ଏହି କାରଣ ପାଇଁ ଖ୍ରୀଷ୍ଟିୟାନ୍‌ରୁ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ନୟନତାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ଏହି କାରଣ ପାଇଁ ଖ୍ରୀଷ୍ଟିୟାନ୍‌ରୁ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ନୟନତାରା

nayantara

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ନୟନତାରା ସାଉଥ୍‌ର ଜଣେ ଲୋକପ୍ରିୟ ଅଭିନେତ୍ରୀ। ସେ ନିଜ ଅଭିନୟ ପାଇଁ ଦକ୍ଷିଣ ଭାରତୀୟ ସିନେ ପ୍ରେମୀଙ୍କ ଭିତରେ ବେଶ୍‌ ପରିଚିତ। ସବୁଠୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ବି ସେ ଜଣେ।

ନୟନତାର ନିଜ ଫିଲ୍ମ କ୍ୟାରିଅର ୨୦୦୩ରୁ ଆରମ୍ଭ କରିଥିଲେ। ଫିଲ୍ମ ‘ମନାସିନାକାଡେ’ରୁ ଆରମ୍ଭ ହୋଇଥିଲା ତାଙ୍କ ଫିଲ୍ମି ଯାତ୍ରା।

ଖାଲି ପ୍ରଫେସନାଲ୍‌ ଲାଇଫ୍‌କୁ ନେଇ ନୁହେଁ ନିଜ ପର୍ସନାଲ୍‌ ଲାଇଫ୍‌କୁ ନେଇ ବି ସେ ବେଶ୍‌ ଚର୍ଚ୍ଚିତ।

ନୟନତାରା ନିଜ ଲଭ୍‌ ଲାଇଫ୍‌କୁ ନେଇ ଦିନେ ଭାରି ଚର୍ଚ୍ଚିତ ଥିଲେ। ହୁଏତ ଆପଣ ଜାଣି ନ ଥିବେ ନୟନତାରା ସେହି ଅଭିନେତ୍ରୀ ଯେ, ନିଜ ପ୍ରେମ ପାଇଁ ଧର୍ମ ପରିବର୍ତ୍ତନ କରିଥିଲ।

 

ଦିନେ ସମୟ ଏମିତି ଥିଲା ଯେବେ ନୟନତାର ପ୍ରଭୁଦେବାଙ୍କ ସହ ଆଫାୟାର ଥିବା ଖବର ସବୁ ଗଣମାଧ୍ୟମର ସିରୋନାମା ଥିଲା। କିନ୍ତୁ ପରେ ଦୁହିଁଙ୍କ ରାସ୍ତା ଅଲଗା ହୋଇଯାଇଥିଲା।

ଡ୍ୟାନ୍ସ କୋରିଓଗ୍ରାଫର ପ୍ରଭୁଦେବା ବିବାହିତ ଥାଇ ମଧ୍ୟ ନୟନତାରଙ୍କୁ ଡେଟ୍‌ କରୁଥାନ୍ତି। ତିନୋଟି ସନ୍ତାନର ପିତା ହୋଇ ମଧ୍ୟ  ଦୁହେଁ ପ୍ରେମରେ ଏମିତି ଅନ୍ଧ ହୋଇ ଯାଇଥିଲେ ଯେ, ଲିଭ୍‌ ଇନ୍‌ରେ ରହିବା ଆରମ୍ଭ କରିଦେଇଥିଲେ।

ଦୁହିଁଙ୍କ ପ୍ରେମ ସମ୍ପର୍କ କଥା ପ୍ରଭୁଦେବାଙ୍କ ପତ୍ନୀ ଲଚାଙ୍କୁ ଜଣା ପଡ଼ିବା ପରେ ସେ  ଧମକ ବି ଦେଇଥିଲେ ଯେ, ଯଦି ସେ ନୟନତାରାଙ୍କୁ ବିବାହ କରନ୍ତି  ତେବେ ସେ ଅନସନ କରିବେ। ସେ ସମୟରେ ନୟନ୍ତାରାଙ୍କ ନାଁରେ ପୁଲିସ୍‌ କେସ୍‌ ବି ଫାଇଲ୍‌ ହୋଇଥିଲା। କିନ୍ତୁ ପ୍ରଭୁଦେବା ନୟନତାରାଙ୍କୁ ଛାଡ଼ି ନ ଥିଲେ। ସେ ତାଙ୍କ ପ୍ରେମ ପାଇଁ ୧୬ବର୍ଷର ସମ୍ପର୍କକୁ ଭାଙ୍ଗି ଦେଇଥିଲେ।  ୨୦୧୧ରେ ପତ୍ନୀଙ୍କଠାରୁ ଅଲଗା ହୋଇଥିଲେ ପ୍ରଭୁଦେବା।

କିନ୍ତୁ ପରେ ନୟନତାରା କହିଥିଲେ ସେ ପ୍ରଭୁଦେବାଙ୍କ  ସହ ସେ ମଧ୍ୟ ସବୁ ସମ୍ପର୍କ ଭାଙ୍ଗି ଦେଇଛନ୍ତି। ହେଲେ ବିଚ୍ଛେଦ ସମ୍ପର୍କରେ ସେ କାହାକୁ ଜଣାଇ ନ ଥିଲେ।

କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ, ଦିନେ ସେଇ ପ୍ରଭୁଦେବାଙ୍କ ପାଇଁ ସେ ନିଜ ଧର୍ମ ପରିବର୍ତ୍ତନ କରିଦେଇଥିଲେ। ତାଙ୍କ ଜନ୍ମ ଏକ କଠୋର ଇଶାଇ ପରିବାରରେ ହୋଇଥିଲା। କିନ୍ତୁ ପ୍ରଭୁଙ୍କୁ ବାହା ହେବାକୁ ସେ ୨୦୧୧ରେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ଏବେ ଉଭୟେ ଅଲଗା ହୋଇ ଯାଇଛନ୍ତି। ଆଉ ୩୪ ବର୍ଷ ବୟସରେ ଏବେ ବି ସିଙ୍ଗିଲ୍‌ ହୋଇ ଜୀବନ ଜିଉଁଉନ୍ତି ସୁନ୍ଦରୀ ଅଭିନେତ୍ରୀ ନୟନତାରା।

 



from Odisha Reporter https://ift.tt/2S9TeHv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages