
ମୁମ୍ୱାଇ: ଦୀର୍ଘ ଛଅ ବର୍ଷ ଧରି ଡେଟ୍ କରିବା ପରେ ନିକଟରେ ରଣବୀର୍ ସିଂହ ଓ ଦୀପିକା ପାଦୁକୋନ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ୧୪ ଓ ୧୫ ନଭେମ୍ୱରରେ ଇଟାଲୀର ଲେକ୍ କୋମୋରେ ଏହି ବିବାହ ସମ୍ପନ୍ନ ହୋଇଛି।
ଆପଣ ଦେଖୁଥିବେ, ସୋଶାଲ୍ ମିଡିଆରେ ଦୁହିଁଙ୍କ ବିବାହର ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ସବୁ ଫଟୋ ସହ ଦୀପିକାଙ୍କର ଅନ୍ୟ ଏକ ଫଟୋ ମଧ୍ୟ ଏବେ ଭାଇରାଲ୍ ହେଉଛି।
ବିବାହ ବେଳର ଫଟୋକୁ ଛାଡ଼ି ଭାଇରାଲ୍ ହୋଇଥିବା ସେହି ଅନ୍ୟ ଫଟୋଟିରେ ଦୀପିକା ରଣବୀର୍ଙ୍କ ନାମରେ ନିଜ ବେକରେ କରିଥିବା ଏକ ଟାଟୁକୁ ହଟାଇ ଦେଇଛନ୍ତି। ଆପଣ ଭାବୁଥିବେ, ବିବାହ ପରେ ଦୀପିକା ସ୍ୱାମୀଙ୍କ ଟାଟୁକୁ ହଟାଇ ଦେଲେ କାହିଁକି। କିନ୍ତୁ ଆପଣ ଯାହା ଭାବୁଛନ୍ତି, କଥା ସେମିତି ନୁହେଁ।
ପ୍ରକୃତ କଥା ହେଉଛି, ଏହି ଟାଟୁଟି ସ୍ୱାମୀ ରଣବୀର୍ଙ୍କ ନାମରେ ନ ଥିଲା। ବରଂ ଦୀପିକାଙ୍କ ତାଙ୍କ ଏକ୍ସ-ବୟଫ୍ରେଣ୍ଡ୍ ରଣବୀର୍ କପୁର୍ଙ୍କ ନାଁରେ ଏହି ଟାଟୁ କରିଥିଲେ। ଯାହାକୁ ସେ ଚିକିତ୍ସା ଦ୍ୱାରା ହଟାଇ ଦେଇଛନ୍ତି।
ତେବେ ଦୀପିକା ୨୦୧୦ରେ କରନ୍ଙ୍କ ଜୋହର୍ଙ୍କ ପପୁଲାର୍ ଶୋ’ ‘କଫି ୱିଥ୍ କରନ୍’ରେ ଏହି ଟାଟୁକୁ ନେଇ କହିଥିଲେ ଯେ ରଣବୀର୍ କପୁର୍ଙ୍କ ନାଁରେ ବେକରେ କରିଥିବା ଏହି ଟାଟୁକୁ ସେ ଭବିଷ୍ୟତରେ କେବେ ବି ହଟାଇବେ ନାହିଁ।
ଦୀପିକା କରନ୍ଙ୍କ ଶୋରେ କହିଥିଲେ, “ଏହି ଟାଟୁକୁ ଦେଖିଲେ, ମୋ ଭିତରେ ସହିବାର ଏକ ଶକ୍ତି ଉତ୍ପନ୍ନ ହୋଇଥାଏ। ମୁଁ ଏଥିପାଇଁ ପଶ୍ଚାତାପ କରୁନାହିଁ। ଏହି ଟାଟୁକୁ ହଟାଇବା ପାଇଁ ମୁଁ ଚିନ୍ତା କରିନାହିଁ। ଟାଟୁ ହଟାଇ ଦେବା ଓ ବଦଳାଇ ଦେବା କଥା ମିଡିଆରେ ଶୁଣିବାକୁ ମିଳୁଛି। କିନ୍ତୁ ଏହି ଟାଟୁକୁ ହଟାଇବା ପାଇଁ ମୋର କୌଣସି ଯୋଜନା ନାହିଁ।“

ଗୋଟିଏ ସମୟରେ, ଦୀପିକା ଓ ରଣବୀର୍ କପୁର୍ଙ୍କ ଯୋଡ଼ିକୁ ଫ୍ୟାନ୍ ଖୁବ୍ ପସନ୍ଦ କରୁଥିଲେ। କିନ୍ତୁ ଦୁହିଁଙ୍କ ବ୍ରେକଅପ୍ ପରେ ଫ୍ୟାନ୍ସଙ୍କ ମନ ଭାଙ୍ଗି ଯାଇଥିଲା। ରଣବୀର୍ ଦୀପିକାଙ୍କୁ ଧୋକା ଦେଇଥିଲେ ବୋଲି ବଲିଉଡ୍ରେ ଚର୍ଚ୍ଚା ହୋଇଥିଲା।
ବ୍ରେକଅପ୍ ପରେ ମଧ୍ୟ ରଣବୀର୍ ଦୀପିକାଙ୍କ ଭିତରେ ବନ୍ଧୁତାର ସମ୍ପର୍କ ରହିଛି।
୨୮ ନଭେମ୍ୱରରେ ହେବାକୁ ଥିବା ଦୀପ୍-ବୀର୍ଙ୍କ ରିସେପସନ୍ ପାର୍ଟିକୁ ରଣବୀର୍ ହୋଷ୍ଟ୍ କରିବାକୁ ଯାଉଛନ୍ତି। ଏହି ପାର୍ଟିରେ ବଲିଉଡ୍ର ଅନେକ ବରିଷ୍ଠ କଳାକାର ସାମିଲ୍ ହେବେ।
from Odisha Reporter https://ift.tt/2PEZ8Ud
RKDP
No comments:
Post a Comment