ଧୋନିଙ୍କୁ ମିସ୍‌ କରିବେ କହିଲେ ରୋହିତ, କିନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ଧୋନିଙ୍କୁ ମିସ୍‌ କରିବେ କହିଲେ ରୋହିତ, କିନ୍ତୁ…

କୋଲକାତା: ଆସନ୍ତାକାଲି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳିବାକୁ ଟିମ୍‌ ଇଣ୍ଡିଆ ଇଡେନ୍‌ ଗାର୍ଡେନ୍‌ ମଇଦାନକୁ ଓହ୍ଲାଇବ। ଏଥିପାଇଁ ଦଳ ସମ୍ଭାବ୍ୟ ୧୨ ଜଣିଆ ସଦସ୍ୟଙ୍କ ନାଁ ଘୋଷଣା କରି ସାରିଛି। ତେବେ ଏହି ଟି-୨୦ ସିରିଜ୍‌ଟି ଟିମ୍‌ ଇଣ୍ଡିଆ ତା’ର ଦୁଇ ବରିଷ୍ଠ ଖେଳାଳିଙ୍କ ବିନା ଖେଳିବ। ଜଣେ ହେଲେ ମହେନ୍ଦ୍ର ସିଂହ ଧୋନି ଓ ଅନ୍ୟ ଜଣେ ହେଲେ ଅଧିନାୟକ ବିରାଟ୍‌ କୋହଲି।

ଏମାନଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଦଳର ନେତୃତ୍ୱ ନେଉଛନ୍ତି। ତେବେ ଧୋନିଙ୍କ ଅନୁପସ୍ଥିତି ଟିମ୍‌ ଅନୁଭବ କରିବ ବୋଲି ରୋହିତ ଆଜି ସ୍ୱୀକାର କରିଛନ୍ତି। ରୋହିତ ମ୍ୟାଚ୍‌ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଧୋନି ହେଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ। ତାଙ୍କ ପାଖରେ ମ୍ୟାଚ୍‌ ପରିଚାଳନା କରିବାର ଯଥେଷ୍ଟ ଅଭିଜ୍ଞତା ରହିଛି। ତାଙ୍କ ଅନୁପସ୍ଥିତି ଦଳ ନିଶ୍ଚିତ ଭାବେ ମିସ୍‌ କରିବ।

କିନ୍ତୁ ଧୋନିଙ୍କ ଅନୁପସ୍ଥିତି ଯୋଗୁ ରିଷଭ ପନ୍ତ ଓ ଦିନେଶ କାର୍ତ୍ତିକ ନିଜକୁ ପ୍ରମାଣ କରିବାର ସୁଯୋଗ ପାଇବେ। ସେମାନେ ସୁଯୋଗର ଫାଇଦା ଉଠାଇ ସେମାନେ ମଧ୍ୟ ଭଲ ଖେଳି ପାରିବେ ସମସ୍ତଙ୍କୁ ଜଣାଇବା ଦରକାର। ଏହା ଉଭୟଙ୍କ ପାଇଁ ଏକ ବଡ଼ ସୁଯୋଗ।

ସେହିଭଳି ଏହି ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଟିମ୍‌ ଇଣ୍ଡିଆର ବିଶ୍ୱକପ୍‌ ପୂର୍ବରୁ ବେଞ୍ଚ ଶକ୍ତିକୁ ମଧ୍ୟ ମାପିବ। ଆମେ କେବଳ ହାତ ଗଣତି ବିକଳ୍ପ ନେଇ ବିଶ୍ୱକପ୍‌କୁ ଯାଇ ପାରିବୁ ନାହିଁ। ସମସ୍ତ ଖେଳାଳିଙ୍କ ପ୍ରତିଭାକୁ ମାପିବା ପାଇଁ ଏହା ଏକ ଭଲ ସୁଯୋଗ।

ଆମେ କେତେ ଭଲ ଖେଳୁଛୁ ସେଇଟା ଯେତିକି ଗୁରୁତ୍ୱପୂର୍ଣ୍ଣ, ଆମ ବେଞ୍ଚର ଶକ୍ତି ମଧ୍ୟ ଦଳ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ। କେବଳ ୧୧ ଜଣ ନୁହନ୍ତି ୧୫ ଜଣଙ୍କୁ ଭଲ ଖେଳିବାକୁ ପଡ଼ିବ।”


ଟି-୨୦ ସ୍କାଡ୍‌ରେ ବାମହାତୀ ସ୍ପିନର ଶହବାଜ ନଦିମ ଓ ଅଲରାଉଣ୍ଡର କ୍ରୁନାଲ୍‌ ପାଣ୍ଡ୍ୟାଙ୍କୁ ନୂଆ ମୁହଁ ଭାବେ ସାମିଲ କରାଯାଇଛି। ତେବେ ଆଜି ଘୋଷଣା ହୋଇଥିବା ୧୨ ଜଣିଆ ଦଳରେ ନଦିମଙ୍କୁ ବାଦ୍‌ ଦିଆଯାଇଛି। ଏହାବାଦ ଉମେଶ ଯାଦବ, ୱାଶିଂଟନ ସୁନ୍ଦର, ଶ୍ରେୟର ଆୟରଙ୍କୁ ମଧ୍ୟ ଆସନ୍ତାକାଲି ବେଞ୍ଚରେ ବସିବାକୁ ପଡ଼ିବ।

ସେହିପରି ଦିନେଶ କାର୍ତ୍ତିକ ୧୨ ଜଣିଆ ଦଳରେ ଥିଲେ ହେଁ ଆସନ୍ତାକାଲି ରିଷଭ ପନ୍ତ କିପିଂ କରିବେ। ସେହିଭଳି ଖଲୀଲ ଅହମ୍ମଦ ଓ କ୍ରୁନାଲ ପାଣ୍ଡ୍ୟା ଆସନ୍ତାକାଲି ଭାରତ ପାଇଁ ଟି-୨୦ରେ ଡେବ୍ୟୁ କରିବାର ସମ୍ଭାବନା ରହିଛି।

ସାମ୍ଭାବ୍ୟ ୧୨ ଜଣିଆ ଦଳ: ରୋହିତ୍ ଶର୍ମା(ଅ), ଶିଖର ଧୱନ୍‌, କେଏଲ୍‌ ରାହୁଲ୍‌, ଦିନେଶ୍ କାର୍ତ୍ତିକ, ମନୀଷ ପାଣ୍ଡେ, ରିଷଭ ପନ୍ତ(ୱି), ଭୁବନେଶ୍ୱର କୁମାର୍‌, ୟଜୁବେନ୍ଦ୍ର ଚହଲ୍‌, କୁଲଦୀପ ଯାଦବ୍‌, ଯଶପ୍ରୀତ ବୁମ୍ରା, ଖଲୀଲ୍‌ ଅହମ୍ମଦ ଓ କ୍ରୁନାଲ୍‌ ପାଣ୍ଡ୍ୟା ।



from Odisha Reporter https://ift.tt/2JzhyPQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages