ଦିବ୍ୟାଙ୍ଗମାନଙ୍କ ଅଡିସନ୍‌ ନେଉଛନ୍ତି ସବ୍ୟସାଚୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ଦିବ୍ୟାଙ୍ଗମାନଙ୍କ ଅଡିସନ୍‌ ନେଉଛନ୍ତି ସବ୍ୟସାଚୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିବ୍ୟାଙ୍ଗମାନଙ୍କୁ କେନ୍ଦ୍ର କରି ଖୁବ୍‌ଶୀଘ୍ର ନିର୍ମାଣ ହେବ ଏକ ଓଡ଼ିଆ ଫିଲ୍ମ। ଏଥିପାଇଁ ଅଡିସନ୍‌ ବି ହୋଇଛି। ଆଉ ଫିଲ୍ମର ଦିବ୍ୟାଙ୍ଗ ଚରିତ୍ରରେ ଦିବ୍ୟାଙ୍ଗମାନଙ୍କୁ ନେବା ପାଇଁ ଅଡିସନ୍‌ ନେଇଛନ୍ତି ଓଲିଉଡ୍‌ର ଲୋକପ୍ରିୟ ଅଭିନେତା ସବ୍ୟସାଚୀ।

ଯାହା ସୂଚନା ମିଳିଛି, ଦିବ୍ୟାଙ୍ଗମାନଙ୍କୁ କେନ୍ଦ୍ର କରି ନିର୍ମାଣ ହେବାକୁ ଯାଉଥିବା ଏହି ଫିଲ୍ମରେ ସବ୍ୟସାଚୀ ମଧ୍ୟ ଜଣେ ଦିବ୍ୟାଙ୍ଗ ଭୂମିକାରେ ଅଭିନୟ କରୁଛନ୍ତି।

ସାଧାରଣ କଳାକାରଙ୍କୁ ଫିଲ୍ମରେ ଦିବ୍ୟାଙ୍ଗ ଭୂମିକାରେ ନେବା ବଦଳରେ ସବ୍ୟସାଚୀ ବାସ୍ତବ ଜୀବନରେ ଯେଉଁମାନେ ଦିବ୍ୟାଙ୍ଗ, ସେମାନଙ୍କ  ଦକ୍ଷତାକୁ ପରଦା ଉପରେ ଦେଖାଇବା ପାଇଁ ଏପରି ଅଡିସନ୍‌ର ଆୟୋଜନ କରିଥିବା କୁହାଯାଉଛି।

ଅଡିସନ୍‌ରେ ମନୋନୀତ ଦିବ୍ୟାଙ୍ଗ କଳାକରମାନଙ୍କୁ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିବ।  

ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ନେଇଛନ୍ତି ରମେଶ ସାହୁ।



from Odisha Reporter https://ift.tt/2S2aLBq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages