିତ ଏମାନେ ନିଜ ଭବିଷ୍ୟତର ଲକ୍ଷ୍ୟକୁ ନେଇ ଅଧିକ ଗମ୍ଭୀର ରହିଥାନ୍ତି। ଯଦି କେବେ ଅସଫଳ ହୁଅନ୍ତି, ତେବେ ନିରାଶା ଓ ହତାଶାରେ ବୁଡ଼ି ରହିଥାନ୍ତି।

ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଗାଲରେ ପଡ଼ୁଥିବା ଡିମ୍ପଲ୍‌କୁ ଉଲ୍ଲେଖ କରାଯାଇଛି। ଜ୍ୟୋତିଷ ଶାସ୍ତ୍ରରେ ଏହାର ସମ୍ପର୍କ  ଶୁକ୍ର ଗ୍ରହ ସହିତ ରହିଛି ବୋଲି କୁହାଯାଇଛି।କୁହାଯାଏ କି ଜନ୍ମ ସମୟରେ ଯେଉଁ ଛୁଆଙ୍କର ଶୁକ୍ର ଗ୍ରହ ମଜବୁତ୍‌ ରହିଥାଏ, ସେମାନଙ୍କ ଗାଲରେ ଡିମ୍ପଲ୍ ପଡ଼ିଥାଏ। ଶୁକ୍ର ଗ୍ରହକୁ ଆକର୍ଷଣ ଓ ପ୍ରେମର କାରକ ବୋଲି ମଧ୍ୟ କୁହାଯାଇଥାଏ। ଆହୁରି ମଧ୍ୟ କୁହାଯାଏ ଯେ, ଯେଉଁମାନଙ୍କ ଗାଲରେ ଡିମ୍ପଲ୍‌ ପଡ଼େ, ସେମାନଙ୍କୁ ପ୍ରେମ ଅତି ସହଜରେ ମିଳିଥାଏ। କିନ୍ତୁ ପ୍ରକୃତ ପ୍ରେମ ଖୋଜିବା ପାଇଁ ଏମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ।



from Odisha Reporter https://ift.tt/2TPjusa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages