ଭାରତୀୟ ମହିଳା ଟିମ୍‌ର ଆଉ ଏକ ସୁପର ଶୋ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ଭାରତୀୟ ମହିଳା ଟିମ୍‌ର ଆଉ ଏକ ସୁପର ଶୋ’

mandhana

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତର ଆଉ ଏକ ସୁପର ଶୋ’ ଦେଖିବାକୁ ମିଳିଛି। ଗତକାଲି ଦଳ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୪୮ ରନ୍‌ରେ ପରାସ୍ତ କରିଛି। ଏହା ସହିତ ଦଳ ଲିଗ୍ ପର୍ଯ୍ୟାୟରେ ସମସ୍ତ ୪ଟି ମ୍ୟାଚ୍ ଜିତି ସେମି ଫାଇନାଲ୍‌ରେ ପ୍ରବେଶ କରିଛି।

ଗତକାଲି ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ସ୍ପିନରଙ୍କ ଯାଦୁ ଯୋଗୁ ଅଷ୍ଟ୍ରେଲିଆକୁ ହରାଇବାରେ ସଫଳ ହୋଇଥିଲା ଭାରତୀୟ ଟିମ୍।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୭ ରନ୍ କରିଥିଲା। ସ୍ମୃତି ମନ୍ଧାନା ଅପରାଜିତ ରହି ୮୩ ରନ୍ କରିଥିଲେ। ସେ ୫୫ ବଲ୍‌ରୁ ୯ ଚୌକା ଓ ୩ ଛକା ସହାୟତାରେ ଏହି ରନ୍ ସଂଗ୍ରହ କରିଥିଲେ। ଅଧିନାୟିକା ହରମନ୍‌ପ୍ରୀତ୍ କୌର ୨୭ ବଲ୍‌ରେ ୩ ଚୌକା ଓ ୩ ଛକା ସହାୟତାରେ ୪୩ ରନ୍ କରିଥିଲେ। ତେବେ ବ୍ୟାଟିଂ କରିବାକୁ ଆସିଥିବା ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ।

ଅପରପକ୍ଷରେ ୧୬୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ୧୯.୪ ଓଭରରେ ୧୧୯ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଏଲିସ୍ ପେରି ସର୍ବାଧିକ ୩୯ ରନ୍ କରିଥିଲେ। ସେ ନଟ୍ ଆଉଟ୍ ମଧ୍ୟ ରହିଥିଲେ। ତେବେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲିଂ ଆଗରେ ତିଷ୍ଠି ପାରି ନଥିଲେ।

ଭାରତ ପକ୍ଷରୁ ରାଧା ଯାଦବ ୨ଟି ୱିକେଟ୍ ନେଇଥିବା ବେଳେ ଦୀପ୍ତି ଶର୍ମା ୨ଟି, ପୁନମ ଯାଦବ ୨ଟି ଓ ଅନୁଜା ପାଟିଲ ୩ଟି ୱିକେଟ୍ ନେଇଥିଲେ।

ଗତକାଲି ବିଜୟ ସହିତ ଭାରତ ଗ୍ରୁପ୍ ‘ବି’ର ଶୀର୍ଷ ସ୍ଥାନରେ ରହିଛି। ଦଳ ୨୩ ତାରିଖରେ ସେମିଫାଇନାଲ୍ ଖେଳିବ। ଇଂଲଣ୍ଡ ବା ୱେଷ୍ଟଇଣ୍ଡିଜ୍ ସହିତ ଏହି ମ୍ୟାଚ୍ ହୋଇପାରେ।

ଅଷ୍ଟ୍ରେଲିଆକୁ ହରାଇବା ପୂର୍ବରୁ ଦଳ ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ ଓ ଆୟର୍ଲାଣ୍ଡକୁ ହରାଇଥିଲା।



from Odisha Reporter https://ift.tt/2Dr2pPI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages