
ଥିରୁଭନନ୍ତପୁରମ୍: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୱିକେଟ୍ ପଛରେ ରହି ଏଲ୍ବିଡବ୍ଲ୍ୟୁ ଅପିଲ କରିବାରେ କ୍ଵଚିତ ଭୁଲ କରନ୍ତି। କିନ୍ତୁ ପ୍ରାୟତଃ ଧୋନି ଠିକ୍ ନିଷ୍ପତ୍ତି ହିଁ ନେଇଥାଆନ୍ତି। ହେଲେ କେରଳର ଥିରୁଭନନ୍ତପୁରମ୍ର ଗ୍ରୀନ୍ଫିଲ୍ଡ୍ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଶେଷ ହୋଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ମ ଦିନିକିଆରେ ଧୋନି ଏକ ବଡ଼ ଭୁଲ କରି ବସିଥିଲେ। ହେଲେ ସାର୍ ଜାଡେଜାଙ୍କ ଦାବି ଯୋଗୁ ଏହା ଟିମ୍କୁ ମହଙ୍ଗା ସାବ୍ୟସ୍ତ ହୋଇ ନଥିଲା।
ପୂରା ଘଟଣା ଏମିତି ଥିଲା:
ରବୀନ୍ଦ୍ର ଜାଡେଜା ବୋଲିଂ କରୁଥିବା ବେଳେ ଏକ ବଲ୍ ଇଣ୍ଡିଜ୍ ବ୍ୟାଟସ୍ମ୍ୟାନ୍ ଶିମରନ୍ ହେଟମେୟରଙ୍କ ପ୍ୟାଡ୍ରେ ବାଜିଥିଲା। ଜାଡେଜା ଏହା ଆଉଟ୍ ବୋଲି ଜୋରଦାର ଅପିଲ୍ କରିଥିଲେ। କିନ୍ତୁ ଅମ୍ପାୟାର ଏହାକୁ ନଟ୍ ଆଉଟ୍ ଦେଇଥିଲେ। ଜାଡେଜା ପ୍ରଥମେ ବିରାଟ୍ଙ୍କୁ ଡିଆରଏସ୍ ରିଭ୍ୟୁ ନେବାକୁ କହିଥିଲେ। ବିରାଟ୍ ସଙ୍ଗେସଙ୍ଗେ ଧୋନିଙ୍କୁ ଏସମ୍ପର୍କରେ ପଚାରିଥିଲେ ମଧ୍ୟ ଧୋନି ସାର୍ ଜାଡେଜାଙ୍କ ସହ ଏକମତ ହୋଇ ନଥିଲେ। ତେବେ ସାର୍ ଜାଡେଜା ଉଭୟ ଧୋନି ଓ ବିରାଟ୍ଙ୍କୁ ବାରମ୍ବାର ଡିଆର୍ଏସ୍ ରିଭ୍ୟୁ ନେବାକୁ କହିଥିଲେ।
ଶେଷରେ ଜାଡେଜାଙ୍କ କଥାରେ ରାଜି ହୋଇ ବିରାଟ୍ ରିଭ୍ୟୁ ନେଇଥିଲେ। ରିପ୍ଲେରୁ ଜଣାପଡ଼ିଥିଲା ଯେ ବଲ୍ଟି ପିଚ୍ ଇନ୍ ଲାଇନ୍, ଇମ୍ପ୍ୟାକ୍ଟ ଇନ୍ ଲାଇନ୍ ଓ ହିଟ୍ ଦି ମିଡିଲ୍ ଷ୍ଟମ୍ପ, ତିନୋଟି ସ୍ତରରେ ଠିକ ପ୍ରମାଣିତ ହୋଇଥିଲା। ଅର୍ଥାତ ଏହା ଆଉଟ୍ ଥିଲା। ଅମ୍ପାୟାର ନିଜର ନିଷ୍ପତ୍ତିକୁ ବଦଳାଇ ହେଟମେୟରଙ୍କୁ ଆଉଟ୍ ଦେଇଥିଲେ। ଏହି ଘଟଣା ୧୬ତମ ଓଭର୍ରେ ଘଟିଥିଲା। ହେଟମେୟର ମାତ୍ର ୯ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ସାର୍ ଜାଡେଜାଙ୍କ ଏଭଳି ଧୋନି ଓ ବିରାଟ୍ଙ୍କୁ ରାଜି କରାଇବା ଏବଂ ଶେଷରେ ହେଟମେୟରଙ୍କ ଆଉଟ୍ ହେବା ଘଟଣାଟି ପୂରା କ୍ୟାମେରାରେ କଏଦ ହୋଇଛି। ଏବେ ଏହା ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ସମସ୍ତେ ସାର୍ ଜାଡେଜାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।
ଆଜିର ମ୍ୟାଚ୍ରେ ଜାଡେଜା ୩୪ ରନ୍ ଦେଇ ୪ଟି ୱିକେଟ୍ ନେବା ସହ ଇଣ୍ଡିଜ୍ ବ୍ୟାଟିଂ ଲାଇନ୍ ଅପ୍କୁ ଧ୍ୱସ୍ତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ତାଙ୍କୁ ମ୍ୟାଚ୍ ଶେଷରେ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ମଧ୍ୟ ମିଳିଛି।
ଇଣ୍ଡିଜ୍ ମାତ୍ର ୧୦୪ ରନ୍ରେ ଅଲଆଉଟ୍ ହୋଇଥିବା ବେଳେ ଭାରତ ୧୦୫ ରନ୍ର ଟାର୍ଗେଟକୁ ୧୪.୫ ଓଭର୍ରେ ଗୋଟିଏ ୱିକେଟ୍ ହରାଇ ହାସଲ କରିନେଇଥିଲା।
ଦେଖନ୍ତୁ ଭିଡିଓ:
Dhoni was not sure but Sir Jadeja says it's out. Jaddu supersedes Dhoni and it's hitting the stumps. A reluctant review pays off. pic.twitter.com/IXdINbkqQ7
— This is HUGE! (@ghanta_10) November 1, 2018
from Odisha Reporter https://ift.tt/2Q6HCEu
No comments:
Post a Comment