ଏସ୍‌ବିଆଇର ‘ଜିରୋ ବାଲାନ୍ସ ସେଭିଙ୍ଗସ୍ ଆକାଉଣ୍ଟ’ ବାବଦରେ ଜାଣିବା କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ଏସ୍‌ବିଆଇର ‘ଜିରୋ ବାଲାନ୍ସ ସେଭିଙ୍ଗସ୍ ଆକାଉଣ୍ଟ’ ବାବଦରେ ଜାଣିବା କଥା

ନୂଆଦିଲ୍ଲୀ: ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆର କିଛି ‘ଜିରୋ ବାଲାନ୍ସ ସେଭିଙ୍ଗସ୍ ଆକାଉଣ୍ଟ’ ମଧ୍ୟ ରହିଛି ଯେଉଁଥିରେ ଆଭ୍‌ରେଜ୍‌ ମନ୍ଥଲି ବାଲାନ୍ସ(ଏଏମ୍‌ବି) ନିୟମ ଲାଗୁ ହୁଏ ନାହିଁ। ଏଏମ୍‌ବି ହେଉଛି ଏକ ନିର୍ଦ୍ଦିଷ୍ଟ ପରିମାଣର ବାଲାନ୍ସ ଯାହାକି ବ୍ୟାଙ୍କ ଗ୍ରାହକଙ୍କୁ ନିଜର ସେଭିଙ୍ଗସ୍‌ ଆକାଉଣ୍ଟରେ ସବୁ ସମୟରେ ରଖିବାକୁ ହୁଏ। ‘ଜିରୋ ବାଲାନ୍ସ ସେଭିଙ୍ଗସ୍ ଆକାଉଣ୍ଟ’ରେ ଏହି ପରିମାଣର ବାଲାନ୍ସ ରଖିବା ଜରୁରି ନୁହେଁ। ଅନ୍ୟ ଆକାଉଣ୍ଟରେ କିନ୍ତୁ ଏହି ନିୟମ ନମାନିଲେ ଦଣ୍ଡ ସ୍ୱରୂପ ଶୁଳ୍କ ଲାଗୁ ହୁଏ। ଏହାର ବିଭିନ୍ନ ଦିଗ ଏବଂ ଫାଇଦା ରହିଛି।

୧. ଏସ୍‌ବିଆଇର ବିଭିନ୍ନ ସାଲାରୀ ଆକାଉଣ୍ଟ ରହିଛି, ଯାହାକି ଗ୍ରାହକଙ୍କ ସ୍ୱତନ୍ତ୍ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଚଳିତ। ଏହା କେନ୍ଦ୍ର ସରକାର, ରାଜ୍ୟ ସରକାର, ପ୍ରତିରକ୍ଷା, ଅର୍ଦ୍ଧସାମରିକ, ପୁଲିସ୍‌, କର୍ପୋରେଟ୍‌ ଏବଂ ଅନୁଷ୍ଠାନମାନଙ୍କ ପାଇଁ ଭିନ୍ନ ଭିନ୍ନ ଢଙ୍ଗରେ ବିଭିନ୍ନ କ୍ଷେତ୍ର ପାଇଁ ଉପଲବ୍ଧ। ଏସବୁ ଆକାଉଣ୍ଟ ଜିରୋ ବାଲାନ୍ସରେ ଖୋଲାଯାଇଥାଏ।

୨. ବେସିକ୍‌ ସେଭିଙ୍ଗସ୍‌ ଆକାଉଣ୍ଟ ଡିପୋଜିଟ୍‌ ଆକାଉଣ୍ଟ ମଧ୍ୟ ଏକ ପ୍ରକାରର ‘ଜିରୋ ବାଲାନ୍ସ ସେଭିଙ୍ଗସ୍ ଆକାଉଣ୍ଟ’। ଏହା ସମାଜର ଗରିବ ଶ୍ରେଣୀ ପାଇଁ ଉପଲବ୍ଧ ଯାହା କୌଣସି ସୀମା ବା ଅର୍ଥଦଣ୍ଡର ଚାପ ସୃଷ୍ଟି କରିନଥାଏ।

୩. ସେହିଭଳି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମ୍‌ଜେଡିୱାଇ) ଅଧୀନରେ ଖୋଲାଯାଇଥିବା ଆକାଉଣ୍ଟ ମଧ୍ୟ ଜିରୋ ବାଲାନ୍ସରେ ଖୋଲାଯାଇଥାଏ। ପିଏମ୍‌ଜେଡିୱାଇ ସହଜରେ ବିଭିନ୍ନ ବ୍ୟାଙ୍କିଙ୍ଗ୍ ସୁବିଧା ପରି ଆର୍ଥିକ ସୁବିଧା ସବୁକୁ ସହଜରେ ଉପଲବ୍ଧ କରାଉଥିବା ଏକ ଜାତୀୟ ମିଶନ୍‌।

୪. ପେହେଲା କଦମ୍‌ ଏବଂ ପେହେଲି ଉଡ଼ାନ୍‌ ସେଭିଙ୍ଗସ୍‌ ଆକାଉଣ୍ଟ ମଧ୍ୟ ଜିରୋ ବାଲାନ୍ସ ସୁବିଧା ଦେଇଥାଏ। ଏହି ସେଭିଙ୍ଗସ୍‌ ଆକାଉଣ୍ଟ କେବଳ ଛୋଟ ପିଲାଙ୍କ ପାଇଁ ଉଦ୍ଦିଷ୍ଟ। ଏହା କେବଳ କମ୍‌ ବୟସର ପିଲା ଙ୍କୁ ସଞ୍ଚୟ ସୁବିଧା ଦିଏନାହିଁ, ବରଂ ଏହି ଟଙ୍କାକୁ ଉଚିତ ଦିଗରେ ବିନିଯୋଗ କରିବା ଓ ସଞ୍ଚୟର ଗୁରୁତ୍ୱ ବାବଦରେ ଶିକ୍ଷାଦେଇଥାଏ।

୫. ଏତଦ୍‌ବ୍ୟତୀତ ପେନ୍‌ସନ୍‌ ଆକାଉଣ୍ଟରେ ମଧ୍ୟ କୌଣସି ସର୍ବନିମ୍ନ ବାଲାନ୍ସ ରଖିବାର ବ୍ୟବସ୍ଥା ହୋଇନାହିଁ।



from Odisha Reporter https://ift.tt/2AJiGh0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages