୨୭ରେ କଂଗ୍ରେସର ଦଳିତ ମହାସମାବେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

୨୭ରେ କଂଗ୍ରେସର ଦଳିତ ମହାସମାବେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦଳିତ ଓ ଆଦିବାସୀଙ୍କ ଉପରେ ବୃଦ୍ଧି ପାଉଥିବା ଅତ୍ୟାଚାର ପ୍ରତିବାଦରେ ଆସନ୍ତା ୨୭ତାରିଖରେ କଂଗ୍ରେସ ପକ୍ଷରୁ ଏକ ବିଶାଳ ଦଳିତ ମହାସମାବେଶ ଅନୁଷ୍ଠିତ ହେବ।ପ୍ରାୟ ୨୫ହଜାର ଦଳିତ ବ୍ୟକ୍ତି ଏହି ସମାବେଶରେ ଯୋଗ ଦେବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ପିସିସି ଅନୁସୂଚିତ ଜାତି ସେଲ୍ ଅଧ୍ୟକ୍ଷ ବିଭୂପ୍ରସାଦ ତରାଇ ଏ ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ହିଛନ୍ତି ଯେ, ଭୁବନେଶ୍ୱରସ୍ଥିତ ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ଏହି ସମାବେଶ ଅନୁଷ୍ଠିତ ହେବ। ଏଥିରେ ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାର, ସର୍ବଭାରତୀୟ ଦଳିତ ନେତା ଜିଗ୍ନେଶ ମେୱାନି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ପିସିସିର ସମସ୍ତ କାର୍ଯ୍ୟକାରୀ ସଭାପତି, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ତଥା ପ୍ରଦେଶ କଂଗ୍ରେସ ଉପସଭାପତି ଅନନ୍ତ ଚରଣ ସେଠୀ ଏବଂ ଗଣେଶ୍ୱର ବେହେରା ତଥା ସମସ୍ତ ବିଧାୟକଙ୍କ ସମେତ ଅନେକ ବରିଷ୍ଠ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଅନୁସୂଚିତ ଜାତି ଏବଂ ଜନଜାତି ପରିବାରଙ୍କର ନ୍ୟାଯ୍ୟ ଦାବି ପ୍ରତି ସରକାରଙ୍କର ଉଦାସୀନତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯିବ। ଦଳିତ ତଥା ଆଦିବାସୀ ପରିବାରଗୁଡ଼ିକୁ ଘରଡିହ ପ୍ରଦାନ, ଛାତ୍ର ବୃତ୍ତି ଠିକ୍ ସମୟରେ ପ୍ରଦାନ, ଦଳିତ ଓ ଆଦିବାସୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ଅର୍ଥକୁ ନିର୍ଦ୍ଧାରିତ ଗାଇଡଲାଇନ୍ ଭିତିରେ ବିନିଯୋଗ କରାଯିବା, ଦଳିତ ଓ ଆଦିବାସୀ ଗ୍ରାମଗୁଡ଼ିକରେ ମୌଳିକ ସୁବିଧା ସୁଯୋଗ ଓ ଭିତ୍ତିଭୂମି ସ୍ଥାପନ, ଶିକ୍ଷା-ସ୍ୱାସ୍ଥ୍ୟ ଆଦି ସେବା ପ୍ରଦାନ ସହ ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ଆଇନର କଡ଼ାକଡ଼ି ପାଳନ, ରାଜ୍ୟର ଦଳିତ ଓ ଆଦିବାସୀଙ୍କ ନିରାପତ୍ତା ପାଇଁ କମିଶନ ଗଠନ ଓ ନିଯୁକ୍ତି ପ୍ରଦାନ ପାଇଁ ଦାବି କରାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ମନୋଜ ମହପାତ୍ର, ପ୍ରଶାନ୍ତ ଶତପଥି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।



from Odisha Reporter https://ift.tt/2PTq9Dy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages