ବିବାହ ପାଇଁ ବୟସ ଗଡ଼ିଯାଉଛି କି? ଗୁରୁବାର କରନ୍ତୁ ଏହି ସବୁ କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ବିବାହ ପାଇଁ ବୟସ ଗଡ଼ିଯାଉଛି କି? ଗୁରୁବାର କରନ୍ତୁ ଏହି ସବୁ କାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୟସ ଗଡ଼ି ଯାଉଛି। ହେଲେ ବିବାହ କରି ପାରୁନାହାନ୍ତି। ବରପକ୍ଷ ପାତ୍ରୀ ଖୋଜିବା ହେଉକି କନ୍ୟାଘର ଲୋକେ ପାତ୍ର ଖୋଜିବା ହେଉ ଏଥିରେ ଅହେତୁକ ବିଳମ୍ବ ହେଉଛି। ଏଭଳି ସ୍ଥିତିରେ ଆପଣ ଚିନ୍ତାରେ ପଡ଼ିଯାଉଥିବେ।
ହେଲେ ଏମିତି ସମସ୍ୟାର ସମାଧାନ ରାସ୍ତା ମଧ୍ୟ ଅଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିବାହ ପାଇଁ ଗୁରୁ ଗ୍ରହର ଅନୁକୂଳ ହେବା ଅନିବାର୍ଯ୍ୟ । ଯେଉଁମାନଙ୍କ କୁଣ୍ଡଳୀରେ ଗୁରୁ ଗ୍ରହ ଅଶୁଭ ସ୍ଥାନରେ ରହିଥାଏ,ସେହି ବ୍ୟକ୍ତି ବିବାହ କରିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।

ଗୁରୁ ଗ୍ରହକୁ ଶାନ୍ତ କରିବା ପାଇଁ ଅନେକ ଉପାୟ ରହିଛି। ଏହି ଉପାୟକୁ ଯଦି ଗୁରୁ ପୁଷ୍ୟର ଶୁଭ ଅବସରରେ କରାଯାଏ। ତେବେ ଶୀଘ୍ର ଆପଣଙ୍କ ଇଚ୍ଛା ଅନୁସାରେ ଫଳପ୍ରାପ୍ତି ହୋଇପାରିବ।
ଉପାୟ
୧-ଗୁରୁବାର ଦିନ କଦଳୀ ଗଛ ତଳେ ହଳଦୀ ରଙ୍ଗର କପଡ଼ା ରଖି ଦେବଗୁରୁ ବୃହସ୍ପତି ଓ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ। ଯଦି ଏହା କରିବା ସମ୍ଭବ ହୋଇପାରୁନାହିଁ,ତେବେ କଦଳୀ ପତ୍ର ଉପରେ ମଧ୍ୟ ଆପଣ ଏହି ଦୁଇଟି ମୂର୍ତ୍ତିଙ୍କୁ ସ୍ଥାପନ କରିପାରିବେ।

୨-ଗାଇ କ୍ଷୀରରେ ବିଷ୍ଣୁ ଓ ବୃହସ୍ପତିଙ୍କ ଅଭିଷେକ କରନ୍ତୁ ଏବଂ ହଳଦୀ ରଙ୍ଗର ଫୁଲ ଓ ଚନ୍ଦନ, ଗୁଡ଼,ଚଣା ଡ଼ାଲି ଏବଂ ହଳଦୀ ରଙ୍ଗର ବସ୍ତ୍ର ଦୁଇ ଦେବତାଙ୍କୁ ଅର୍ପଣ କରନ୍ତୁ।
୩-ଏହା ସହିତ ପୂଜା ପାଇଁ ହଳଦୀ ରଙ୍ଗର ପ୍ରସାଦ ଏବଂ ହଳଦୀ ରଙ୍ଗର ଫଳ ହିଁ ଅର୍ପଣ କରନ୍ତୁ।

୪-ଏହାପରେ ଶୁଦ୍ଧ ଦେଶୀ ଘିଅର ଦୀପରେ ଦେବଗୁରୁ ବୃହସ୍ପତି ଓ ଭଗବାନ ବିଷ୍ଣୁଙ୍କର ଆଳତୀ କରନ୍ତୁ।
୫-ଏହିପରି ଭାବରେ ପୁଷ୍ୟ ଯୋଗରେ ପୂଜା କରିବା ଦ୍ୱାରା ଗୁରୁ ଗ୍ରହର ଅଶୁଭ ପ୍ରଭାବ ଦୂର ହୋଇଥାଏ ଏବଂ ଶୁଭ ଫଳ ମିଳିଥାଏ। ଏହା ସହିତ ବିବାହ କରିବା ଯୋଗ ମଧ୍ୟ ସୃଷ୍ଟି ହୋଇଥାଏ।



from Odisha Reporter https://ift.tt/2RJo7SW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages