ମମତାଙ୍କୁ ଅନୁରୋଧ କଲେ ଅମିତାଭ: କହିଲେ ପ୍ଲିଜ୍‌ ମତେ ଆଉ ଡାକନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ମମତାଙ୍କୁ ଅନୁରୋଧ କଲେ ଅମିତାଭ: କହିଲେ ପ୍ଲିଜ୍‌ ମତେ ଆଉ ଡାକନି

ମୁମ୍ବାଇ: ଅମିତାଭ୍‌ ବଚ୍ଚନ ନିକଟରେ କୋଲକତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। ଫେଷ୍ଟିଭାଲ୍‌କୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦ୍‌ଘାଟନ କରିଥିଲେ।ଏହି ସମାରୋହରେ ଅନେକ ବଡ଼ ବଡ଼ କଳାକାର ଯୋଗ ଦେଇଥିଲେ। କିନ୍ତୁ ଯେତେବେଳେ ଅମିତାଭ୍‌ ବଚ୍ଚନ ଷ୍ଟେଜ୍‌ ଉପରେ ପହଞ୍ଚିଲେ, ସେତେବେଳେ ସେ ଦର୍ଶକଙ୍କୁ କିଛି କହିବା ପୂର୍ବରୁ ପ୍ରଥମେ ମମତାଙ୍କୁ କିଛି ଅନୁରୋଧ କରିଥିଲେ। ଯାହା ଖୁବ୍‌ କୌତୁହଳ ସୃଷ୍ଟି କରିଥିଲା। ମାହୋଲ୍‌କୁ ଏକଦମ ଜୋସ୍‌ ଭରି ଦେଇଥିଲେ ଅମିତାଭ।

ଅମିତାଭ୍‌ ହସି ହସି କହିଥିଲେ, ‘‘ ମୁଁ ଏଠାକୁ ଆସି  ସବୁଥର ହିନ୍ଦୀରେ କହୁଛି ଏବେ ମୁଁ ବଙ୍ଗୀୟ ଭାଷାରେ କହିବି। ଆଶା କରୁଛି  ଦିଦି ମୋ କଥା ବୁଝି ପାରିବେ। ଏଠାକୁ ଆସି କହିବାକୁ ମୋ ପାଖରେ କିଛି ବି ଶବ୍ଦ ନାହିଁ। କୋଲକତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ମତେ ଆଉ ଅତିଥିଭାବେ ନିମନ୍ତ୍ରଣ କରା ନ ଯାଉ। ଅମିତାଭ୍‌ଙ୍କ ଏମିତି କଥା ଶୁଣି ସେଠାରେ ଉପସ୍ଥିତ ଦର୍ଶକ ଓ ଅନ୍ୟ କଳାକାରମାନେ ହସିବାକୁ ଲାଗିଲେ। ହେଲେ ମମତା ଠାରିକି କହିଲେ ମୁଁ ବୁଝି ପାରିଲି ନାହିଁ।

ସୂଚନାଯୋଗ୍ୟ ଯେ ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ବଲିଉଡ୍‌ ଷ୍ଟାର ଶାହାରୁଖ୍‌ ଖାନ୍‌, ବିଶ୍ୱଜିତ୍‌ ଚଟାର୍ଜୀ, ୱହିଦା ରହମାନ୍‌ଙ୍କ ବ୍ୟତୀତ ବଙ୍ଗୀୟ ଅଭିନେତ୍ରୀ ମାଧବ ମୁଖାର୍ଜୀ, ଫିଲ୍ମ ନିର୍ଦ୍ଦେଶକ ସାଜିଦ୍‌ ମଜିଦି, ସାବିତ୍ରୀ ଚାଟାର୍ଜୀ,ଅଭିନେତ୍ରୀ ନନ୍ଦିତା ପ୍ରମୁଖ କଳାକାର ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ କୋଲକତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌କୁ ୨୪ ବର୍ଷ ପୁରୁଛି। ପ୍ରତି ବର୍ଷ କୋଲକତାରେ ଆୟୋଜିତ ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ବିଗ୍‌ବିଙ୍କୁ ଅତିଥିଭାବେ ନିମନ୍ତ୍ରଣ କରାଯାଇଥାଏ।



from Odisha Reporter https://ift.tt/2zKkc0I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages