ଧୋନିଙ୍କୁ ଟି-୨୦ରୁ ବାଦ୍‌ ଦିଆଯିବା ନେଇ ମୁହଁ ଖୋଲିଲେ ବିରାଟ୍‌, କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ଧୋନିଙ୍କୁ ଟି-୨୦ରୁ ବାଦ୍‌ ଦିଆଯିବା ନେଇ ମୁହଁ ଖୋଲିଲେ ବିରାଟ୍‌, କହିଲେ ଏମିତି କଥା

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ଧୋନିଙ୍କ କ୍ରିକେଟ୍‌ କ୍ୟାରିୟର୍‌ରେ ପୂର୍ଣ୍ଣଚ୍ଛେଦ ପଡ଼ିଛି କି? ଯଦି ନା, ତା’ହେଲେ କାହିଁକି ତାଙ୍କୁ ୱେଷ୍ଟଇଣ୍ଡିଜ୍‌ ଓ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ରୁ ବାଦ୍‌ ଦିଆଗଲା? ଟିମ୍‌ ମ୍ୟାନେଜ୍‌ମେଣ୍ଟ ପୂର୍ବରୁ ଟେଷ୍ଟ୍‌ କ୍ରିକେଟର୍‌ରୁ ଅବସର ନେଇ ଯାଇଥିବା ଧୋନିଙ୍କୁ ସୀମିତ ଓଭର୍‌ କ୍ରିକେଟରୁ ମଧ୍ୟ ସନ୍ନ୍ୟାସ ନେବାକୁ ପରୋକ୍ଷରେ ସୂଚାଇ ଦିଆଯାଇଛି କି? ଏଭଳି ଅନେକ ପ୍ରଶ୍ନ କ୍ରିକେଟ୍‌ ପ୍ରେମୀଙ୍କ ମନରେ ଉଙ୍କି ମାରୁଥିଲା।

ତେବେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଆଜି ଏହି ଚର୍ଚ୍ଚା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୫ମ ଦିନିକିଆ ପରେ ଅନୁଷ୍ଠିତ ପୋଷ୍ଟ ମ୍ୟାଚ୍‌ ସାମ୍ବାଦିକ ସମ୍ମିଳନୀରେ ବିରାଟ୍‌ ଏସବୁ ଆଲୋଚନାକୁ ଭିତ୍ତିହୀନ ଏବଂ ଧୋନି ଏବେ ବି ଟିମ୍‌ ଇଣ୍ଡିଆର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛନ୍ତି ବୋଲି ଦୃଢ଼ କଣ୍ଠରେ କହିଛନ୍ତି।

ବିରାଟ୍‌ କହିଛନ୍ତି, “ ଧୋନିଙ୍କୁ ଟି-୨୦ର ଦୁଇଟି ସିରିଜ୍‌ରୁ କାହିଁକି ବାଦ୍‌ ଦିଆଗଲା, ସେକଥା ଚୟନ କମିଟି କହି ସାରିଛି। ଏବେ ମୁଁ ଭାବୁଛି, ମୋର ଏ ସମ୍ପର୍କରେ କହିବା ଠିକ୍‌ ହେବନି। ଅବଶ୍ୟ ମୁଁ ଚୟନ୍‌ ବେଳେ ଉପସ୍ଥିତ ନଥିଲି। କିନ୍ତୁ ମୁଁ ଏତିକି ଜାଣିଛି, ଲୋକମାନେ ଧୋନିଙ୍କୁ ବାଦ୍‌ ଦିଆଯିବା ନେଇ ଯେଉଁ ସବୁ ଆଲୋଚନା କରୁଛନ୍ତି, ତାହା ଭୁଲ। ମୁଁ ଏବେ ବି ଆପଣମାନଙ୍କୁ ପ୍ରତିଶ୍ରୁତି ଦେବାକୁ ଚାହୁଁଛି ଯେ ଧୋନି ଟିମ୍‌ ଇଣ୍ଡିଆର ଏକ ଗୁରୁତ୍ଷପୂର୍ଣ୍ଣ ଅଂଶବିଶେଷ ହୋଇ ରହିଛନ୍ତି। କେବଳ ଅନ୍ୟମାନଙ୍କୁ ସୁଯୋଗ ଦେବାକୁ ଟି-୨୦ ସିରିଜ୍‌ରୁ ତାଙ୍କୁ ବାଦ୍‌ ଦିଆଯାଇଛି।

ଚୟନ କମିଟି ରିଷଭ ପନ୍ତଙ୍କୁ ସୁଯୋଗ ଦେବାକୁ ଧୋନିଙ୍କୁ ଟି-୨୦ରୁ ବାଦ୍‌ ଦେଇ ଥାଇପାରନ୍ତି। ହେଲେ ଧୋନି ଦଳ ପକ୍ଷରୁ ଦିନିକିଆ ପୂର୍ବଭଳି ଖେଳୁଛନ୍ତି। ଅଧିନାୟକ ହିସାବରେ କେବଳ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଏଭଳି କରାଯାଇ ଥାଇପାରେ। କିନ୍ତୁ ଧୋନି ଏବେ ବି ଟିମ୍‌ ଇଣ୍ଡିଆର ଏକ ଗୁରୁତ୍ଷପୂର୍ଣ୍ଣ ଅଂଶବିଶେଷ ହୋଇ ରହିଛନ୍ତି।”

ନିକଟରେ ଚୟନ କମିଟି ଅଧ୍ୟକ୍ଷ ଏମକେ ପ୍ରସାଦ ଧୋନିଙ୍କୁ ୱେଷ୍ଟଇଣ୍ଡିଜ୍‌ ଓ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ରୁ ବାଦ୍‌ ଦିଆଯାଇଥିବା ନେଇ ଘୋଷଣା କରିଥିଲେ।



from Odisha Reporter https://ift.tt/2AFMFGx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages