
ଭିକ୍ଟୋରିଆ: କ୍ରିକେଟ୍ରେ ଆଉଟ୍ ହେବାକୁ ନେଇ କିଛି ନିୟମ ବାବଦରେ ଆମେ ଅବଗତ ଅଛେ ଯାହାର ପ୍ରଚଳନ ସବୁ ସମୟରେ ରହିଛି। କିନ୍ତୁ ବିଶେଷ କ୍ଷେତ୍ରରେ ଏଭଳି କିଛି ନିୟମ ରହିଛି ଯାହାକି ବ୍ୟାଟ୍ସମ୍ୟାନ୍ଙ୍କ ଅଜାଣତରେ ତାଙ୍କୁ ପ୍ୟାଭିଲିଅନ୍ ପଠାଇଦିଏ।
ଏଭଳି ଏକ ଘଟଣା ଘଟିଥିଲା ୨୦୧୪ ମସିହାରେ ୱେଷ୍ଟର୍ଣ୍ଣ ଭିକ୍ଟୋରିଆରେ, ଯେଉଁଥିରେ ପକେଟ୍ରେ ମୋବାଇଲ୍ ରଖିବା ବ୍ୟାଟ୍ସମ୍ୟାନ୍ଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।
ଏକ ୧୬ ବର୍ଷରୁ କମ୍ ମ୍ୟାଚ୍ରେ ମାର୍କସ୍ ଇଲିଅଟ୍ ନାମକ ଏହି ବ୍ୟାଟ୍ସମ୍ୟାନ୍ ନିଜ ଫୋନ୍ ଡ୍ରେସିଂ ରୁମ୍ରେ ରଖିବାକୁ ଭୁଲିଯାଇ ବ୍ୟାଟିଂ କରିବାକୁ ସାଙ୍ଗରେ ନେଇ ଯାଇଥିଲେ। ସେ ବ୍ୟାଟିଂ କରିବାବେଳେ ପକେଟ୍ରୁ ମୋବାଇଲ୍ ଖସିପଡ଼ିବାରୁ ତାହା ୱିକେଟ୍ରେ ବାଜିଥିଲା, ଯାହାକି ବେଲ୍ ଖସାଇଦେଇଥିଲା। ନିୟମ ଅନୁଯାୟୀ ଏହା ହିଟ୍ ୱିକେଟ୍ ଆଉଟ୍ ଘୋଷିତ ହୋଇଥିଲା।
ଏହି ମ୍ୟାଚ୍ରେ ଆଉ ଏକ ଅଦ୍ଭୁତ ଘଟଣା ମଧ୍ୟ ଘଟିଥିଲା। ତାହା ହେଉଛି ମ୍ୟାଚ୍ର ମୋଟ ରନ୍ରୁ ୪୦ ପ୍ରତିଶତ ଥିଲା ଅତିରିକ୍ତ ରନ୍।
from Odisha Reporter https://ift.tt/2ADipLB
No comments:
Post a Comment