“ମୋତେ ଭୋଟ୍‌ ଦିଅ, କାମ ନକଲେ ଏଇ ଚପଲରେ ଶେକିବ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

“ମୋତେ ଭୋଟ୍‌ ଦିଅ, କାମ ନକଲେ ଏଇ ଚପଲରେ ଶେକିବ”

ହାଇଦ୍ରାବାଦ: ନିର୍ବାଚନ ସମୟରେ ପ୍ରତିଶ୍ରୁତି ଏବଂ ପ୍ରଚାରର ତରିକା ସବୁବେଳେ ଚର୍ଚ୍ଚାରେ ରହିଆସିଛି। କିନ୍ତୁ ଡିସେମ୍ବର ୭ ତାରିଖରେ ନିର୍ବାଚନ ହେବାକୁ ଥିବା ତେଲେଙ୍ଗାନାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏବଂ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପରି ବଡ଼ ବଡ଼ ମୁହଁଙ୍କ ପ୍ରଚାରକୁ ଫିକା ପକାଇଦେଇଛନ୍ତି ଜଣେ ସ୍ୱାଧୀନ ପ୍ରାର୍ଥୀ।

ଆକୁଲା ହନୁମନ୍ତ ନାମକ ଏହି ସ୍ୱାଧୀନ ପ୍ରାର୍ଥୀ କୋରୁଟ୍‌ଲା ଆସନରୁ ଲଢ଼ିବେ। ଆଉ ଏଥିପାଇଁ ସେ ହାତରେ ଚପଲ ଧରି ବୁଲୁଛନ୍ତି। ବିକାଶର ନାରା ଦେବା ସହିତ ସେ କହୁଛନ୍ତି, “ଜିତିବା ପରେ ଯଦି କାମ ନକରେ, ଆପଣ ମୋତେ ଏହି ଚପଲରେ ପିଟିପାରିବେ।”

ଏହି ବାର୍ତ୍ତା ସମ୍ବଳିତ ଏକ ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହେବାକୁ ଆରମ୍ଭ କରିଛି। ଏଥିରେ ଦେଖାଯାଉଛି ଦୁଆର ଦୁଆର ବୁଲି ପ୍ରାଚାର କରିବା ଅବସରରେ ସେ କହୁଛନ୍ତି, ବିକାଶ ନକରିପାରିଲେ ଇସ୍ତଫା ଦେବି।

ଆଗାମୀ ବିଧାନସଭା ନିର୍ବାଚନରେ ସେ ଶାସକ ଦଳରୁ ବରିଷ୍ଠ ନେତା ବିଧାୟକ କେ ବିଦ୍ୟାସାଗର ରାଓଙ୍କ ବିପକ୍ଷରେ ଲଢ଼ିବେ।



from Odisha Reporter https://ift.tt/2DTn9kc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages