
ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜପ୍ରତାପ ଯାଦବ ଏକ ପ୍ରକାର ଏକ ଘରିଆ ହୋଇଯାଇଛନ୍ତି। ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଛାଡ଼ପତ୍ର ଦେବା ନିଷ୍ପତ୍ତିକୁ ପରିବାରର ସମସ୍ତ ସଦସ୍ୟ ବିରୋଧ କରିଛନ୍ତି। ଏପରିକି ପରିବାର ଲୋକେ ଐଶ୍ୱର୍ଯ୍ୟାଙ୍କ ସହିତ ରହିବା ଲାଗି ନିଷ୍ପତ୍ତି ନେଇଛନ୍ତି।
ଐଶ୍ୱର୍ଯ୍ୟାଙ୍କୁ ଛାଡ଼ପତ୍ର ନଦେବାକୁ ପରିବାରର ସମସ୍ତେ ତେଜପ୍ରତାପଙ୍କୁ ବୁଝାଇଥିଲେ ମଧ୍ୟ କିଛି ଲାଭ ହୋଇନାହିଁ। ତେଜପ୍ରତାପ ତାଙ୍କ ଜିଦ୍ର ଅଟଳ ଅଛନ୍ତି।
ସୂଚନା ଅନୁସାରେ, ତେଜସ୍ୱୀ ତାଙ୍କ ପିତା ଲାଲୁଙ୍କ ସହ ଶନିବାର ସାକ୍ଷାତ କରିବା ପରେ ପରିବାର ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେ କହିଛନ୍ତି, ତେଜପ୍ରତାପଙ୍କ ବିନା ପରିବାର ଆଗକୁ ବଢ଼ିବ।
ତେଜପ୍ରତାପ କହିଛନ୍ତି, “ପରିବାରକୁ ନେଇ କିଛି ଚିନ୍ତା ନାହିଁ, ଯାହା ହେବ ହେଇଯାଉ। ସମସ୍ତେ ନିଜ ଦାୟିତ୍ୱ ତୁଲାଇବାକୁ ସକ୍ଷମ। ମୁଁ ଦେଶ ପାଇଁ ଚିନ୍ତା କରୁଛି।”
ତେଜପ୍ରତାପଙ୍କ ବିବାହ ଜବରଦସ୍ତି କରାଯାଇ ନାହିଁ। ତେଜପ୍ରତାପଙ୍କ ସମେତ ସମସ୍ତଙ୍କ ସମ୍ମତି ଓ ଖୁସିରେ ବିବାହ କରାଯାଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି।
from Odisha Reporter https://ift.tt/2QG2Cm1
No comments:
Post a Comment