କିସ୍‌ମିସ୍‌କୁ ପାଣିରେ ବତୁରାଇ ଖାଆନ୍ତୁ, ମିଳିବ ଏ ସବୁ ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

କିସ୍‌ମିସ୍‌କୁ ପାଣିରେ ବତୁରାଇ ଖାଆନ୍ତୁ, ମିଳିବ ଏ ସବୁ ଫାଇଦା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିସ୍‌ମିସ୍‌ ଏକ ଶୁଖିଲା ଜାତୀୟ ଫଳ। ଅଙ୍ଗୁରୁକୁ ଶୁଖାଇ ଏହାକୁ ତିଆରି କରାଯାଇଥାଏ। ଏଥିରେ ଥିବା ସମସ୍ତ ଗୁଣ ଅଙ୍ଗୁରୁରେ ମଧ୍ୟ ରହିଥାଏ। ଶୀତଦିନେ ଏହାକୁ ଖାଇଲେ, ଅନେକ ରୋଗରୁ ଉପଶମ ମିଳିଥାଏ।ଏଥିରେ ପ୍ରଚୁର ପରିମାଣରେ ଆଇରନ୍‌, ପୋଟାସିୟମ୍‌, କ୍ୟାଲ୍‌ସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଫାଇବର୍‌ ରହିଛି। ଅଧିକାଂଶ ଲୋକ କିସ୍‌ମିସ୍‌କୁ ପାଣିରେ ନ ବତୁରାଇ ଖାଲି ଖାଇଖାନ୍ତି। କିନ୍ତୁ ଏହାକୁ ପାଣିରେ ଭିଜାଇ ଖାଲି ପେଟରେ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କିସ୍‌ମିସ୍‌କୁ ପାଣିରେ ବତୁରାଇ ଖାଇବା ଦ୍ୱାରା ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ୍‌ ଓ ନ୍ୟୁଟ୍ରିଏଣ୍ଟସ୍‌ର ମାତ୍ରା ବଢ଼ି ଯାଇଥାଏ। ଫଳରେ ପାଟିରୁ ବାହାରୁ ଥିବା ଦୁର୍ଗନ୍ଧ ଦୂର ହୋଇଥାଏ। ଏଥିରେ ଭିଟାମିନ୍‌ ଏ ଓ ଭିଟା-କେରାଟିନ୍‌ ରହିଛି।

ଯାହା ଦୃଷ୍ଟି ଶକ୍ତିକୁ ପ୍ରଖର କରିଥାଏ। କିସ୍‌ମିସ୍‌ରେ ଫାଇବର୍‌ ରହିଛି, ଯାହା ଶରୀରରେ କୋଲେଷ୍ଟ୍ରଲ୍‌ ସ୍ତରକୁ କମ୍‌ କରିବା ସହିତ ହୃଦ୍‌ଘାତ ସମସ୍ୟାକୁ ଠିକ୍‌ କରିଥାଏ। କିସ୍‌ମିସ୍‌ ଏପରି ଏକ ଶୁଖିଲା ଫଳ, ଯାହା ଶରୀରରୁ ଟକ୍ସିନ୍‌କୁ ବାହାର କରି  ଲିଭର୍‌କୁ ଇନ୍‌ଫେକ୍ସନ୍‌ଠାରୁ ଦୂରେଇ ରଖିଥାଏ। ଶରୀରରେ ଲାଲ୍‌ ରକ୍ତ କଣିକା ତିଆରି କରିବା ପାଇଁ ଆଇରନ୍ ଆବଶ୍ୟକ ହୋଇଥାଏ। କିସ୍‌ମିସ୍‌ରେ ପ୍ରଚୁର ପରିମାଣରେ ଆଇରନ୍‌ ରହିଛି। ଯାହା ରକ୍ତ ତିଆରି କରିବାରେ ସାହାଯ୍ୟ କରିଥାଏ।

ହାଡ଼କୁ ମଜଭୁତ୍‌ କରିବା ପାଇଁ ବୋରୋନ୍‌ ଭିଟାମିନ୍‌ର ଆବଶ୍ୟକ ହୋଇଥାଏ। କିସ୍‌ମିସ୍‌ରେ କ୍ୟାଲ୍‌ସିୟମ୍‌ ସହିତ ବୋରୋନ୍‌ ମଧ୍ୟ ରହିଛି। ସେହିପରି କିସ୍‌ମିସ୍‌ ଖାଇଲେ ଶରୀରରେ ସୁଗାର୍‌ର ସ୍ତର ନିୟନ୍ତ୍ରିତ ରହିବା ସହିତ ଓଜନ ମଧ୍ୟ କମ୍ ହୋଇଥାଏ। ଶୀତଦିନେ ପ୍ରତିଦିନ କିସ୍‌ମିସ୍‌ ଖାଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବଢ଼ିବା ସହିତ ଶରୀରରେ ବ୍ୟାକ୍ଟେରିଆଙ୍କ ଯୋଗୁ ହେଉଥିବା ଇନ୍‌ଫେକ୍‌ସନ୍ ଆଶଙ୍କା ଦୂର ହୋଇଥାଏ।



from Odisha Reporter https://ift.tt/2zOykpB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages